ବିପଦ ସଙ୍କେତ ଉପରେ ଦେବୀ, ଦୟା ଓ ରାଜୁଆ ନଦୀ, ସ୍ଥିତି ପରଖିଲେ ପୁରୀ ଜିଲ୍ଲାପାଳ

Published By : Prameya-News7 Bureau | August 15, 2022 IST

ନିମାପଡ଼ା/କାକଟପୁର, ୧୫/୦୮: ବିପଦ ସଂକେତର ପାଖାପାଖି ହୋଇଛି ଦୟା ଓ ରାଜୁଆ ନଦୀର ଜଳସ୍ତର । ବନ୍ଧ ଉପରେ ପ୍ରବାହିତ ହେଉଛି ବନ୍ୟା ଜଳ । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇଥିବା ଦେଖିବାକୁ ମିଳିଛି । ଦୟା ଓ ରାଜୁଆ ନଦୀ ତଟବର୍ତ୍ତି ଅଞ୍ଚଳର ୫୭ ଗୋଟି ପଞ୍ଚାୟତର ୨୫ରୁ ଅଧିକ ଗାଁ ଏବେ ବନ୍ୟା ଆଶଙ୍କାରେ ରହିଛି ।

ବଡ଼ସ, ଦୋକନ୍ଦା, ନାନକେରା, ଗଡ଼ବଳଭଦ୍ରପୁର, କୋଠତୋଟା ଆଦି ପଞ୍ଚାୟତର ୨୫ଟି ଗାଁର ଲୋକେ ଏବେ ସମ୍ଭାବ୍ୟ ବନ୍ୟା ଆଶଙ୍କାରେ ରହିଛନ୍ତି । ଦୟା ଓ ରାଜୁଆର ଦୁର୍ବଳ ନଦୀବନ୍ଧ ଯୋଗୁଁ ସ୍ଥାନୀୟ ଲୋକେ ଭୟଭୀତ ଭିତରେ ରହିଥିଲେ ମଧ୍ୟ ଗ୍ରାମବାସୀଙ୍କ ପକ୍ଷରୁ ସଜାଗ ରହିଥିବା ସୁଚନା ମିଳିଛି । ଏଭଳି ସ୍ଥିତିରେ ପୁରୀ ଜିଲ୍ଲାପାଳ ଦୁର୍ବଳ ସ୍ଥାନ ପରିଦର୍ଶନ କରିଥିବା ବେଳେ ସ୍ଥାନୀୟ ବିଧାୟକ ମଧ୍ୟ ପରିଦର୍ଶନ କରି ଉଦବେଗ ପ୍ରକାଶ କରିଛନ୍ତି । ପୁର୍ବରୁ ନଦୀବନ୍ଧ ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହୋଇଥିବା ଯୋଗୁଁ ସ୍ଥାନୀୟ ବାସିନ୍ଦାମାନେ ବିଭାଗକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ସ୍ଥିତି ଉପରେ ପୁରା ନଜର ରଖିବା ସହିତ ପ୍ରଶାସନ ସବୁ ପ୍ରକାର ପ୍ରସ୍ତୁତ କରିଥିବା ଜିଲ୍ଲାପାଳ କହିଛନ୍ତି ।

ଅନ୍ୟପଟେ ଦେବୀନଦୀରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ଚାଲୁଛି । ଦେବୀ ନଦୀରେ ୪.୯୮ମିଟର ହେଉଛି ବିପଦ ସଙ୍କେତ । ଏବେ ଦେବୀ ନଦୀର ବାଉରିଆକଣ ଠାରେ ୫.୧୦ମିଟର ଉପରେ ବନ୍ୟାଜଳ ଚାଲୁଥିବା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.