ପୁଣି ଚିନ୍ତା ବଢାଇଲା ସୁରଟ ଲିଙ୍କ୍, ଆସିଲା ୨୬ ଆକ୍ରାନ୍ତଙ୍କ ତଥ୍ୟ

Published By : Prameya-News7 Bureau | May 08, 2020 IST

ଭୁବନେଶ୍ବର ୮|୫ : ଶୁକ୍ରବାର ରାଜ୍ୟରେ ଆଉ ୨୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୪୫ରେ ପହଞ୍ଚିଛି । ଆସିଲା ସମସ୍ତ ସଂକ୍ରମିତଙ୍କ ତଥ୍ୟ । ୨୬ ଜଣଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ରହିଛନ୍ତି ୧୯ ସଂକ୍ରମିତ । ଗଞ୍ଜାମ ଜିଲ୍ଲାର ସମସ୍ତ ୧୯ ସଂକ୍ରମିତ ପୁରୁଷ ଅଟନ୍ତି । ସେମାନଙ୍କ ବୟସ ଯଥାକ୍ରମେ ୨୬, ୪୫, ୨୧, ୩୮, ୪୦, ୩୩, ୪୫, ୩୧, ୨୩, ୪୭, ୩୫, ୨୪, ୩୦, ୧୮, ୨୯, ୫୭, ୩୮, ୩୧ ଏବଂ ୫୮ ବର୍ଷ । ୧୮ ଆକ୍ରାନ୍ତ ସୁରଟରୁ ଫେରିଥିବା ବେଳେ ଜଣେ ସଂକ୍ରମିତ କେରଳରୁ ଫେରିଛନ୍ତି । ଏ ନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରିଛି ।

wp:html /wp:html

ସେହିଭଳି କେନ୍ଦ୍ରାପଡା ଜିଲ୍ଲାର ୫ଜଣ ପୁରୁଷ ରହିଛନ୍ତି । ସେମାନଙ୍କ ବୟସ ଯଥାକ୍ରମେ ୩୨, ୩୩, ୨୭, ୩୫ ଏବଂ ୩୧ ବର୍ଷ । ଏମାନେ ସମସ୍ତେ ମଧ୍ୟ ସୁରଟରୁ ଫେରିଥିବା ସୂଚନା ମିଳିଛି । ସେହିଭଳି ଭଦ୍ରକ ଜିଲ୍ଲାର ଦୁଇ ଜଣ ସଂକ୍ରମିତ ପୁରୁଷ ଅଟନ୍ତି । ସେମାନଙ୍କ ବୟସ ଯଥାକ୍ରମେ ୨୧ ଏବଂ ୪୧ ବର୍ଷ ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୮୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୬୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.