ଝାରସୁଗୁଡା ଗସ୍ତ କରି କୋଭିଡ୍ ସ୍ଥିତିର ସମୀକ୍ଷା କଲେ ଉନ୍ନୟନ କମିଶନର ଓ ୫ଟି ସଚିବ

Published By : Prameya-News7 Bureau | May 01, 2020 IST

ଝାରସୁଗୁଡା, ୦୧|୦୫:   ଶୁକ୍ରବାର ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ୫ଟି ସଚିବ ଭି କେ ପାଣ୍ଡିଆନ ଝାରସୁଗୁଡା ଗ୍ରସ୍ତ କରିଛନ୍ତି ।ଉଭୟ ସଚିବ ଜିଲ୍ଲାରେ କୋଭିଡ଼-୧୯ ସ୍ଥିତି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରିଛନ୍ତି ।

ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ହେଲିକେପ୍ଟରରେ ଉନ୍ନୟନ କମିଶନର ଓ ୫ଟି ସଚିବ ଝାରସୁଗୁଡାରେ ପହଞ୍ଚି ଜିଲ୍ଲାପାଳଙ୍କ ଅଫିସରେ ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ କରୋନା ସ୍ଥିତି ବାବଦରେ ସମୀକ୍ଷା କରିଛନ୍ତି । ପରେ ସେମାନେ ସୁନ୍ଦରଗଡ ଗସ୍ତ କରିଛନ୍ତି।

{"id":263090,"width":684,"height":378,"sizeSlug":"large"}

୫ଟି ସଚିବ ଏବଂ ଉନ୍ନୟନ କମିଶନରଙ୍କ ସମୀକ୍ଷା ସମୟରେ ଉପସ୍ଥିତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯେଭଳି ଲକଡାଉନ ପରେ ସାଧାରଣ ଲୋକେ ସାମାଜିକ ଦୂରତା ରକ୍ଷା କରିବେ ସେଥିପାଇଁ ଧ୍ୟାନ ଦେବା ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏହି ବୈଠକରେ ଝାରସୁଗୁଡା ଜିଲ୍ଲାପାଳ, ଉତ୍ତରାଞ୍ଚଳ ଡ଼ିଆଇଜି ହିମାଂଶୁ ଲାଲ, ଜିଲ୍ଲା ଏସପି,ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.