ଓବିସି କୋଟା ଲାଗୁ ନକରିପାରିଲେ ରାଜନୀତିରୁ ଅବସର ନେଇଯିବ: ଦେବେନ୍ଦ୍ର ଫଡ଼ନାଭିସ୍

Published By : Prameya-News7 Bureau | June 26, 2021 IST

ମୁମ୍ବାଇ ୨୬।୦୬: ମହାରାଷ୍ଟ୍ର ପୌର ନିର୍ବାଚନ ପାଇଁ ଓବିସି ସଂରକ୍ଷଣକୁ କୋଟାକୁ ନେଇ ରଜନୀତି ଜୋର୍ ଧରିଛି। ଏ ନେଇ ଶନିବାର ରାଜ୍ୟ ବିଜେପି ପକ୍ଷରୁ ସାରା ରାଜ୍ୟରେ ଚକ୍କା ଜାମ୍‌ କରାଯାଇଛି। ପୌର ନିର୍ବାଚନ ରେ ଓବିସି କୋଟା ରଖାଯାଉ ବୋଲି ବିଜେପି ଦାବି କରିଛି। ରାଜ୍ୟ ବିଜେପି ନେତା ତଥା ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ କହିଛନ୍ତି ଯେ ତାଙ୍କ ସରକାର ଆସିଲେ ସେ ସ୍ଥାନୀୟ ନିର୍ବାଚନରେ ଓବିସି କୋଟା ଲାଗୁ କରିବେ। ଆଉ ଯଦି ସେ ଏପରି ନ କରିପାରିବେ ତେବେ ରାଜନୀତିରୁ ଅବସର ନେଇଯିବେ ବୋଲି ଫଡନଭିସ୍ କହିଛନ୍ତି।

ଏଥି ସହ ଫଡଣବିସ ମହାବିକାଶ ଅଘାଡ଼ି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଭେରାଇଟି ସ୍କୋୟାର ଚୌକ୍‌ରେ ବିକ୍ଷୋଭ ପ୍ରଦର୍ଶନ ବେଳେ ଫଡ଼ନାଭିସ୍ କହିଛନ୍ତି ଯେ ଓବିସି କୋଟା ସଂସଦରେ ଉଠାଇବା କହି  ମହା ବିକାଶ ଅଘାଡ଼ି ସରକାର ଲୋକଙ୍କୁ ଭୁଆଁ ବୁଲାଉଛି। ତେବେ ସତ କଥା ହେଲା ରାଜ୍ୟରେ ଏହି ମସ୍ୟାର ସମାଧାନ କରିହେବ। ରାଜ୍ୟ ସରକାର ଚାହିଁଲେ ଆଇନ୍ ତିଆର କରି ସ୍ଥାନୀୟ ନିର୍ବାଚନରେ କୋଟା ଲାଗୁ କରିପାରିବ ବୋଲି ଫଡ଼ନଭିସ୍ କହିଛନ୍ତି।

ସ୍ଥାନୀୟ ନିର୍ବାଚନରେ ଓବିସି କୋଟା ଲାଗୁ କରିବା ଦାବି ନେଇ ରାଜ୍ୟ ସାରା ୧୦୦୦ ସ୍ଥାନରେ ବିରୋଧ ପ୍ରଦର୍ଶନ କରିବା ନେଇ ପୂର୍ବରୁ ଘୋଷଣା କରିଥିଲା ବିଜେପି।  ଏଥିପାଇଁ ବିଧାନସଭା ବିରୋଧୀ ଦଳ ନେତା ଫଡନାଭିସ୍‌ ନିଜ ଜିଲ୍ଲା ନାଗପୁରରେ ବିରୋଧ ପ୍ରଦର୍ଶନ କରିଥିବା ବେଳେ ବିଧାନ ପରିଷଦର ବିରୋଧୀ ଦଳ ନେତା ପ୍ରବୀଣ ଦାରେକର ଠାଣେ ବିରୋଧ କରିଥିଲେ। ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା।

ପ୍ରକୃତରେ ୨୦୧୯ରେ ବିଜେପି-ଶିବସେନା ସରକାରରେ ସ୍ଥାନୀୟ ପୌର ନିର୍ବାଚନରେ ଓବିସିକୁ ସଂରକ୍ଷଣ ମିଳିଥିଲା। ତେବେ ଏହି ମାମଲାରେ ଉଚ୍ଚନ୍ୟାୟଳର ନିର୍ଦ୍ଦେଶ ଦେଇ କହିଥିଲେ ଯେ ମହାରାଷ୍ଟ୍ରରେ ସ୍ଥାନୀୟ ପୌର ନିର୍ବାଚନରେ ଓବିସି ସଂରକ୍ଷଣ, ଅନୁସୂଚିତ ଜାତି ଓ ଜନଜାତୀ ପାଇଁ ମୋଟ ସିଟ୍‌ର ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାରୁ ଅଧିକ ଅଧିକ ହୋଇପାରିବ ନାହିଁ। ପଞ୍ଚାୟତ ସମିତି ଅଧିନିୟମ ୧୯୬୧ର ଭାଗ ୧୨(୨)( ସି)କୁ ବ୍ୟାଖ୍ୟା କରି ଓବିସି ଆରକ୍ଷଣ ପାଇଁ ୨୦୧୮-୨୦ରେ ରାଜ୍ୟ ନିର୍ବାଚନ ଆୟୋଗ ଜାରି କରିଥିବା ଅଧିସୂଚନାକୁ ମଧ୍ୟ ରଦ୍ଦ କରିଥିଲେ କୋର୍ଟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.