previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଧର୍ମଗଡ : ଲଗାଣ ବର୍ଷାରେ ବେହାଲ କଳାହାଣ୍ଡି ଜିଲ୍ଲା, ନଦୀ କୂଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି
  • ||
  • ମୋହନା : ଲଗାଣ ବର୍ଷାରେ ବୃଦ୍ଧି ପାଇଲା ହରଭଙ୍ଗୀ ନଦୀର ଜଳସ୍ତର, ୪ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ସାନଖେମୁଣ୍ଡି : କୂଅରେ ପଡିଲା ଜଙ୍ଗଲୀ ବାରହା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପୁରୀ : ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ : ଭାସିଯାଇ ଯୁବତୀଙ୍କ ମୃତ୍ୟୁ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଜଣେ ଶିଶୁ ସମେତ ୩ ଆହତ
  • ||
  • ସମ୍ବଲପୁର : ବ୍ରେକ୍ ଫେଲ୍ ହେଲା ଚଳନ୍ତା ବସ୍‌, ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା
  • ||
  • କାମାକ୍ଷାନଗର : ନଦୀ ପାର ହେବା ସମୟରେ ଭାସିଗଲେ ବୃଦ୍ଧା, ମୃତଦେହ ଉଦ୍ଧାର କଲେ ପରିବାର ଲୋକ
  • ||
  • ବିହାରରେ ବଦଳିବ ରାଜନୈତିକ ସମୀକରଣ : କଂଗ୍ରେସ-ଆରଜେଡି ସମର୍ଥନରେ ସରକାର ଗଢିବେ ନୀତିଶ !
  • ||
  • ଜୟପୁର : ନଦୀ ପାର ହେବା ସମୟରେ ଭାସିଗଲେ ବୃଦ୍ଧା, ମୃତଦେହ ଉଦ୍ଧାର କଲେ ପରିବାର ଲୋକ
  • ||
  • କଣ୍ଟାବାଞ୍ଜି : ଗାଁ ନିକଟ ମହୁଲ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ଆତ୍ମହତ୍ୟା ନା’ ହତ୍ୟା ଅସ୍ପଷ୍ଟ
  • ||

ମହାରାଷ୍ଟ୍ରରେ ମହା ଟ୍ୱିଷ୍ଟ: ଏକନାଥ ସିନ୍ଦେ ହେବେ ନୂଆ ମୁଖ୍ୟମନ୍ତ୍ରୀ, ଦେବେନ୍ଦ୍ର ଫଡନବିସ କଲେ ଘୋଷଣା

30/06/2022 at 4:38 PM

ମୁମ୍ୱାଇ: ମହାରାଷ୍ଟ୍ର ରାଜନୀତିରେ ମହା ଟ୍ୱିଷ୍ଟ। ଫେଲ ମାରିଲା ସମସ୍ତଙ୍କ ଆକଳନ। ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ। ଗୁରୁବାର ସଂଧ୍ୟା ୭.୩୦ରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ବିଜେପି ନେତା ଦେବେନ୍ଦ୍ର ଫଡନବିସ ଗୁରୁବାର ଏହି ଘୋଷଣା କରିଛନ୍ତି। ଏହାସହ ରାଜ୍ୟ କ୍ୟାବିନେଟରୁ ସେ ବାହାରେ ରହିବେ ବୋଲି ଘୋଷଣା କରିଛନ୍ତି।

ଦେବେନ୍ଦ୍ର ଫଡନବିସ ସାମ୍ୱାଦିକ ସମ୍ମିଳନୀ କରି କହିଛନ୍ତି, ୨୦୧୯ ନିର୍ବାଚନରେ ଆମକୁ ବହୁମତ ମିଳିଥିଲା। କିନ୍ତୁ ଶିବସେନା ବାଲାସାହେବ ଠାକରେଙ୍କ ବିଚାରଧାରା ଭୁଲି କଂଗ୍ରେସ ଏବଂ ଏନସିପି ସହ ମିଶି ସରକାର ଗଠନ କରିଥିଲେ। ବାଲାସାହେବ ଠାକରେ ସାରା ଜୀବନ ଏହି ଦୁଇ ଦଳ ବିରୋଧରେ ଲଢିଥିଲେ। ଏହା ପରେ ବି ଉଦ୍ଧବ ଠାକରେ ତାଙ୍କ ସହ ମେଣ୍ଟ କରି ମହା ବିକାଶ ଅଘାଡି ସରକାରରେ ସାମିଲ ହୋଇଥିଲେ। ଏହି ସମୟରେ ବହୁ ଭ୍ରଷ୍ଟାଚାର ହୋଇଛି ଏବଂ ପ୍ରଥମ ଥର ପାଇଁ ମହାରାଷ୍ଟ୍ର ଇତିହାସରେ ଦୁଇ ଜଣ ମନ୍ତ୍ରୀ ଜେଲ ଯାଇଛନ୍ତି। ସେ କହିଛନ୍ତି ବାଲାସାହେବ ଠାକରେ ଦାଉଦର  ବିରୋଧୀ ଥିଲେ କିନ୍ତୁ ଏହି ସରକାରର ଜଣେ ମନ୍ତ୍ରୀଙ୍କ ତାଙ୍କ ସହ ସମ୍ପର୍କରେ ଥିଲେ।

ପୂର୍ବରୁ ଖବର ଥିଲା ଯେ ବିଜେପି ନେତା ଦେବେନ୍ଦ୍ର ଫଡନବିସ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ଏବଂ ତାଙ୍କ ସହ ଏକାନାଥ ସିନ୍ଦେ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ପାରନ୍ତି। ଏହା ପୂର୍ବରୁ ଖବର ଥିଲା ଯେ, ଶୁକ୍ରବାର ଜୁଲାଇ ୧ରେ  ଫଡନବିସ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇପାରନ୍ତି। ଏହାରି ଭିତରେ ଦେବେନ୍ଦ୍ର ଫଡନବିସ ଏବଂ ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ରାଜ୍ୟପାଳ ଭଗତ ସିଂ କୋଶିଆରୀଙ୍କୁ ଭେଟିଥିଲେ । ଏହି ଦୁଇ ନେତା ରାଜ୍ୟରେ ସରକାର ଗଠନ ପାଇଁ ଦାବି କରିଥିଲେ । ବିଜେପି ନିକଟରେ ମୋଟ ୧୦୬ ବିଧାୟକ ଅଛନ୍ତି, ଅନ୍ୟପଟେ ଏକନାଥ ସିନ୍ଦେ ଶିବସେନାର ବିଦ୍ରୋହୀ ବିଧାୟକ ଏବଂ ନିର୍ଦଳୀୟ ବିଧାୟକ ସହ ମୋଟ ୪୯ ସଦସ୍ୟଙ୍କ ସମର୍ଥନ ଥିବା ଦାବି କରିଥିଲେ ।  

ଏହା ପୂର୍ବରୁ ଆଜି ଏକନାଥ ସିନ୍ଦେ ଗୋଆରୁ ମୁମ୍ୱାଇରେ ପହଞ୍ଚି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ଘରେ ପହଞ୍ଚିଥିଲେ। ପରେ ଦୁହେଁ ଏକାସାଙ୍ଗରେ ରାଜ୍ୟପାଳଙ୍କୁ ଭେଟିବା ପାଇଁ ଯାଇଥିଲେ । ଏକନାଥ ସିନ୍ଦେ ଏକାକୀ ମୁମ୍ୱାଇ ପହଞ୍ଚିଥିବା ବେଳେ ଶିବସେନାର ଅନ୍ୟ ବିଦ୍ରୋହୀ ବିଧାୟକ ଏବେ ବି ଗୋଆର ତାଜ ହୋଟେଲରେ ଅଛନ୍ତି । ବିଜେପି ସୂତ୍ର ଅନୁସାରେ ବିଜେପିରୁ ୨୮ ଜଣ ମନ୍ତ୍ରୀ ହୋଇପାରନ୍ତି । ଅନ୍ୟପଟେ ଏକାନାଥ ସିନ୍ଦେଙ୍କ ଗୋଷ୍ଠୀରୁ ୧୩ ଜଣଙ୍କୁ ମନ୍ତ୍ରୀ କରାଯାଇପାରେ। ଏଥିରେ ୮ ଜଣଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ଏବଂ ୫ ଜଣଙ୍କୁ ରାଷ୍ଟ୍ର ମନ୍ତ୍ରୀ ପାହ୍ୟା ଦିଆଯାଇପାରେ।

   Related Posts