ବସ୍ ତଳେ ଆସି ମରିଯାଅ, ୧.୫ କୋଟି ଟଙ୍କାର ମୋ ଗାଡି; ବାଇକ ଚାଳକଙ୍କ ଉପରେ ବର୍ଷିଲେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବୋହୂ

Published By : Prameya-News7 Bureau | December 04, 2023 IST

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବେଗୌଡ଼ାଙ୍କ ବୋହୂଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲଗିଛି । ଏଥିରେ ସେ ଜଣେ ବାଇକ ଚାଳକଙ୍କୁ ଗାଳି କରୁଥିବା ନଜର ଆସୁଛନ୍ତି । ଖବର ଅନୁସାରେ ଦେବେଗୌଡାଙ୍କ ବୋହୂ ଭବାନୀ ରେଭନ୍ନାଙ୍କ କାରକୁ ଜଣେ ବାଇକ ଚାଳକ ଧକ୍କା ମାରିଥିଲେ । ଏହାପରେ ରେଭନ୍ନା ରାଗରେ ଗାଡ଼ିରୁ ବାହାରି ଯୁବକଙ୍କୁ ଗାଳି କରିବା ଆରମ୍ଭ କରିଥିଲେ । ଭିଡିଓରେ ଭାବନୀ କହୁଛନ୍ତି, 'ତାଙ୍କ ଗାଡ଼ିର ଦାମ ୧.୫ କୋଟି ଟଙ୍କା, ଯଦି ମରିବାର ଅଛି ତେବେ ବସ୍ ତଳେ ଆସି ମରିଯାଅ'। ସ୍ଥାନୀୟ ଲୋକମାନେ ବାଇକ ଚାଳକଙ୍କ ସମର୍ଥନରେ ବାହାରିବା ପରେ ସେମାନଙ୍କ ଉପରେ ବି ଭବାନୀ ନିଜ ରାଗ ଝାଡ଼ିଥିଲେ ।

ଭିଡିଓରେ ଭବାନୀ କହୁଛନ୍ତି, ତାଙ୍କ କାରର ସାମନା ବୋର୍ଡ ଭାଙ୍ଗି ଯାଇଛି । ତାଙ୍କର ଏତେ କ୍ଷତି ହେଲା କିନ୍ତୁ ଲୋକମାନେ ବାଇକ ଚାଳକଙ୍କ ସୁରକ୍ଷା ଚିନ୍ତା କରୁଛନ୍ତି । ସୂଚନା ଅନୁସାରେ ରେଭନ୍ନାଙ୍କ ଡ୍ରାଇଭର ବାଇକ ଚାଳକଙ୍କ ବିରୋଧରେ ଏଫଆଇଆର ଦେଇଛନ୍ତି । ପୋଲିସ ବି ମାମଲା ରୁଜୁ କରିଛି । ମହୀଶୁର ସାଲିଗ୍ରାମ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି ।

wp:html /wp:html

ବାଇକ ଚାଳକଙ୍କ ନାଁ ଶିବନ୍ନା ବୋଲି ଜଣାପଡ଼ିଛି । ତାଙ୍କ ବିରୋଧରେ ସିଆରପିସିର ଧାରା ୧୫୭ରେ ମାମଲା ରୁଜୁ କରାଯାଇଛି । ଭିଡିଓରେ ଦେଖିବାକୁ ମିଳୁଛି ଯେ କାର ସହ ଧକ୍କା ହେବା ପରେ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା । ଏହାପରେ ରେଭନ୍ନା କାରରୁ ଓହ୍ଲାଇ ଲୋକଙ୍କ ଉପରେ ପାଟି କରିବା ଆରମ୍ଭ କରିଛନ୍ତୁ ।

Also Read: ଡି.କେ ଶିବକୁମାରଙ୍କ ବିରୋଧରେ ଚାଲିଥିବା ସିବିଆଇ ତଦନ୍ତକୁ ପ୍ରତ୍ୟାହର କରିବେ କର୍ଣ୍ଣାଟକ ସରକାର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.