ତିରୁମାଲା ମନ୍ଦିରରେ ଜଣେ ଅଜଣା ଶ୍ରଦ୍ଧାଳୁ ଦାନ କରିଛନ୍ତି ୨୦ଟି ସୁନା ବିସ୍କୁଟ

Published By : Prameya-News7 Bureau | July 12, 2020 IST

ତିରୁମାଲା ୧୨/୦୭ : ପାହାଡ ଉପରେ ଅବସ୍ଥିତ ଭଗବାନ ଭେଙ୍କଟେଶ୍ୱର ମନ୍ଦିରରେ ଜଣେ ଅଜଣା ଶ୍ରଦ୍ଧାଳୁ ୨୦ଟି ସୁନା ବିସ୍କୁଟ ଅର୍ପଣ କରିଛନ୍ତି | ତିରୁମାଲା ତିରୁପତି ଦେବସ୍ଥାନମର କାର୍ଯ୍ୟକାରୀ ଅଧିକାରୀ ଅନିଲ କୁମାର ସିଂହଲ କହିଛନ୍ତି ଯେ ଶନିବାର ଦିନ ହୁଣ୍ଡୀ ଖୋଲିବାରୁ ହୁଣ୍ଡୀ ଭିତରୁ ୨ କିଲୋଗ୍ରାମ ଓଜନର ସୁନା ବିସ୍କୁଟ ମିଳିଥିଲା | ସେ କହିଛନ୍ତି କରୋନା ଭାଇରସ ଯୋଗୁଁ ଲାଗୁ ହୋଇଥିବା ଲକଡାଉନ ପରେ ଜୁନ ୧୧ ତାରିଖରେ ମନ୍ଦିର ପୁନଃ ଖୋଲାଯାଇଥିଲା | ଏହାପରେ ମନ୍ଦିରରେ ଶ୍ରଦ୍ଧାଳୁ ମନ୍ଦିରରେ ପାଖାପାଖି ୧୬.୭ କୋଟି ନଗଦ ଟଙ୍କା ହୁଣ୍ଡୀରେ ପକାଇଛନ୍ତି | ସେ କହିଛନ୍ତି ଯେ ଗତ ମାସେ ଭିତରେ ପାଖାପାଖି ଅଢେଇ ଲକ୍ଷ ଶ୍ରଦ୍ଧାଳୁ ମନ୍ଦିରକୁ ଆସିଛନ୍ତି |

{"id":299453,"width":571,"height":387,"sizeSlug":"large"}

ସେ କହିଛନ୍ତି ଯେ, ପୂଜା ପାଇଁ ଅନଲାଇନ ଟିକେଟ ବୁକ କରିଥିବା ପାଖାପାଖି ୬୭ ହଜାର ଶ୍ରଦ୍ଧାଳୁ କରୋନା ଯୋଗୁଁ ଏବଂ ଅନ୍ୟ କିଛି କାରଣ ଯୋଗୁଁ ମନ୍ଦିର ଆସିପାରିନଥିଲେ | ମନ୍ଦିରର ୩ ହଜାର ୫୬୯ କର୍ମଚାରୀଙ୍କ କରୋନା ସମ୍ବନ୍ଧୀୟ ଯାଞ୍ଚ କରାଯାଇଛି ବୋଲି ଅଧିକାରୀ ଅନିଲ ସିଂହଲ କହିଛନ୍ତି | ସେମାନଙ୍କ ମଧ୍ୟରୁ ୯୧ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.