ମହାରାଷ୍ଟ୍ର ବିଧାନସଭାରେ ସେୟାର ଲାଇଟ୍ ମୁମେଣ୍ଟ, ପାଖାପାଖି ହେଲେ ଉଦ୍ଧବ ଠାକରେ ଓ ଦେବେନ୍ଦ୍ର ଫଡନାଭିସ୍
24/03/2023 at 12:02 PM

ମୁମ୍ୱାଇ ୨୪/୦୩: ଦିନକୁ ଦିନ ରୋଚକ ମୋଡ ନେଉଛି ମହାରାଷ୍ଟ୍ର ରାଜନୀତି । ଏହାରି ଭିତରେ ନଜର ଆସିଛି ଆଶ୍ଚର୍ଯ୍ୟଚକିତ କଲା ଭଳି ଦୃଶ୍ୟ । ଗୋଟିଏ ଫ୍ରେମରେ ନଜର ଆସିଥିଲେ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ଶିବସେନାର ନେତା ଉଦ୍ଧବ ଠାକରେ ।
#WATCH | Maharashtra Deputy CM Devendra Fadnavis and former CM Uddhav Thackeray were seen having a conversation on their way to Vidhan Sabha today. pic.twitter.com/NXrTs2jJag
— ANI (@ANI) March 23, 2023
ତେବେ ସବୁଠୁ ଚମକାଇଦେବା ଭଳି ଘଟଣା ହେଉଛି ଭେଟ ହେବା ପରେ ସେମାନେ ପରସ୍ପରକୁ ଦେଖି ସ୍ମିତ ହାସ୍ୟ ଦେବା ସହ କଥା ବି ହୋଇଥିଲେ। ଉଭୟ ନେତା ବିଧାନସଭାକୁ ଆସୁଥିବା ବେଳେ ନଜର ଆସିଥିଲା ଏମିତି ଦୃଶ୍ୟ । ଦଳୀୟ ସ୍ତରରେ ଉଭୟ ନେତା ପରସ୍ପରକୁ ସମାଲୋଚନା କରୁଥିବା ବେଳେ କ୍ୟାମେରା ସାମ୍ନାରେ ଅତି ସ୍ୱଭାବିକ ଢଙ୍ଗରେ ନଜର ଆସିଥିଲେ । ଏମିତିକି ସ୍ୱାଭାବିକ ଢଙ୍ଗରେ କଥା ବି ହୋଇଥିଲେ ।
ସୂଚନା ଥାଉକି, ମହାରାଷ୍ଟ୍ର ବିଦ୍ୟା ଭବନରେ ମାର୍ଚ୍ଚ ୨୩ରେ ଥିଲା ବୈଠକ । ଉଭୟ ନେତା ଏହି ବୈଠକରେ ଯୋଗଦେବାକୁ ଯାଉଥିଲେ । କିଛି ସମୟ ଆସିବେ ଉଭୟ ଉଭୟଙ୍କୁ ବାଟରେ ଭେଟିଥିଲେ । କିଛି ସମୟ ଚାଲିଚାଲି ଆସିବା ପରେ ଉଭୟ କଥାବାର୍ତ୍ତା ଆରମ୍ଭ କରିଥିଲେ । ଯାହାକି କ୍ୟାମେରାରେ କଏଦ ହୋଇଥିଲା । ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ଶିବସେନା ମୁଖ୍ୟମନ୍ତ୍ରୀ ଆସନକୁ ନେଇ ସୃଷ୍ଟି ହୋଇଥିବା ତିକ୍ତତା ଯୋଗୁ ବିଜେପି ହାତ ଛାଡ଼ି ଦେଇଥିଲା । ସେବେଠାରୁ ଫଡନାଭିସ ନିୟମିତ ଭାବେ ଶିବସେନା ଓ ଉଦ୍ଧବ ଠାକରେଙ୍କୁ ସମାଲୋଚନା କରି ଆସୁଛନ୍ତି ।