ରୋଗୀଣା ସ୍ତ୍ରୀକୁ ଜୀବନ୍ତ ପୋତି ହତ୍ୟା କଲା ନର ପିଶାଚ ସ୍ୱାମୀ - ଏହି ସ୍ଥାନରେ ପୋତିଥିଲା

Published By : Prameya-News7 Bureau | December 06, 2019 IST

ପାଣାଜୀ ୦୬।୧୧ - ରୋଗୀଣା ସ୍ତ୍ରୀକୁ ହତ୍ୟା କଲା ନର ପିଶାଚ ସ୍ୱାମୀ । ଏହି ଘଟଣା ଗୋଆରେ ଘଟିଛି । ତୁକାରାମ ଶେଟଗାଓଁକର ନାମକ ବ୍ୟକ୍ତି ତାଙ୍କ ସ୍ତ୍ରୀକୁ ଜୀବନ୍ତ ଅବସ୍ଥାରେ କେନାଲ ତିଆରି ହେଉଥିବା ସ୍ଥାନରେ ପୋତି ଦେଇଥିଲା । ଏହାପରେ ୪୪ ବର୍ଷୟୀ ତନଭୀଙ୍କର ମୃତ୍ୟୁ ହୋଇଥିଲା । ପରେ ସେଠାରେ କାମ କରୁଥିବା ଶ୍ରମିକମାନେ ତନଭୀଙ୍କର ମୃତ ଶରୀରକୁ ଠାବ କରିଥିଲେ ।

ପୁଲିସ ତୁକାରାମକୁ ନେଇ ପଚରା ଉଚରା କରିଥିଲା । ସେ ସମସ୍ତ ଦୋଷକୁ ସ୍ୱୀକାର କରିଛି । ବିଛୋଲମ୍‌ ତହସିଲର ନାରଭେମ୍‌ ଗାଁରେ ଏହି ଘଟଣା ଘଟିଛି ।

ତୁକାରାମ ତନଭୀଙ୍କୁ ସେଠାରେ ଜୀବନ୍ତ ପୋତିବାପରେ ଶ୍ରମିକମାନଙ୍କୁ କାମ କରିବାରେ ବାଧା ଦେଇଥିଲା । ମାତ୍ର ଶ୍ରମିକମାନେ ତା କଥା ଶୁଣି ନଥିଲେ । ରୋଗୀଣା ସ୍ତ୍ରୀର ଚିକିତ୍ସା କରିବା ପାଇଁ ଟଙ୍କା ନଥିବାରୁ ଏପରି କରିଥିବା କଥା ତୁକାରାମ କହିଛି ।

ଭାରତୀୟ ପିଙ୍ଗଳଧାରା ୩୦୨ ଅନୁସାରେ ତୁକାରାମକୁ ଗିରଫ କରାଯାଇ ମାମଲା ରୁଜୁ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.