WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଜେପି ନେତାଙ୍କୁ ଭେଟିଲେ ଦେବେଗୌଡ଼ା ଓ କୁମାରସ୍ୱାମୀ: ଶୁକ୍ରବାର ଏନ୍‌ଡିଏରେ ସାମିଲ୍ ହେବେ !

21/09/2023 at 8:25 PM

Deve Gowda meets BJP leadership

ବେଙ୍ଗାଲୁରୁ: ୨୦୨୪ ଲୋକସଭା ନିର୍ବାଚନ ପାଇଁ କିଏ କେଉଁ ମେଣ୍ଟରେ ସାମିଲ୍ ହେବ ସେ ନେଇ ଅଙ୍କ କଶା ଜାରି ରହିଛି। କର୍ଣ୍ଣାଟକର ଆଗଧାଡ଼ିର ରାଜନୈତିକ ପାର୍ଟି ଜନତା ଦଳ ସେକ୍ୟୁଲାର(ଜେଡିଏସ୍‌) ବିଜେପି ନେତୃତ୍ୱାଧୀନ ଏନ୍‌ଡିଏରେ ସାମିଲ୍ ହେବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଛି।

ଏନେଇ ଆଜି ଜେଡିଏସ୍ ମୁଖ୍ୟ ଏଚ୍‌ଡି ଦେବେ ଗୌଡ଼ା ଓ ତାଙ୍କ ପୁଅ ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାର ସ୍ୱାମୀ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। ଆସନ୍ତାକାଲି ସେମାନେ ଏନ୍‌ଡିଏ ମେଣ୍ଟରେ ସାମିଲ୍ ହୋଇପାରନ୍ତି ବୋଲି ସୂଚନା ମିଳିଛି।

ଆଜି(ସେପ୍ଟେମ୍ବର ୨୧)ର ବୈଠକରେ ବିଜେପି ଓ ଜେଡିଏସ୍‌ ମଧ୍ୟରେ କର୍ଣ୍ଣାଟକରେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆଲୋଚନା ହୋଇଛି। ଆସନ ବୁଝାମଣାକୁ ନେଇ ଦୁଇ ଦଳ ମଧ୍ୟରେ କଥାବାର୍ତ୍ତା ହୋଇଥିବା ସୂଚନା ମିଳିଛି। ଶୁକ୍ରବାର ଦେବେ ଗୌଡ଼ା ଓ ତାଙ୍କ ପୁଅ କୁମାର ସ୍ୱାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ। ଏହାପରେ ଜେଡିଏସ୍‌ ଏନ୍‌ଡିଏରେ ମିଶିବା ନେଇ ଔପଚାରିକ ଭାବେ ଘୋଷଣା କରାଯିବ।

ବୈଠକକୁ ନେଇ କୁମାରସ୍ୱାମୀ କହିଛନ୍ତି ଯେ ଆଜି ସନ୍ଧ୍ୟାରେ ବୈଠକ ହୋଇଥିଲା। ଏଥିରେ ନିଷ୍କର୍ସ ବାହାରିବା ପରେ ଆସନ୍ତାକାଲି ଗଣମାଧ୍ୟମକୁ ଜଣାଇବୁ ବୋଲି କୁମାରସ୍ୱାମୀ କହିଛନ୍ତି। ତେବେ ଆଜିର ବୈଠକରେ ଆସନ ବୁଝାମଣାକୁ ନେଇ ଆମେ କୌଣସି ଆଲୋଚନା କରି ନାହୁଁ କି ବିଜେପି କୌଣସି ପ୍ରସ୍ତାବ ଦେଇ ନାହିାଁ ଆଜିର ବୈଠକରେ ରାଜ୍ୟର ୨୯ ଲୋକସଭା ଆସନର ସ୍ଥିତି ଓ ୨୦୨୩ ବିଧାନସଭା ନିର୍ବାଚନ ଉପରେ ହିଁ ଆଲୋଚନା ହୋଇଥିଲା ବୋଲି କୁରମାସ୍ୱାମୀ କହିଛନ୍ତି।

ଲୋକସଭା ନିର୍ବାଚନ ପାଇଁ ଜେଡିଏସ୍ ଏନ୍‌ଡିଏ ମେଣ୍ଟରେ ମିଶିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ହେଲେ କର୍ଣ୍ଣାଟକର ଟାଣୁଆ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦୁରାପ୍ପାଙ୍କ ବୟାନ ପରେ ଏହା ସ୍ପଷ୍ଟ ହୋଇଥିଲା। ଏନ୍‌ଡିଏସ୍ ସହ ଜେଡିଏସ୍‌ ତାଳ ଦେଇପାରେ ବୋଲି ୟେଦୁରାପ୍ପା କହିଥିଲେ।

ସୂଚନା ଥାଉକି ୨୦୧୯ କର୍ଣ୍ଣାଟକ ଲୋକସଭା ନିର୍ବାଚନରେ ବିଜେପି ବଡ଼ ବିଜୟ ହାସଲ କରିଥିଲା। ମୋଟ ୨୮ ଆସନ ମଧ୍ୟରୁ ୨୫ ଆସନରେ ବିଜୟୀ ହୋଇଥିଲା ଦଳ। ସେହିପରି ବିଜେପି ସମର୍ଥନରେ ମାଣ୍ଡ୍ୟାରୁ ଜଣେ ସ୍ୱାଧୀନ ପ୍ରାର୍ଥୀ ୨୦୧୯ ଲୋକସଭା ନିର୍ବାଚନ ଜିତିଥିଲେ। ବିରୋଧୀ  କଂଗ୍ରେସ ଓ ଜେଡିଏସ୍‌କୁ ମାତ୍ର ଗୋଟିଏ ଲେଖାଏ ଆସନ ମିତିଥିଲା।

୨୦୧୯ ବିଧାନସଭା ନିର୍ବାଚନରେ ଜେଡିଏସ୍‌କୁ ବଡ଼ ସଫଳତା ମିଳିବା ପରେ ରାଜ୍ୟରେ କଂଗ୍ରେସ ସହ ମିଶି ସରକାର ଗଠନ କରିଥିଲା ଦଳ। କୁମାର ସ୍ୱାମୀ ମୁଖ୍ୟମନ୍ତ୍ରୀ ହୋଇଥିଲେ।  

   Related Posts