ବିପଦ ସଙ୍କେତ ଉପରେ ପ୍ରବାହିତ ଦେବୀ ନଦୀ, ସ୍ଥାନୀୟ ଲୋକେ ଭୟଭୀତ

Published By : Prameya-News7 Bureau | August 16, 2022 IST

କୋଣାର୍କ ୧୬।୮: ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ହେବା ଫଳରେ ମୁଣ୍ଡୁଳିଠାରେ ୧୦.୭ କ୍ୟୁସେକ ଜଳ ମହାନଦୀରେ ପ୍ରବାହିତ ହେଉଛି । ଏହା ଦ୍ବାରା ମହାନଦୀର ଶାଖା ନଦୀ ଦେବୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି । ଏହାକୁ ନେଇ କାକଟପୁର ଅଞ୍ଚଳର ୧୦ରୁ ଅଧିକ ପଞ୍ଚାୟତ ଲୋକେ ଭୟଭୀତ ଅଛନ୍ତି । ବର୍ତ୍ତମାନ ନଦୀର ବନ୍ଧକୁ ସ୍ଥାନୀୟ ଲୋକେ, ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇବା ସହ ନଦୀ ବନ୍ଧର ସୁରକ୍ଷା ପାଇଁ ଶତାଧିକ ବାଲି ବସ୍ତା ଯୋଗାଇବା ପାଇଁ ଦାବି କରିଛନ୍ତି ୧୦ଟି ପଞ୍ଚାୟତବାସୀ ।

{"id":671676,"width":840,"height":462,"sizeSlug":"full","linkDestination":"none"}

କାକଟପୁର ଅଞ୍ଚଳର ଦେବୀ ନଦୀ ବାଉରିଆକଣ ଠାରେ ବିପଦ ସଂକେତ ଟପିଛି । ୪.୯ ଏହାର ସତର୍କ ସଂକେତ ଥିବାବେଳେ ବର୍ତ୍ତମାନ ଏହା ୫.୪ ମିଟର ଉପରେ ପ୍ରଭାବିତ ହେଉଛି ବନ୍ୟାଜଳ । ପାଖ ଗାଁ ଲୋକେ ଆତଙ୍କିତ ଥିବା ସହିତ କୌଣସି ଦୁର୍ଘଟଣା ଘଟିଲେ ବହୁତ ଧନଜୀବନ ନଷ୍ଟ ହେବାର ସମ୍ଭାବନା ଥିବା କୁହାଯାଉଛି । ଅନ୍ୟପଟେ ପ୍ରଶାସନ ତରଫରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ସମସ୍ତ ଗତିବିଧି ଉପରେ ତୀକ୍ଷ୍ଣ ନଜର ଥିବା କାକଟପୁର ତହସିଲଦାର ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.