ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ପୂର୍ତ୍ତ ବିଭାଗର ମନମୁଖୀ କାମ, ଏସଇଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଠିକାଦାର ସଂଘର ଧାରଣା

16/11/2022 at 6:12 PM

ନୀଳଗିରି:  ପୂର୍ତ୍ତବିଭାଗର ଏସଇଙ୍କ ମନମୁଖୀ କାର୍ଯ୍ୟ ଓ ଦୁର୍ବ୍ୟବହାର ପ୍ରତିବାଦରେ ବାଲେଶ୍ଵର ଜିଲ୍ଲା ନୀଳଗିରି ଠିକାଦାର ସଙ୍ଘ ଧାରଣା ଦେଇଥିବା ଜଣାପଡିଛି।ପୂର୍ତ୍ତ ବିଭାଗ ଠିକାଦାରଙ୍କ ଜରିଆରେ କାମ କରାଇ କାଗଜପତ୍ର କାମ ପକାଇ ରଖୁଥିବାରୁ ଠିକାଦାର ବିଲ୍ ପାଉ ନାହାନ୍ତି।

ସୂଚନାଯୋଗ୍ୟ ଜରୁରୀକାଳୀନ ପରିସ୍ଥିତିରେ ବହୁ କାର୍ଯ୍ୟକୁ ସ୍ଥାନୀୟ ଯନ୍ତ୍ରୀ ଠିକାଦାରଙ୍କୁ କାମ କରାଇ କାର୍ଯ୍ୟର କାଗଜପତ୍ର ବର୍ଷ ବର୍ଷ ଧରି ପକାଇ ରଖୁଥିବାରୁ ଠିକାଦାର ବିଲ ପାଉନାହାନ୍ତି।ବାରମ୍ବାର ପୂର୍ତ୍ତବିଭାଗର ଏସଡ଼ିଓଙ୍କ ପାଖରେ ଅଭିଯୋଗ କରିବା ପରେ ଫଳ ଶୂନ ହେଉଥିବାରୁ ତାଙ୍କୁ ଘେରାଉ କରିଥିଲେ।ପରେ ଉପଜିଲ୍ଲାପାଳ ଘଟଣା ବିଷୟରେ ବୁଝିବେ ବୋଲି କହିଥିଲେ।ଗତକାଲି ପୂର୍ତ୍ତ ବିଭାଗର ବାଲେଶ୍ଵର ଡିଭିଜନ-୧ର ଏସଇ ରାମଚନ୍ଦ୍ର ସେଠୀ ଆସିବା ପରେ ଠିକାଦାର ଘଟଣା ବିଷୟରେ ଆଲୋଚନା କରିବା ପରେ ପାଲଟା ଅଧିକାରୀ ଜଣକ ନାଲି ଆଖି ଉଠାଇ ଧମକ ଚମକ ଦେଇଥିଲେ।

ଏସଇଙ୍କ ଦୁର୍ବ୍ୟବହାରର ପ୍ରତିବାଦ ଓ ବିଲ ପୈଠ ଦାବିରେ ନୀଳଗିରି ଠିକାଦାର ସଙ୍ଘ ସଭାପତି ପ୍ରଫୁଲ୍ଲ ପରିଡାଙ୍କ ନେତୃତ୍ୱରେ ଗତକାଲି  ନୀଳଗିରି ଉପଖଣ୍ଡ ପୂର୍ତ୍ତ ବିଭାଗର ଅଫିସ ଆଗରେ ଧାରଣା ଦେଇଥିଲେ।ଆଜି ମଧ୍ୟ ଏହି ଧାରଣା ଚାଲୁରହିଥିବା ବେଳେ ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ ଆସି ସମସ୍ତ ଘଟଣା ବିଷୟରେ ଆଲୋଚନା କରିଥିଲେ।ପରେ ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ ଠିକାଦାରଙ୍କୁ ଡକାଇ ଆଲୋଚନା କରିଥିଲେ।ଏସଇଙ୍କୁ ଡକାଇ ଘଟଣା ବିଷୟରେ ଆଲୋଚନା କରିବେ ବୋଲି କହିଥିଲେ।ଯେ ପର୍ଯ୍ୟନ୍ତ ସମାଧାନ ନବାହାରିଛି ସେ ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ବୋଲି ଠିକାଦର ସଙ୍ଘ ସୂଚନା ଦେଇଛି।

   Related Posts