ଜମୁଛି ଶୀତଳଷଷ୍ଠୀ ଯାତ୍ରା, ଯୁଗଳ ଦର୍ଶନ ଦେଉଛନ୍ତି ଦେବ ଦମ୍ପତ୍ତି
26/05/2023 at 9:31 AM

ସମ୍ବଲପୁର ୨୬/୦୫: ସମ୍ବଲପୁରରେ ଜମୁଛି ଶୀତଳଷଷ୍ଠୀ ଯାତ୍ରା । ରାତିରେ ମହା ଆଳତୀ ପରେ ଯୁଗଳ ଦର୍ଶନ ଶୋଭାଯାତ୍ରାରେ ବାହାରିଛନ୍ତି ଦେବ ଦମ୍ପତ୍ତି । ବିରାଟ ପଟୁଆରାରେ ବାହାରି ନଗର ଭ୍ରମଣ କରୁଛନ୍ତି ନନ୍ଦପଡାର ବାଲୁଙ୍କେଶ୍ବର ବାବା, ମୋଦିପଡାର ଜାଗେଶ୍ବର ବାବା, ଝାଡୁଆପଡାର ଲୋକନାଥ ବାବାଙ୍କ ସମେତ ସମସ୍ତ ଯାତ୍ରା କମିଟିର ନବ ଦମ୍ପତ୍ତି ।
ଗୁରୁବାର ରାତ୍ରିରେ ମହା ଆଳତୀ ପରେ ଦେବୀ ପାର୍ବତୀଙ୍କୁ ସାଙ୍ଗରେ ଧରି ବିରାଟ ପଟୁଆରାରେ ନଗର ଭ୍ରମଣ କରୁଛନ୍ତି ମହାଦେବ । ଦେବୀ ଯୁଗଳ ଦର୍ଶନ ପାଇଁ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଆଜି ଅପରାହ୍ନରେ ମନ୍ଦିର ପ୍ରବେଶର ସମୟ ରହିଛି । ନଗର ପରିକ୍ରମା କରୁଥିବାରୁ ଯୁଗଳ ମୂର୍ତ୍ତିକୁ ଦେଖିବା ପାଇଁ ଦୂରଦୁରାନ୍ତରୁ ଶ୍ରଦ୍ଧାଳୁ ଆସିଛନ୍ତି ।