ଜଟିଆବାବା ପାହାଡରୁ ଖସିଲା ପଥର, ଗୁରୁତର ୬ଶିବ ଭକ୍ତଙ୍କ ମଧ୍ୟରେ ଦୁଇ ଶିଶୁ

Published By : Prameya-News7 Bureau | February 21, 2020 IST

ରାଉରକେଲା ୨୧।୨: ଶିବରାତ୍ରିରେ ଅଘଟଣ । ରାଉରକେଲା  ଝାଡ଼ଖଣ୍ଡ ସୀମାନ୍ତ ହାତିବାରି ଥାନା କନ୍ଦରକେଲା ପଂଚାୟତ ଜଟିଆ ବାବା ମନ୍ଦିରରେ ପୂଜା ଚାଲିଥିବା ବେଳେ ପାହାଡ଼ରୁ ପଥର ଖସି ୩୦ରୁ ୩୫ଜଣ ଆହତ ହୋଇଥିବା ବେଳେ ଗୁରୁତର ହୋଇଛନ୍ତି ୬ଜଣ ।

{"id":227112,"sizeSlug":"large"}

ଗୁରୁତରଙ୍କ ମଧ୍ୟରେ ୨ବର୍ଷର କନ୍ୟା ଅଛି, ପ୍ରଥମେ ସେମାନଙ୍କୁ ହାତିବାରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତେବେ ପଥର ତଳେ କିଛି ଲୋକ ଦାବି ହୋଇ ରହିଥିବାର ଆଶଙ୍କା କରାଯାଉଛି। ଘଟଣା ସ୍ଥଳରେ ଉଦ୍ଧାର କାରୀ ଦଳ ଏବଂ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। କେଉଁ କାରଣରୁ ପଥର ଖସିଲା ଏବଂ ମହାଶିବ ରାତ୍ରି ପାଇଁ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ଧ୍ୟାନ ଦିଆଯାଇଥିଲା କି ନାହିଁ ତାହା ତଦନ୍ତ ସାପେକ୍ଷ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.