AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବଦାସ ହତ୍ୟା ଘଟଣାରେ ଡିଜିଙ୍କ ପ୍ରେସମିଟ୍, କହିଲେ ତଦନ୍ତକୁ ଆହୁରି ଲାଗିବ ସମୟ
  • ||
  • ଭୁବନେଶ୍ୱର୨: CFSLର ସହାୟତାରେ ASI ଗୋପାଳ ଦାସଙ୍କ ହେବ ଭଏସ ଟେଷ୍ଟ
  • ||
  • ଖଲ୍ଲିକୋଟ: ବସ୍‌ କର୍ମଚାରୀ ଭୁଲିଗଲେ ମାନବିକତା, ଅଧାରାସ୍ତାରେ ଛାଡି ଚାଲିଗଲେ ମୃତଦେହ
  • ||
  • ଦାରିଙ୍ଗବାଡି: ବାଇକ୍‌-କାର୍‌ ମୁହାଁମୁହିଁ ଧକ୍କା: ୨ ମୃତ, ଜଣେ ଆହତ
  • ||
  • ପାଟଣା: ପୋଖରୀ ଭିତରକୁ ପଶିଲା ତେଲ ଟ୍ୟାଙ୍କର, ଭାରସାମ୍ୟ ହରାଇ ଓଲଟିପଡିଲା
  • ||

ଚାନ୍ଦପୁର କୋଭିଡ୍ ହେଲ୍ଥ ସେଣ୍ଟର ପରିଦର୍ଶନ କଲେ ଉନ୍ନୟନ କମିଶନର ଓ 5-T ସଚିବ

6/05/2020 at 2:13 PM

ଟାଙ୍ଗୀ ୬।୫ : ରାଜ୍ୟରେ ଯେତିକି ଯେତିକି କରୋନା ସଂକ୍ରମଣ ବୃଦ୍ଧି ପାଉଛି ସେତିକି ତତ୍ପର ହେଉଛନ୍ତି ରାଜ୍ୟ ସରକାର । ଅନ୍ୟ ରାଜ୍ୟରେ ଫସିଥିବା ପ୍ରବାସୀ ଓଡିଆଙ୍କୁ ଆଣିବାଠାରୁ ଆରମ୍ଭ କରି ରାଜ୍ୟ ମଧ୍ୟରେ କୋଭିଡ୍ ହସ୍ପିଟାଲର ସବୁ ସମୟରେ ତଦାରଖ ମଧ୍ୟ କରୁଛନ୍ତି ।

ଆଜି 5-T ସଚିବ ଭି.କେ. ପାଣ୍ଡିଆନ୍‌ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଅଚାନକ ଭାବେ ନୟାଗଡ ଗସ୍ତ କରିଛନ୍ତି । ନୟାଗଡ ଜିଲ୍ଲା ଚାନ୍ଦପୁରରେ ଥିବା କୋଭିଡ୍ ହେଲ୍ଥ ସେଣ୍ଟର ପରିଦର୍ଶନ କରିଛନ୍ତି 5-T ସଚିବ । ହସ୍ପିଟାଲର ବିଭିନ୍ନ ଓ୍ବାର୍ଡ ବୁଲି ଦେଖିବା ସହ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲରେ ଠିକ୍‌ ଭାବରେ କାର୍ଯ୍ୟ ହେଉଛି କି ନାହିଁ ତାହାର ତଦାରଖ କରିଥିଲେ ।

କୋଭିଡ୍ ହସ୍ପିଟାଲରେ ଏସିଠାରୁ ଆରମ୍ଭ କରି ଭେଣ୍ଟିଲେଟର ସୁବିଧାର ସମସ୍ତ ତଥ୍ୟ ନେଇଥିଲେ 5-T ସଚିବ । ଏଥିସହ କରୋନା ମୁକାବିଲା ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ନେଇ ସମୀକ୍ଷା କରିଥିଲେ । ନୟାଗଡ ଜିଲ୍ଲାପାଳ, ଏସପି, ସିଡିଏମଓ, ଚାନ୍ଦପୁର ସୁପରିଟେଣ୍ଡଣ୍ଟ  ପ୍ରମୁଖ ଉପସ୍ଥିତ ଥିଲେ ।

   Related Posts