ମହାପ୍ରଭୁଙ୍କ ପାଇଁ ଭଦ୍ରକରୁ ଧାଇଁଆସିଲେ ଭକ୍ତ: ଜଗନ୍ନାଥ, ବଳଭଦ୍ର ଓ ପତିତପାବନଙ୍କ ପାଇଁ ଆଣିଲେ ସ୍ୱତନ୍ତ୍ର ରାକ୍ଷୀ
12/08/2022 at 12:32 PM

ପୁରୀ ୧୨/୦୮: ଶ୍ରୀମନ୍ଦିରରେ ଆଜି ପବିତ୍ର ଗହ୍ମା ପୂର୍ଣିମା । ଏଥିପାଇଁ ଭଦ୍ରକର ଦେବାଶିଷ ଆଚାର୍ଯ୍ୟଙ୍କ ସହ ତିନିଜଣ ଭକ୍ତ ଭକ୍ତିର ସହ ପ୍ରସ୍ତୁତ କରିଥିବା ତିନିଗୋଟି ରାକ୍ଷୀ ମହାପ୍ରଭୁଙ୍କ ପାଇଁ ଆଣିଛନ୍ତି ।
ନଡ଼ିଆ କତା, ଝୋଟ, ଚାଉଳ, ସଢ଼େଇ ଆଦି ବ୍ୟବହାର କରାଯାଇଥିବା ବେଳେ ଏହାକୁ ପ୍ରସ୍ତୁତ କରିବା ପାଇଁ ୭ ଦିନ ସମୟ ଲାଗିଥିଲା। ମହାପ୍ରଭୁ ଶ୍ରୀ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ପତିତପାବନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ତିନଟି ରାକ୍ଷୀ ପ୍ରସ୍ତୁତ ହୋଇଛି ।
ରାକ୍ଷୀ ଗୁଡିକ ଅତ୍ୟନ୍ତ ଆକର୍ଷଣୀୟ ହୋଇଥିବା ବେଳେ ଭଦ୍ରକର ଗଣେଶ୍ୱରପୁର ଶାସନରୁ ଏହି ଭକ୍ତ ମାନେ ରାକ୍ଷୀ ଧରି ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି।
Related Posts
NMIMS ବିଶ୍ଵ ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
7 December 2023