ଭାରତୀୟଙ୍କ କମାଲ: ବିଦେଶୀ ବିଜ୍ଞାପନ ଓ ପିଆର୍‌ଓ କମ୍ପାନୀ ଅଗିଲଭୀର ସିଇଓ ହେଲେ ଭାରତୀୟ ବଂଶୋଦ୍ଭବ ଦେବିକା ବୁଲଚନ୍ଦାନୀ

Published By : Prameya-News7 Bureau | September 10, 2022 IST

ନୂଆଦିଲ୍ଲୀ: ପୁଣି ଏକ ବଡ଼ ବିଦେଶୀ କମ୍ପାନୀର ମଙ୍ଗ ଧରିଲେ ଭାରତୀୟ ବଂଶୋଦ୍ଭବ। ବିଶ୍ୱ ବିଜ୍ଞାପନ ଓ ଲୋକସମ୍ପର୍କ ସଂସ୍ଥା ଅଗିଲଭୀର ସିଇଓ ହେଲେ ଦେବିକା ବୁଲଚନ୍ଦାନୀ। ଏନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ବୁଲଚନ୍ଦାନୀ ଉତ୍ତରଆମେରିକାର ଅଗିଲଭୀ ୟୁନିଟର ସଭାପତି ସହ ସିଇଓ ଥିଲେ।

ହେଲେ କମ୍ପାନୀର ମୁଖ୍ୟ ସିଇଓ ଥିଲେ ଆଣ୍ଡି ମେନ୍‌। ହେଲେ ଆଣ୍ଡି ମେନ୍ ଏହି ପଦରୁ ଇସ୍ତଫା ଦେବା ପରେ ବୁଲଚନ୍ଦାନୀଙ୍କୁ ସିଇଓ ଘୋଷଣା କରିଛି କମ୍ପାନୀ। ଆଣ୍ଡି ମେନ୍ ଚଳିତ ବର୍ଷ ଶେଷ ଯାଏ କମ୍ପାନୀର ପରାମର୍ଶଦାତା ହୋଇ ରହିବେ ବୋଲି ଅଗିଲଭୀ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ପଦବୀ ପାଇବା ପରେ ବୁଲଚନ୍ଦାନୀଙ୍କ ଦାୟିତ୍ୱ ବଢ଼ିଯିବ। ୯୩ ଦେଶରେ ଥିବା କମ୍ପାନୀ ୧୩୧ ଅଫିସ୍‌ର ଦାୟିତ୍ୱ ବୁଲଚନ୍ଦାନୀଙ୍କ ଉପରେ ନେସ୍ତ ରହିବ।   

ଅଗିଲଭୀ ସହ କମ୍ୟୁନିକେସନ କମ୍ପାନୀ ଡବ୍ଲୁପିପିର କାର୍ଯ୍ୟକାରୀ କମିଟିରେ ମଧ୍ୟ ତାଙ୍କୁ ନିଯୁକ୍ତି ମିଳିଛି। ଏନେଇ ଡବ୍ଲୁପିପି ସିଇଓ ମାର୍କ ରିଡ୍ କହିଛନ୍ତି, “ଦେବିକା ସୃଜନଶୀଳତାର ଚାମ୍ପିୟନ। ସିଏ ତାଙ୍କ କାମକୁ ସଫଳ କରିବା ପାଇଁ ସମ୍ପୂର୍ଣ୍ଣ ଆଗ୍ରହ ସହକାରେ କାମ କରିବା ଓ ପରିସ୍ଥିତ ସହ ବୁଝାମଣା ନ କରିବାର ମାନସିକତା ରଖନ୍ତି।” କମ୍ପାନୀ ପାଇଁ ତାଙ୍କର ଭଲପାଇବା, ଗ୍ରାହକଙ୍କ ଆବଶ୍ୟକତାକୁ ଭଲଭାବରେ ବୁଝିବା, ଏଜେନ୍ସି ଓ ବ୍ରାଣ୍ଡ ପାଇଁ ଅଭିବୃଦ୍ଧିର ଟ୍ରାକ୍‌ ରେକର୍ଡ ଦେଖିଲେ ଅଗିଲଭୀକୁ ଆଗେଇ ନେବାକୁ ସେ ଉଚିତ ପାର୍ଥୀ ବୋଲି ମାର୍କ ରିଡ୍ କହିଛନ୍ତି।

Andy Main to leave Ogilvy as Devika Bulchandani takes over as global CEO |  PR Week
ଦେବିକା ବୁଲଚନ୍ଦାନୀ ଓ ଆଣ୍ଡି ମେନ୍

ଭାରତର ଅମୃତସରରେ ଜନ୍ମଗ୍ରହଣ କରିଥିବା ବୁଲଚନ୍ଦାନୀ ବିଜ୍ଞାପନ କମ୍ପାନୀ ମେକକନ ଆଇ(McCann)ରେ ଦୀର୍ଘକ ୨୬ ବର୍ଷ ଧରି ବିଭିନ୍ନ ପଦପଦବୀରେ ରହିଛନ୍ତି। ଉତ୍ତରଆମେରିକାରେ ଥିବା କମ୍ପାନୀ ଶାଖାର ଅଧ୍ୟକ୍ଷ ବି ରହିଛନ୍ତି। ଏବେ ତାଙ୍କୁ ଅଗିଲଭୀର ସିିଇଓ ଦାୟିତ୍ୱ ମିଳିବା ପରେ ସେ ସେହି ଭାରତୀୟଙ୍କ ତାଲିକାରେ ସାମିଲ ହୋଇଛନ୍ତି ଯେଉଁମାନେ ଆଜି ବଡ଼ ବଡ଼ ବିଦେଶୀ କମ୍ପାନୀ ମଙ୍ଗ ଧରିଛନ୍ତି।

ବହୁଦେଶୀୟ ବଡ଼ ବଡ଼ କମ୍ପାନୀଗୁଡ଼ିକରେ ଭାରତୀୟଙ୍କ ପ୍ରଭାବ ବଢିବାରେ ଲାଗିଛି। ଗତ ସପ୍ତାହରେ ଆମେରିକୀୟ ବହୁଦେଶୀୟ କଫି କମ୍ପାନୀ ‘ଷ୍ଟାରବକ୍ସ; ଭାରତୀୟ ବଂଶୋଦ୍ଧବ ଲକ୍ଷ୍ମଣ ନରସିହ୍ମାଙ୍କୁ ସିଇଓ ନିଯୁକ୍ତ କରିଥିଲା। ତେବେ ଲକ୍ଷ୍ମଣଙ୍କ ପୂର୍ବରୁ ବହୁ ଭାରତୀୟ ବିଂଶୋଦ୍ଭବ ବଡ଼ ବଡ଼ ମଲ୍‌ଟି ନେସ୍‌ନାଲ୍ କମ୍ପାନୀର ସିଇଓ ପଦରେ ରହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.