ପ୍ରଥମେ କରାଗଲା ଉପମୁଖ୍ୟମନ୍ତ୍ରୀ, ଏବେ ମନ୍ତ୍ରିମଣ୍ଡଳରେ ରହିବନି ଫଡନବୀଶଙ୍କ ଗୁରୁତ୍ୱ, ଜାଣନ୍ତୁ କାହିଁକି?

Published By : Prameya-News7 Bureau | July 07, 2022 IST

ମୁମ୍ବାଇ ୭।୭:  ମହାରାଷ୍ଟ୍ରରେ ୨୦୧୪-୧୯ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିବା ଦେବେନ୍ଦ୍ର ଫଡନବୀଶଙ୍କୁ ବିଜେପି ରାଜ୍ୟରେ ଉପମୁଖ୍ୟମନ୍ତ୍ରୀ କରିଛି। ଏବେ ଆସୁଥିବା ଖବରରୁ ଏକନାଥ ସିନ୍ଦେଙ୍କ ସରକାରରେ ଫଡନବୀଶଙ୍କୁ ହାଇକମାଣ୍ଡ ଫ୍ରିହ୍ୟାଣ୍ଡ ଦେଉନଥିବା ଜଣାପଡିଛି। ସୂତ୍ର ଅନୁସାରେ ହାଇକମାଣ୍ଡଙ୍କ ମୁତାବିକ ପାର୍ଟି ନେତୃତ୍ୱଙ୍କୁ ସରକାରରେ ମଜଭୁତ ହାତ ସହିତ ପାର୍ଟିରେ ମଧ୍ୟ ଦଖଲ ରଖିବା ଦରକାର। ଏଣୁ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ନେଇ ହାଇକମାଣ୍ଡ ନିଷ୍ପତ୍ତି ନେବେ ବୋଲି  କୁହାଯାଉଛି।  

ଶିବସେନା ଓ ନିର୍ଦ୍ଦଳୀୟ ବିଧାୟକଙ୍କ ମଧ୍ୟରୁ କାହାକୁ କେଉଁ ମନ୍ତ୍ରାଳୟ ମିଳିବ ତାହା ହାଇକମାଣ୍ଡ ନିଷ୍ପତ୍ତି ନେବେ। ଯେଉଁଥିରେ ଏବେ ମୁମ୍ବାଇର ବିଧାୟକଙ୍କ ଉପରେ ବିଶେଷ ଫୋକସ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ପାର୍ଟି ମୁମ୍ବାଇ ଓ ଠାଣେରେ ନିଜକୁ ମଜଭୁତ କରିବାକୁ ଚାହୁଁଛି। ଏଣୁ ପାର୍ଟି ଏକନାଥ ସିନ୍ଦେ ଗୋଷ୍ଠୀଙ୍କ ଜରିଆରେ ଏହି ସବୁ ଅଞ୍ଚଳରେ ଉଦ୍ଧବ ଠାକରେଙ୍କ ପ୍ରଭାବ ହ୍ରାସ କରିବାକୁ  ଯୋଜନା କରିଛି। ଯାହାର ପ୍ରଭାବ ଏବେ ବିଜେପିର ଅନ୍ତରୀଣ ରଣନୀତିରେ ମଧ୍ୟ ଦେଖିବାକୁ ମିଳିବ।

ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନବୀଶଙ୍କୁ ନେଇ ପୃଥକପୃଥକ ରାୟ ରହିଛି। ଏଣୁ ସିନ୍ଦେଙ୍କ ମନ୍ତ୍ରିମଣ୍ଡଳରେ ଫଡନବୀଶ ବିରୋଧୀଙ୍କୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ଦେବାକୁ ଯୋଜନା କରାଯାଉଛି। ଯାହାକୁ ଏବେ ଫଡନବୀଶଙ୍କ ଲାଗି ଝଟକା ବୋଲି ବିଚାର କରାଯାଉଛି। ତେବେ ସମର୍ଥକଙ୍କ କହିବା କଥା ହେଲା ଫଡନବୀଶଙ୍କ ନେତୃତ୍ୱରେ ପାର୍ଟି ରାଜ୍ୟରେ ମଜଭୁତ ହୋଇଛି। ତେବେ ତାଙ୍କ ବିରୋଧୀଙ୍କ କହିବା କଥା ହେଲା ପଡନବୀଶଙ୍କ ରାଜରେ ବିଜେପି ବିଶ୍ୱସ୍ଥଙ୍କୁ କଣ ଠେସା କରାଯାଇଥିଲା। ଏଣୁ ହାଇକମାଣ୍ଡ ଏବେ ବିରୋଧୀ ଓ ସମର୍ଥଙ୍କ ମଧ୍ୟରେ ସନ୍ତୁଳନ ଆଣିବାକୁ ଉଦ୍ୟମ କରୁଛନ୍ତି।

{"id":652926,"sizeSlug":"full","linkDestination":"none"}

ଏହି ଉଦ୍ୟମରେ କେବେ ଫଡନବୀଶଙ୍କ ସରକାରରେ କଡେଇ ଦିଆଯାଇଥିବା ନେତାଙ୍କୁ ଏବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିପାରେ ବୋଲି କୁହାଯାଉଛି। ଜନୈକ ବିଜେପି ନେତାଙ୍କ ଅନୁସାରେ  ମନ୍ତ୍ରିମଣ୍ଡଳର ଗୁରୁତ୍ୱପୂର୍ଣ୍ଣ ଗୃହମନ୍ତ୍ରାଳୟ ଦେବେନ୍ଦ୍ର ଫଡନବୀଶଙ୍କ ବଦଳେ ସୁଧିର ମୁନଙ୍ଗଟିବାରଙ୍କୁ ଦିଆଯାଇପାରେ। ଏହା ଛଡା କିଛି ଅନ୍ୟ ନେତାଙ୍କୁ  ମଧ୍ୟ ମନ୍ତ୍ରୀମଣ୍ଡଳରେ ସ୍ଥାନମିଳିବ ଯେଉଁମାନଙ୍କର ଫଡନବୀଶଙ୍କ ସହ ପଡୁନଥିଲା।  

ପାର୍ଟିର ମୁଖ୍ୟ ଉଦ୍ଦେଶ୍ୟ ଏବେ ମୁମ୍ବାଇର ବିଧାୟକମାନଙ୍କୁ ମନ୍ତ୍ରୀମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦେବାକୁ। କାରଣ କିଛି ସମୟ ପରେ ବୃହନ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (ବିଏମସି)ନିର୍ବାଚନ । ଏଣୁ ମୁମ୍ବାଇ ବିଧାୟକଙ୍କୁ ମନ୍ତ୍ରୀପଦବୀ ମିଳିଲେ ନିର୍ବାଚନରେ ଏହାର ପ୍ରଭାବ ନିଶ୍ଟିତ ଅନୁଭୂତ ହେବ ବୋଲି ଆକଳନ କରାଯାଉଛି। ଏଥିରେ ଠାକରେଙ୍କ ଶିବସେନାକୁ ବିଏମସିରୁ ବେଦଖଲ କରିବା ଏବେ ବିଜେପିର ମୁଖ୍ୟ ଉଦ୍ଦେଶ୍ୟ ପାଲଟିଛି। ଯେଉଁ ବିଜେପି ନେତାଙ୍କୁ ମନ୍ତ୍ରୀମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ମିଳିବ ବୋଲି ଚର୍ଚ୍ଚା ହେଉଛି ସେମାନଙ୍କ ମଧ୍ୟରେ ଆଶିଷ ସେଲାର ଅନ୍ୟତମ।

ସେଲାର ବାନ୍ଦ୍ରା ପଶ୍ଚିମ ବିଧାୟକ। ସେଲାର ଅମିତ ଶାହଙ୍କ ଅତ୍ୟନ୍ତ ନିକଟତମ। ଏଣୁ ଯଦି ତାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ନମିଳେ ତେବେ ତାଙ୍କୁ ରାଜ୍ୟ ସଭାପତି କରାଯାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଅତୀତରେ ଆଶିଷ ସେଲାର ମୁମ୍ବାଇରେ କର୍ପୋରେଟର ଥିଲେ ଓ ବିଏମସିରେ ତାଙ୍କର ଭଲ ଦଖଲ ମଧ୍ୟ ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.