previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଧର୍ମଗଡ : ଲଗାଣ ବର୍ଷାରେ ବେହାଲ କଳାହାଣ୍ଡି ଜିଲ୍ଲା, ନଦୀ କୂଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି
  • ||
  • ମୋହନା : ଲଗାଣ ବର୍ଷାରେ ବୃଦ୍ଧି ପାଇଲା ହରଭଙ୍ଗୀ ନଦୀର ଜଳସ୍ତର, ୪ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ସାନଖେମୁଣ୍ଡି : କୂଅରେ ପଡିଲା ଜଙ୍ଗଲୀ ବାରହା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପୁରୀ : ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ : ଭାସିଯାଇ ଯୁବତୀଙ୍କ ମୃତ୍ୟୁ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଜଣେ ଶିଶୁ ସମେତ ୩ ଆହତ
  • ||
  • ସମ୍ବଲପୁର : ବ୍ରେକ୍ ଫେଲ୍ ହେଲା ଚଳନ୍ତା ବସ୍‌, ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା
  • ||
  • କାମାକ୍ଷାନଗର : ନଦୀ ପାର ହେବା ସମୟରେ ଭାସିଗଲେ ବୃଦ୍ଧା, ମୃତଦେହ ଉଦ୍ଧାର କଲେ ପରିବାର ଲୋକ
  • ||
  • ବିହାରରେ ବଦଳିବ ରାଜନୈତିକ ସମୀକରଣ : କଂଗ୍ରେସ-ଆରଜେଡି ସମର୍ଥନରେ ସରକାର ଗଢିବେ ନୀତିଶ !
  • ||
  • ଜୟପୁର : ନଦୀ ପାର ହେବା ସମୟରେ ଭାସିଗଲେ ବୃଦ୍ଧା, ମୃତଦେହ ଉଦ୍ଧାର କଲେ ପରିବାର ଲୋକ
  • ||
  • କଣ୍ଟାବାଞ୍ଜି : ଗାଁ ନିକଟ ମହୁଲ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ଆତ୍ମହତ୍ୟା ନା’ ହତ୍ୟା ଅସ୍ପଷ୍ଟ
  • ||

ଆସିଲା ୬୭ ସଂକ୍ରମିତଙ୍କ ତଥ୍ୟ, ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ପଜିଟିଭ୍

28/05/2020 at 10:38 AM

ଭୁବନେଶ୍ବର ୨୮।୫: ରାଜ୍ୟରେ ଗୁରୁବାର ୬୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୬୦ରେ ପହଞ୍ଚିଛି । ତେବେ ଚିହ୍ନଟ ହୋଇଥିବା ସମସ୍ତ ୬୭ ସଂକ୍ରମିତଙ୍କ ତଥ୍ୟ ଆସିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ୬୭ ସଂକ୍ରମିତଙ୍କ ମଧ୍ୟରୁ ୬୫ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ବେଳେ ଦୁଇ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।

ନୟାଗଡ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୭ ସଂକ୍ରମିତ ଗୁଜୁରାଟରୁ ଫେରିଥିବା ବେଳେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ସମ୍ବଲପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୨ ସଂକ୍ରମିତଙ୍କ ମଧ୍ୟରୁ ଜଣେ ଉତ୍ତରପ୍ରଦେଶ ଏବଂ ଜଣେ ଆନ୍ଧ୍ରପ୍ରଦେଶରୁ ଫେରିଥିବା ବେଳେ ଉଭୟ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ବରଗଡ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତ ଜଣଙ୍କ ମହାରାଷ୍ଟ୍ରରୁ ଫେରିଥିବା ବେଳେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ ।

ସେହିପରି ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୨୬ ସଂକ୍ରମିତଙ୍କ ମଧ୍ୟରୁ ୧୬ ଜଣ ସୁରଟରୁ, ୬ ଜଣ ମହାରାଷ୍ଟ୍ରରୁ, ୩ ଜଣ ତାମିଲନାଡୁରୁ ଫେରିଥିଲେ । ସମସ୍ତେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ଜଣେ ସ୍ଥାନୀୟ ଲୋକ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୧ ସଂକ୍ରମିତଙ୍କ ମଧ୍ୟରୁ ୧୦ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ଏମାନଙ୍କ ମଧ୍ୟରୁ ୫ ଜଣ ମହାରାଷ୍ଟ୍ରରୁ, ୩ ଜଣ ଗୁଜୁରାଟରୁ ଏବଂ ୨ ଜଣ ପଶ୍ଚିମବଙ୍ଗରୁ ଫେରିଥିଲେ । ଅନ୍ୟ ଜଣେ ସ୍ଥାନୀୟ ଲୋକ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି ।

ସେହିପରି ସୋନପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୪ ଜଣ ସଂକ୍ରମିତଙ୍କ ମଧ୍ୟରୁ ୨ ଜଣ ତାମିଲନାଡୁ ଏବଂ ଦୁଇ ଜଣ ମହାରାଷ୍ଟ୍ରରୁ ଫେରିଥିଲେ । ସମସ୍ତେ କ୍ହାରେଣ୍ଚାଇନ୍ ସେଣ୍ଟରରେ ରହିଥିଲେ । ଯାଜପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୧ ଜଣ ସଂକ୍ରମିତଙ୍କ ମଧ୍ୟରୁ ୮ ଜଣ ପଶ୍ଚିମବଙ୍ଗରୁ, ୨ ଜଣ ଗୁଜୁରାଟରୁ ଏବଂ ଜଣେ ଆନ୍ଧ୍ରପ୍ରଦେଶରୁ ଫେରିଥିଲେ । ସମସ୍ତେ କ୍ବାରେଣ୍ଚାଇନ୍ ସେଣ୍ଟରରେ ରହିଥିଲେ । ବଲାଙ୍ଗୀର ଜିଲ୍ଲାରୁ ଚିହ୍ନଟ ହୋଇଥିବା ଦୁଇ ଜଣ ସଂକ୍ରମିତ ମହାରାଷ୍ଟ୍ରରୁ ଫେରି କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ ।

ସେହିପରି କେନ୍ଦୁଝର ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତ ଜଣଙ୍କ ଉତ୍ତରପ୍ରଦେଶରୁ ଫେରିଥିବା ବେଳେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ଜଗତସିଂହପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୨ ଜଣ ସଂକ୍ରମିତ ପଶ୍ଚିମବଙ୍ଗରୁ ଫେରିଥିବା ବେଳେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୬୬୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୮୪୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୮୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

   Related Posts