scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଲକ୍ଷ୍ନୌରେ ବର୍ଷା ତାଣ୍ଡବ, ଶୁକ୍ରବାର ସ୍କୁଲ, କଲେଜ, ଦପ୍ତର ବନ୍ଦ, ଲୋକଙ୍କୁ ଘରେ ରହିବାକୁ ପ୍ରଶାସନର ଅନୁରୋଧ

16/09/2022 at 1:48 PM

ଲକ୍ଷ୍ନୌ ୧୬।୯: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଗୋଟିଏ ଦିନରେ ରେକର୍ଡ ବର୍ଷା ହୋଇଛି। ଫଳରେ ବିପର୍ଯୟ ସୃଷ୍ଟି ହୋଇଛି। ନିକଟ ଅତୀତରେ ଲକ୍ଷ୍ନୌରେ କେବେ ଏଭଳି ବର୍ଷା ହୋଇନଥିବା ଲୋକେ କହିଛନ୍ତି। ପରିସ୍ଥିତିକୁ ଦେଖି ନଗର କମିଶନର ଡ. ରୋସନ ଜାକବ ଜିଲ୍ଲାର ସବୁ ସରକାରୀ, ଘରୋଇଓ ମାନ୍ୟତା ପ୍ରାପ୍ତ  ସ୍କୁଲ ଛୁଟି ଘୋଷଣା କରିଛନ୍ତି। ପରିସ୍ଥିତିକୁ ଦେଖି ବିଦ୍ୟୁତ କାଟ କରାଯାଇଥିବା ବେଳେ ରାଜଧାନୀ ଅନ୍ଧାରରେ ବୁଡି ଯାଇଛି।

ଭୀଷଣ ବର୍ଷା ଯୋଗୁ ଶୁକ୍ରବାର ଲକ୍ଷ୍ନୌରେ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ମଧ୍ୟ ବନ୍ଦ ଘୋଷଣା କରାଯାଇଛି। ପ୍ରଶାସନ ଲୋକଙ୍କୁ ଘରେ ରହିବାକୁ ଅନୁରୋଧ କରିଛି । ଯଦି ସେପରି କୌଣସି ଜରୁରି କାମ ନାହିଁ ତେବେ ଲୋକଙ୍କୁ ଘରୁ ନ ବାହାରିବାକୁ କୁହାଯାଇଛି। ମଧ୍ୟରାତ୍ରରୁ ଆରମ୍ଭ ହୋଇଥିବା ବର୍ଷାରେ ଅନେକ ଅଞ୍ଚଳରେ ପାଣି ଭରି ଯାଇଛି। ଏଣୁ କୌଣସି ପ୍ରକାର ଦୁର୍ଘଟଣା ଆଶଙ୍କାରେ ବିସ୍ତୃତ ଅଞ୍ଚଳର ବିଦ୍ୟୁତ କାଟ କରାଯାଇଛି।

ସ୍ଥାନେ ସ୍ଥାନେ ପାଣି ଭରିଯିବା ନେଇ ନଗରନିଗମ କଣ୍ଟ୍ରୋଲ ରୁମକୁ ସୂଚନା ମିଳୁଛି। ଏଣୁ ଭୋର ପ୍ରାୟ ୩ଟା ବେଳେ କମିଶନର ଡ. ରୋସନ ଜାକବ, ନଗର କମିଶନର ଇନ୍ଦ୍ରଜିତ ସିଂହଙ୍କ ସମେତ ଉଚ୍ଚ ଅଧିକାରୀମାନେ ବିଭିନ୍ନ ସ୍ଥାନକୁ ଗସ୍ତ କରିଛନ୍ତି। ପାଣି ଭରିଯାଇଥିବା ଅଞ୍ଚଳରୁ ପମ୍ପ ମାଧ୍ୟମରେ ଜଳ ନିଷ୍କାସନ ଲାଗି ବ୍ୟବସ୍ଥା କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ପାଣିପାଗ ବିଭାଗ ଗୁରୁବାର ଭୀଷଣ ବର୍ଷା ନେଇ ଅଗ୍ରୀମ ସତର୍କତା ଜାରି କରିଥିଲେ।

ଲଗାଣ ବର୍ଷା ଜାରି ରହିଥିବା ବେଳେ ଲକ୍ଷ୍ନୌ ନିମ୍ନାଞ୍ଚଳରେ ପାଣି ଭରି ଯାଇଛି। କେତେକ ଅଞ୍ଚଳରେ ନାଳ ଭରି ପାଣି ରାସ୍ତା ଉପରେ ଭାସିବା ଅସ୍ୱଭାବିକ ପରିସ୍ଥିତି ସୃଷ୍ଟି କରିଛି। ବର୍ଷା ଓ ପବନ ଯୋଗୁ କେଉଁଠି କେଉଁଠି ଗଛ ଉପୁଡିଥିବାବେଳେ ହୋର୍ଡିଂ ମଧ୍ୟ ଭାଙ୍ଗିଥିବା ଦେଖା ଯାଇଛି। ଏହା ପୂର୍ବରୁ ଗୁରୁବାର ଦିନ ତମାମ ଲକ୍ଷ୍ନୌରେ ରହି ରହି ବର୍ଷା ହେଉଥିଲା। ଏଣୁ ଅନେକ ସ୍କୁଲ ଗୁରୁବାର ଦୁଇଦିନ ସ୍କୁଲ ଛୁଟି ଘୋଷଣା କରିଥିଲେ।  

   Related Posts