ବଡଦାଣ୍ଡରୁ ଦେଖାଗଲାନି ଶ୍ରୀମନ୍ଦିର ନୀଳଚକ୍ର, ଜାଣନ୍ତୁ କାହିଁକି

Published By : Prameya-News7 Bureau | November 28, 2019 IST

ପୁରୀ ୨୮।୧୧: ଶ୍ରୀମନ୍ଦିର ଓ ବଡ଼ଦାଣ୍ଡ ସଂପୂର୍ଣ୍ଣ ଘନକୁହୁଡ଼ି ଆଛାଦିତ। ଘନକୁହୁଡ଼ି ଯୋଗୁଁ ଶ୍ରୀମନ୍ଦିରର ନୀଳଚକ୍ର ସକାଳୁ ଆଦୌ ଦୃଶ୍ୟମାନ ହୋଇନଥିଲା । ସତେ ଯେମିତି କହୁଡ଼ି ସଂପୂର୍ଣ୍ଣ ଶ୍ରୀମନ୍ଦିରକୁ ଢ଼ାଙ୍କି ରଖିଥିଲା। ଗତ ୫ ଦିନ ଧରି ଶ୍ରୀକ୍ଷେତ୍ରରେ ଏଭଳି ଘନକୁହୁଡ଼ି ଦେଖିବାକୁ ମିଳିଛି। ତେବେ ଆଜି ଶ୍ରୀକ୍ଷେତ୍ରରେ ମାର୍ଗଶୀର ମାସ ମାଣବସା ଗୁରୁବାର ପାଳନ କରୁଥିବା ଭକ୍ତ ତଥା ପୁରୀ ସହରର ଗୃହିଣୀମାନେ ଘନକହୁଡ଼ି ସତ୍ତ୍ୱେ ସକାଳୁ ଶ୍ରୀମନ୍ଦିର ଯାଇ ମା’ ମହାଲକ୍ଷ୍ମୀଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି।

{"id":191195,"sizeSlug":"large"}

ଆଜି ସକାଳୁ ବଡ଼ଦାଣ୍ଡରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ସମଗ୍ର ଅଂଚଳ କୁହୁଡ଼ି ଘେରରେ ରହିଥିଲା। ଯାହା ଫଳରେ ଶ୍ରୀମନ୍ଦିରର ନୀଳଚକ୍ର ଆଦୌ ଦୃଶ୍ୟମାନ ହୋଇନଥିଲା। ସତେ ଯେମିତି କୁହୁଡ଼ି ସଂପୂର୍ଣ୍ଣ ଶ୍ରୀମନ୍ଦିରକୁ ଢ଼ାଙ୍କି ରଖିଥିଲା। ଗତ ୫ ଦିନ ହେବ ଶ୍ରୀକ୍ଷେତ୍ରରେ ଏଭଳି ଘନକୁହୁଡ଼ି ଦେଖିବାକୁ ମିଳିଛି। ପୁରୀ ଆସିଥିବା ଭକ୍ତମାନେ କୁହୁଡ଼ି ଯୋଗୁଁ ଶ୍ରୀମନ୍ଦିର ନୀଳଚକ୍ର ଦେଖିନପାରି ଆତୁର ହେଉଥିଲେ।

{"id":191196,"sizeSlug":"large"}

ଏତେବଡ଼ ବଡ଼ଦାଣ୍ଡରେ ମୁହଁକୁ ମୁହଁ ଦିଶୁ ନଥିଲା। ଏପରିକି ପୁରୀର ପ୍ରବେଶ ପଥ ମେଡ଼ିକାଲ ଛକ, ଭିଆଇପି ରୋଡ଼, ସମୁଦ୍ର କୂଳ ସହ ବିଭିନ୍ନ ସାହି ଗଳିକନ୍ଦିକୁ ମଧ୍ୟ ଆଛାଦିତ କରିଥିଲା ଧୂଆଁଳିଆ କୁହୁଡ଼ି। ତେବେ ଅନେକ ଜଗନ୍ନାଥ ପ୍ରେମୀ ନୀଳଚକ୍ରକୁ ଦେଖିଲେ ମହାପ୍ରଭୁଙ୍କୁ ଦେଖିବା ସହ ସମାନ ବୋଲି ବିଶ୍ୱାସ ରଖିଥିବା ବେଳେ କୁହୁଡ଼ି ଆଜି ଭକ୍ତ ଓ ଭଗବାନଙ୍କ ଭିତରେ ଅନ୍ତରାୟ ସୃଷ୍ଟି କରିଥିବା ଭକ୍ତମାନେ କହିଛନ୍ତି।

{"id":191197,"sizeSlug":"large"}

ତେବେ ଆଜି ଶ୍ରୀକ୍ଷେତ୍ରରେ ମାର୍ଗଶୀର ମାସ ମାଣବସା ଗୁରୁବାର ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଉତ୍ସବମୁଖର ପରିବେଶ ଥିଲା। ଆଜି ସକାଳୁ ବ୍ରିତଧାରିଣୀ ମାନେ ଶ୍ରୀମନ୍ଦିରକୁ ଯାଇ ମା ମହାଲକ୍ଷ୍ମୀ ଓ ରତ୍ନସିଂହାସନରେ ଚତୁର୍ଦ୍ଦାବିଗ୍ରହଙ୍କୁ ଦର୍ଶନ କରିଛନ୍ତି। ଘନକୁହୁଡ଼ି ସତ୍ତ୍ୱେ ମାଣବସା ଗୁରୁବାର ପାଳନ କରୁଥିବା ପୁରୀ ସହରର ବିଭିନ୍ନ ସାହି ତଥା ପୁରୀ ବାହାରୁ ଆସିଥିବା ଗୃହିଣୀ ମାନେ ସକାଳୁ ଶ୍ରୀମନ୍ଦିର ଯାଇ ମା’ ମହାଲକ୍ଷ୍ମୀଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି। ଗୃହିଣୀମାନେ ଗତକାଲି ଠାରୁ ଘର ଲିପାପୋଛା ସହ ଝୋଟି, ମୁରୁଜ ଦେଇ ବିଳମ୍ୱିତ ରାତ୍ରରୁ ଉଠି ନିତ୍ୟକର୍ମ ସାରି ଘରେ ପୂଜାର୍ଚ୍ଚନା କରିବା ପରେ ଶ୍ରୀମନ୍ଦିର ଆସିଥିଲେ।

{"id":191198,"sizeSlug":"large"}

ଘନକୁହୁଡ଼ି ସତ୍ତ୍ୱେ ଅତ୍ୟନ୍ତ ଶୃଙ୍ଖଳିତ ଓ ସୁରୁଖୁରୁରେ ମା’ ମହାଲକ୍ଷ୍ମୀଙ୍କ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ। ମାଣବସା ଗୁରୁବାର ପାଇଁ ପ୍ରତ୍ୟେକ ଘରେ ପିଠାପଣା, ଖେଚେଡ଼ି, ଡ଼ାଲମା, ଶାଗ ଆଦି ସୁସ୍ୱାଦ ବ୍ୟଞ୍ଜନ ମା ମହାଲକ୍ଷ୍ମୀଙ୍କୁ ସମର୍ପଣ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.