ବଡ଼ଦେଉଳରେ ଦେବ ଦୀପାବଳି ମହୋତ୍ସବ, ଶ୍ରାଦ୍ଧ ବେଶରେ ଦୀପଦାନ କରିବେ ମହାପ୍ରଭୁ

Published By : Prameya-News7 Bureau | November 30, 2024 IST

ପୁରୀ ୩୦/୧୧: ଶନିବାରଠାରୁ ବଡ଼ଦେଉଳରେ ଶୁଭାରମ୍ଭ ହେବ ଦେବ ଦୀପାବଳି ମହୋତ୍ସବ । ମହାପ୍ରଭୁ ଶ୍ରାଦ୍ଧ ବେଶରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବେ । ତିନି ଦିନ ଧରି ଅନୁଷ୍ଠିତ ହେବ ଠାକୁରଙ୍କ ଦିପାବଳୀ ଉତ୍ସବ । ସତ୍ୟ, ଦ୍ୱାପର ଓ ତ୍ରେତୟା ଯୁଗର ପିତୃପୁରୁଷଙ୍କୁ ଠାକୁରେ ଶ୍ରାଦ୍ଧ ଦେବେ । 

ଏହି  ଅବସରରେ ଦୀପ ମାଳାରେ ସୁଶୋଭିତ ହେବ ଶ୍ରୀମନ୍ଦିର । ଦେବ ଦୀପାବଳି ଉତ୍ସବ  ଦିବସ ସନ୍ଧ୍ୟାରେ ଠାକୁରଙ୍କ ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହେବ । ତିନି ଠାକୁର ଶୁଭ୍ରବସ୍ତ୍ର  ପରିଧାନ କରିଥିବେ । ଠାକୁରମାନଙ୍କୁ ବହୁମୂଲ୍ୟ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ କରାଯିବ । 

ଏହି ଅବସରରେ ପିତୃପୁରୁଷଙ୍କ ପାଇଁ ପିଣ୍ଡ ଓ ଦୀପ ଦାନ କରିବେ ଠାକୁରେ । ଶ୍ରାଦ୍ଧ  ନୀତି ବଢିବା ପରେ ମନ୍ଦିର ଚୂଡାକୁ ଦୀପ ଉଠିବ । ବର୍ଷକେ ଏହି ତିନି ଦିନ ଠାକୁରଙ୍କ  ମନୋରମ ବେଶ ଓ ଶ୍ରାଦ୍ଧ ନୀତି ଦେଖିବାକୁ ଶ୍ରଦ୍ଧାଳୁମାନେ ଅପେକ୍ଷା କରି ରହିଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.