କ'ଣ ପ୍ରେଗନେନ୍ସି ପାଇଁ ହଠାତ୍‌ ବିବାହ କଲେ ଦେବୋଲିନା ? ମୁହଁ ଖୋଲିଲେ ଅଭିନେତ୍ରୀ

Published By : Prameya-News7 Bureau | December 24, 2022 IST

ମୁମ୍ଵାଇ ୨୪।୧୨: 'ସାଥ ନିଭାନା ସାଥିଆ'ର ଗୋପୀ ବହୁ ତଥା ଦେବୋଲିନା ଭଟ୍ଟଚାର୍ଜୀ । ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ଦେବୋଲିନା। ହଠାତ୍‌ ପ୍ରେମିକ ଶାହନାୱାଜ ଶେଖଙ୍କ ସହ ବିବାହ କରି ଚର୍ଚ୍ଚାକୁ ଆସିଥିଲେ। ଏହା ପରଠାରୁ ତାଙ୍କୁ ବହୁତ ଟାର୍ଗେଟ କରାଯାଇଥିଲା। କେହି କେହି ତାଙ୍କୁ ଶ୍ରଦ୍ଧା ୱାକର୍ ମର୍ଡର କେସ୍ ତ ଆଉ କିଏ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସହ ତୁଳନା କରିଥିଲେ। କିଛି ଲୋକ ସୋସିଆଲ ମିଡିଆରେ ଦାବି କରୁଛନ୍ତି ଯେ ସେ ଗର୍ଭବତୀ ଥିବାରୁ ହଠାତ୍ ବିବାହ କରିଥିଲେ। ବର୍ତ୍ତମାନ ଏହି ଖବର ଉପରେ ଅଭିନେତ୍ରୀ ପ୍ରତିକ୍ରିୟା ରଖିଛନ୍ତି।

wp:html
/wp:html

ସୋସିଆଲ ମିଡିଆରେ ଚାଲିଥିବା ଏହି ଖବର ଉପରେ ଦେବୋଲେନା ମୁହଁ ଖୋଲିଛନ୍ତି। । ETimes କୁ ଦିଆଯାଇଥିବା ସାକ୍ଷାତକାରରେ ଅଭିନେତ୍ରୀ ଟ୍ରୋଲରମାନଙ୍କୁ ଏକ ଉପଯୁକ୍ତ ଉତ୍ତର ଦେଇଛନ୍ତି । କହିଛନ୍ତି, “ମୋର ଆଦୌ କାହାକୁ ଜଷ୍ଟିଫାଏ କରିବା ଆବଶ୍ୟକ ନାହିଁ, କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ଭାବନ୍ତି ଯେ ମୁଁ ଗର୍ଭବତୀ, ସେଥିପାଇଁ ମୁଁ ହଠାତ୍ ବିବାହ କରିଥିଲି। ଯେଉଁମାନେ ଏପରି ଖରାପ ମନ୍ତବ୍ୟ ଦେଇଛନ୍ତି ସେମାନଙ୍କ ପାଇଁ ମୁଁ ବହୁତ ଦୁଃଖିତ । ଏହା ମଧ୍ୟ କହିଥିଲେ କି ଗ୍ରାଣ୍ଡ ବିବାହ ଛାଡି ସରଳ ବିବାହ କରିଛି କାରଣ ସେ ଟଙ୍କା ନଷ୍ଟ କରିବାକୁ ଚାହୁଁନାହାଁନ୍ତି।

ଦେବୋଲିନା ଆହୁରି କହିଛନ୍ତି ଯେ ଏହି ପ୍ରକାର ଟ୍ରୋଲ ଯୋଗୁଁ ସେ ବହୁତ ଚିନ୍ତାରେ ଥିଲେ।  ସେ କହିଛନ୍ତି, “ଏହା ଏକ ଭିନ୍ନ ସ୍ତରର କମେଣ୍ଟ ଥିଲା, ଯେଉଁଠାରେ ଆପଣ ଅନ୍ୟମାନଙ୍କୁ ନିର୍ଯାତନା ଦେବା ପାଇଁ କୌଣସି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ଏହି ପ୍ରଶ୍ନଗୁଡ଼ିକ ଉପରେ ବେଳେ ବେଳେ ହସ ଆସେ ତ ଆଉ କେତେବେଳେ ରାଗ । ସତରେ ମୁଁ ଜାଣି ନାହିଁ ଆଗକୁ କଣ ହେବ । ସମୟ ଯେଉଁଆଡେ ନବ ଯିବି। ”

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.