Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବଜେଟରେ ଏକନାଥ ସିନ୍ଦେଙ୍କ ବଡ଼ ଘୋଷଣା: ଚାଷୀଙ୍କୁ ମିଳିବ ୬୦୦୦ ନଗଦ, ଗରିବଙ୍କୁ ୧୦ ଲକ୍ଷ ଘର

9/03/2023 at 5:49 PM

ନୂଆଦିଲ୍ଲୀ, ୦୯/୦୩: ମହାରାଷ୍ଟ୍ରରେ ଏକନାଥ ସିନ୍ଦେ ଏବଂ ବିଜେପି ମେଣ୍ଟ ସରକାର ଏହାର ପ୍ରଥମ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍‌ରେ ଏକନାଥ ସିନ୍ଦେ ଅନେକ ବଡ଼ ଘୋଷଣା କରିଛନ୍ତି। ଅର୍ଥ ବିଭାଗ ଦାୟିତ୍ବ​ରେ ଥିବା ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ବଜେଟ ଭାଷଣରେ ଅନେକ ଘୋଷଣା କରିଛନ୍ତି। ଯେଉଁଥିରେ ପିଏମ କିସାନ ସମ୍ମାନ ନିଧିକୁ ନେଇ ହୋଇଥିବା ନୂଆ ଯୋଜନା ଘୋଷଣା କରାଯାଇଛି। ଏହି ବଜେଟ୍‌କୁ ଲୋକାଭିମୁଖୀ କରିବାକୁ ଚେଷ୍ଟା କରିବା ସହ ଏକନାଥ ସରକାର ଚାଷୀଙ୍କ ଉପରେ ଧ୍ୟାନ ଦିଆଯାଇଛି।

ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କାର ଆର୍ଥିକ ସହାୟତା:

ଗୁରୁବାର ମହାରାଷ୍ଟ୍ରର ଏକନାଥ ସିନ୍ଦେ ସରକାର ତାଙ୍କର ପ୍ରଥମ ପାଳିର ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏହା ଅନୁଯାୟୀ ରାଜ୍ୟର ୧.୫ କୋଟି ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯିବ। ଏଥିପାଇଁ ପ୍ରତି ବର୍ଷ ସରକାରଙ୍କ ତରଫରୁ ୬୯୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ବ୍ୟତୀତ ରାଜ୍ୟରେ ଗରିବ ପରିବାରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଆବାସ ଯୋଜନା ମଧ୍ୟ ଘୋଷଣା କରାଯାଇଛି। ଏହି ଯୋଜନାରେ ୧୦ ଲକ୍ଷ ପରିବାରଙ୍କୁ ଘର ଦିଆଯିବ। ୧ ଏପ୍ରିଲ ଠାରୁ ଆରମ୍ଭ ହେଉଥିବା ୨୦୨୩-୨୪ ଆର୍ଥିକ ବର୍ଷରେ ହିଁ ୩ ଲକ୍ଷ ଘର ତିଆରି କରିବାର ଯୋଜନା ରହିଛି।

ଜୈବିକ ଚାଷ ପାଇଁ ୧୦୦୦ କୋଟି ଟଙ୍କା:

କେବଳ ସେତିକି ନହେଁ ଏକ ଟଙ୍କା ସୁଧରେ ପିଏମ ଫସଲ ବୀମା ଯୋଜନାର ମଧ୍ୟ ଲାଭ ଦିଆଯିବ। ଉପମୁଖ୍ୟମନ୍ତ୍ରୀ ଏହି ବଜେଟକୁ ପଞ୍ଚାମୃତ ବଜେଟ୍‌ ଉପରେ ଆଧାରିତ ବୋଲି କହିଛନ୍ତି। ଏହି ବଜେଟ୍‌ ଚାଷୀ, ଯୁବକ, ମହିଳା, ରୋଜଗାର ଏବଂ ପରିବେଶ ପାଇଁ ସମର୍ପିତ। ପରିବେଶ ଅନୁକୂଳ ଚାଷର ଉଦ୍ଦେଶ୍ୟ ଦ୍ବାରା ବଜେଟ୍‌ରେ ଆଗାମୀ ତିନି ବର୍ଷରେ ୧୦୦୦ କୋଟି ଟଙ୍କା ଖର୍ଚ୍ଚ ଜୈବିକ ଚାଷ କରିବା ପାଇଁ ଘୋଷଣା କରିଛନ୍ତି। ଏହା ଅନୁଯାୟୀ, ୨୫ ଲକ୍ଷ ହେକ୍ଟର ଜମିରେ ଜୈବିକ ଚାଷ କରାଯିବ।

ବିପିଏଲ ପରିବାରର ଝିଅଙ୍କୁ ୭୫ ହଜାର ଟଙ୍କାର ସହାୟତା:

ବିପିଏଲ ପରିବାରର ଝିଅଙ୍କୁ ୭୫ ହଜାର ଟଙ୍କାର ସହାୟତା ୧୮ ବର୍ଷ ହେବା ପର୍ଯ୍ୟନ୍ତ ମିଳିବ। ସରକାରୀ ବସ୍‌ରେ ମହିଳାଙ୍କୁ ଅଧା ଭଡ଼ା ଦେବାକୁ ହେବ। ସେହିପରି ବିପିଏଲ ପରିବାରଙ୍କୁ ଏକନାଥ ସିନ୍ଦେ ସରକାରଙ୍କା ବଡ଼ ଆଶ୍ବସ୍ତି ଦିଆଯାଇଛି। ସେମାନଙ୍କୁ ଏପର୍ଯ୍ୟନ୍ତ ୧.୫ ଲକ୍ଷ ପର୍ଯ୍ୟନ୍ତ ଡାକ୍ତରୀ ସହାୟତା ମଳୁଥିଳା ଯାହକୁ ଏବେ ବଢ଼ାଯାଇ ୫ ଲକ୍ଷ ଟଙ୍କା କରାଯାଇଛି। ଏହାକୁ ମହାତ୍ମା ଫୁଲେ ଜୀବନଦାୟୀ ଯୋଜନା ନାମ ଦିଆଯାଇଛି।

ଫଡ଼ନାଭିସ ଘୋଷଣା କରିଛନ୍ତି ଯେ ଛତ୍ରପତି ଶିବାଜୀ ମହାରାଜଙ୍କ ସମୟରେ ଦୁର୍ଗର ସଂରକ୍ଷଣ ଉପରେ ୩୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଚାଷୀଙ୍କ ଆତ୍ମହତ୍ୟାରେ ପ୍ରଭାବିତ ୧୪ ଜିଲ୍ଲାରେ ଗରିବ ପରିବାରଙ୍କୁ ମାଗଣା ରାସନ ବ୍ୟତୀତ ବାର୍ଷିକ ୧୮୦୦ ଟଙ୍କାର ନଗଦର ମଧ୍ୟ ସାହାଯ୍ୟ ଦିଆଯିବ। ସେହିଭଳି କେଉଟଙ୍କୁ ୫ ଲକ୍ଷ ଟଙ୍କାର ବୀମା କଭର ଦେବା ପାଇଁ ଘୋଷଣା ମଧ୍ୟ ହୋଇଛି।

   Related Posts