ଶ୍ରୀମନ୍ଦିରରେ ପାଳିତ ହେଉଛି ଦେବ ଦୀପାବଳି, ଦୀପମୟ ଶ୍ରୀମନ୍ଦିର ସିଂହଦ୍ଵାର

Published By : Prameya-News7 Bureau | December 11, 2023 IST

ପୁରୀ: ଆଜି ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀ ତିଥି ଅବସରରେ ପାଳିତ ହେଉଛି ଦେବଦୀପାବଳି। ଏହି ଅବସରରେ ଦୀପମୟ ହୋଇଛି ଶ୍ରୀମନ୍ଦିର ସିଂହଦ୍ଵାର। ଶ୍ରୀଜଗନ୍ନାଥ ସେବା ସଂସ୍ଥାନ ପକ୍ଷରୁ ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ଅନୁଷ୍ଠିତ ହୋଇଛି ଦୀପଦାନ ମହୋତ୍ସବ। ବିଶ୍ଵଶାନ୍ତି ଓ ବିଶ୍ବ କଲ୍ୟାଣ ସ୍ଥାପନା ଉଦ୍ଦେଶ୍ୟରେ ଶ୍ରୀଜଗନ୍ନାଥ ସେବା ସଂସ୍ଥାନ ପକ୍ଷରୁ ଶ୍ରୀମନ୍ଦିର ସିଂହଦ୍ଵାର ସମେତ ଓଡ଼ିଶାର ସମସ୍ତ ମନ୍ଦିରରେ ଦୀପଦାନ କରାଯାଇଛି।

wp:heading {"level":4}

Also read- ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ପ୍ରସ୍ତୁତି ଜୋରଦାର, ଭକ୍ତଙ୍କ ପାଇଁ ନିର୍ମାଣ ହେବ ସେଡ୍

/wp:heading

ତେବେ ଆଜିଠାରୁ ଶ୍ରୀମନ୍ଦିରରେ ଦେବଦୀପାବଳି ପାଳନ ହେଉଥିବା ବେଳେ ମହାପ୍ରଭୁ ନିଜ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ପ୍ରଦାନ ସହ ଦୀପଦାନ କରିଥାନ୍ତି। ତେଣୁ ଏହି ତିନିଦିନ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରତ୍ୟେକ ଭକ୍ତ ନିଜ ନିଜ ଘରେ ଦୀପଟିଏ ପ୍ରଜ୍ବଳନ କରିବା ପାଇଁ ସଂସ୍ଥାନ ପକ୍ଷରୁ ଆହ୍ବାନ କରାଯାଇଛି।

{"id":881789,"sizeSlug":"full","linkDestination":"none"}

ତେବେ ଏହି କାର୍ଯ୍ୟକ୍ରମରେ ଛତିଶା ନିଯୋଗର ମହାନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ରଙ୍କ ସହ ସେବାୟତ, ବିଭିନ୍ନ ମଠର ମହନ୍ତ, ସାଧୁସନ୍ଥ, ଅଭିନେତା ସବ୍ୟସାଚୀ ମହାପାତ୍ର ଏବଂ ଭକ୍ତ ସାମିଲ୍ ହୋଇ ଦୀପଦାନ କରିଛନ୍ତି। ପରେ ଗୀତଗୋବିନ୍ଦ ଗାନରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ। ଆଜି ଅମାବାସ୍ୟା ତିଥିରେ ମହାପ୍ରଭୁ ଅଦିତି ଓ କାଶ୍ୟପ ଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.