ଶ୍ରୀମନ୍ଦିର ସିଂହଦ୍ବାର ନିକଟରେ ଅଘଟଣ, ତଳେ ପଡି ଫାଟିଲା ଭକ୍ତଙ୍କ ମୁଣ୍ଡ

Published By : Prameya-News7 Bureau | December 15, 2021 IST

ପୁରୀ ୧୫।୧୨: ଶ୍ରୀମନ୍ଦିର ସିଂହଦ୍ବାର ନିକଟରେ ଅଘଟଣ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଯାଉଥିବା ବେଳେ ତଳେ ପଡି ଭକ୍ତଙ୍କ ଫାଟିଲା ମୁଣ୍ଡ । ଆହତ ଭକ୍ତ ହେଉଛନ୍ତି କେନ୍ଦ୍ରାପଡା ହାଟସାହିର ପ୍ରହ୍ଲାଦ ଦାସ। ସେଠାରେ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀମାନେ ଶ୍ରୀମନ୍ଦିର ପ୍ରଶାସନର ଆମ୍ବୁଲାନ୍ସରେ ପ୍ରହ୍ଲାଦଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ । 

{"id":560015,"width":753,"height":414,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ବୁଧବାର ପରିବାର ସହ ପ୍ରହ୍ଲାଦ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ବେଳେ ସିଂହଦ୍ବାର ନିକଟରେ ପଡି ତାଙ୍କ ମୁଣ୍ଡ ଫାଟି ଯାଇଥିଲା। ତେବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.