ପରାଜୟ ପରେ ଇସ୍ତଫା ଦେବା କଥା କାହିଁକି କହିଲେ ଫଡନଭିସ ?

Published By : Prameya-News7 Bureau | June 05, 2024 IST

ମୁମ୍ବାଇ ୫/୬: ପରାଜୟ ପାଇଁ ଦାୟୀ ମୁଁ, ଇସ୍ତଫା ଦେଇଦେବି । ମହାରାଷ୍ଟ୍ରରେ ବିଜେପିର ଶୋଚନୀୟ ପରାଜୟ ପାଇଁ ନିଜକୁ ଦାୟୀ କରିବା ସହ ଇସ୍ତଫା ଦେଇଦେବେ ବୋଲି କହିଛନ୍ତି ବିଜେପିର ବରିଷ୍ଠ ନେତା ତଥା ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ । 

୪୮ ଲୋକସଭା ବିଶିଷ୍ଟ ମହାରାଷ୍ଟ୍ର ଆସନରେ ବିଜେପିକୁ ମାତ୍ର ୯ଟି ସିଟ୍‌ ମିଳିଛି ।୨୦୧୯ରେ ୧୪ଟି ସିଟ୍‌ ମିଳିଥିଲା ।  ବିଜେପିର ଖରାପ ପ୍ରଦର୍ଶନ ପରେ ଫଡନଭୀସ କେନ୍ଦ୍ରୀୟ ନେତୃତ୍ବକୁ ଅନୁରୋଧ କରିଛନ୍ତି କି ମହାରାଷ୍ଟ୍ର ସରକାରରେ ମୋତେ ଯେଉଁ ପଦ ମିଳିଛି ସେଥିରୁ ମୁକ୍ତି କରାଯାଉ । ଫଳରେ ମୁଁ ଦଳ ପାଇଁ ସମର୍ପିତ ହୋଇ କାମ କରିପାରିବି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.