ପ୍ୟାରିସ ଫ୍ୟାସନ ୱିକ୍‌ରେ ଐଶ୍ବର୍ଯ୍ୟା ରାୟ ବଚ୍ଚନ ପିନ୍ଧିଲେ ଏମିତି ଡ୍ରେସ, ଲୁକ୍‌ ଦେଖି ରାଗିଗଲେ ଡିଜାଇନର୍

Published By : Prameya-News7 Bureau | October 02, 2019 IST

ପୂର୍ବତନ ବିଶ୍ବ ସୁନ୍ଦରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନ ଲରିଆଲ ପାଇଁ 'ପ୍ୟାରିସ୍‌ ଫ୍ୟାଶନ୍‌ ୱିକ୍‌'ରେ ରାମ୍ପ୍‌ ୱାକ୍‌ କରି ଡେବ୍ୟୁ କରିଛନ୍ତି। ଏହି ଫ୍ୟାସନ ଶୋରେ ଐଶ୍ବର୍ଯ୍ୟା ଗୋଲାପି ରଂଗର ଫ୍ଲୋରାଲ ଡ୍ରେସ ପିନ୍ଧିଛନ୍ତି। ତେବେ ଐଶ୍ବର୍ଯ୍ୟାଙ୍କର ଏହି ଲୁକ୍‌ ନେଇ ବିଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

{"id":165424,"width":566,"height":466}

ଐଶ୍ବର୍ଯ୍ୟାଙ୍କର ଏହି ଲୁକ୍‌ ଏବେ ଚର୍ଚ୍ଚାରେ ରହିଛି। ଭାରତୀୟ ଡିଜାଇନର୍‌ ୱେଣ୍ଡେଲ ରୋଡରିକ୍ସ ଏହି ରାମ୍ପ୍‌ ଶୋ'ରେ ଐଶ୍ବର୍ଯ୍ୟାଙ୍କର ଏହି ଲୁକ୍‌କୁ ପସନ୍ଦ କରିନାହାନ୍ତି।

{"id":165425}

ୱେଣ୍ଡେଲ ରୋଡରିକ୍ସ ଇନ୍‌ଷ୍ଟାଗ୍ରାମରେ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ଷ୍ଟାଇଲିସ ଲୁକ୍‌ ନେଇ ବେଶ ସମାଲୋଚନା କରିଛନ୍ତି। ସେ ଐଶଙ୍କ ଫଟୋ ସେୟାର କରି ଲେଖିଛନ୍ତି ଯେ, 'ଲୋରିଆଲ୍‌ ପାଖରେ ବିଶ୍ବର ସବୁଠାରୁ ସୁନ୍ଦରୀ ମହିଳାଙ୍କ ମଧ୍ୟରୁ ଜଣେ ଥିଲେ। ହେଲେ ତାଙ୍କର ଏପରି ମେକ୍‌ଅପ୍‌ କରାଯାଇଛି ଓ ଏଭଳି ଡ୍ରେସ୍‌ ପିନ୍ଧିବାକୁ ଦିଆଯାଇଛି ଯେ ତାଙ୍କର ପୁରା ଲୁକ ବଦଳିଯାଇଛି।

{"id":165427}

ଏହି ଡ୍ରେସକୁ ଜିଜାଇନ୍‌ କରିଥିବା ଲୋକଙ୍କୁ ଶୀଘ୍ର ବାହାର କରିବାକୁ ସେ କହିଛନ୍ତି। ଐଶ୍‌ଙ୍କ ମେକଅପ୍‌ ବି ବହୁତ ଖରାପ ହୋଇଛି। ଐଶ୍‌ଙ୍କ ଆଖିରେ ଖରାପ ମେକଅପ୍‌ ଦିଆଯାଇଥିବା ସହ ତାଙ୍କ ହେୟାର ଷ୍ଟାଇଲ୍ ମଧ୍ୟ ଖରାପ ହୋଇଛି ବୋଲି ସେ କହିଛନ୍ତି।

{"id":165429,"width":559,"height":836}

ଶେଷ ଥର ପାଇଁ ଐଶ୍ବର୍ଯ୍ୟା ରାୟଙ୍କୁ ଫନ୍ନେ ଖାନ ଫିଲ୍ମରେ ଦେଖିବାକୁ ମିଳିଥିଲା। ଫିଲ୍ମରେ ଐଶ୍ବର୍ଯ୍ୟାଙ୍କ ବିପକ୍ଷରେ ଅନିଲ କପୁର ଓ ରାଜକୁମାର ରାଓ ଅଭିନୟ କରିଥିଲେ।ଆଗକୁ ତାଙ୍କର କୌଣସି ଫିଲ୍ମ ବିଷୟରେ ଏଯାଏଁ କୌଣସି ଘୋଷଣା କରପାଯାଇନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.