ବଢିଚାଲିଛି ଦେଶୀ ମଦ କରାବାର, ପୋଲିସ ଚଢାଉରେ ବିପୁଳ ପରିମାଣ ପୋଚ ଜବତ

Published By : Prameya-News7 Bureau | July 13, 2020 IST

ଖୋର୍ଦ୍ଧା ୧୩।୦୭: ଚାରିଆଡେ କରୋନା ଜନିତ ଲକ୍‌ଡାଉନ୍‌ ଜାରି ରହିଛି । ତେବେ ଏହି କରୋନା ଲକଡାଉନ ସମୟରେ ଚୋରା ଦେଶୀ ମଦ ବେପାରୀଙ୍କ  ପ୍ରାଦୃର୍ଭାବ ବେଗୁନିଆ ଅଞ୍ଚଳରେ  ବୃଦ୍ଧି ପାଇଥିବାର ଲାଗିଛି । ସେହିପରି ଦେଶୀ ମଦ ବେପାରୀଙ୍କ ଉପରେ କଡା ପଦକ୍ଷେପ ଗ୍ରହଣ କରୁଛି ବେଗୁନିଆ ପୋଲିସ ।

{"id":299713,"sizeSlug":"large"}

 ସୂଚନାଯୋଗ୍ୟ ଯେ, ବେଗୁନିଆ ଥାନା ଅନ୍ତର୍ଗତ ଏକଡାଳିଆ ହଡାବନ୍ଧ କାଜୁ ଜଙ୍ଗଲରେ ମଦ ରନ୍ଧା ହେଉଥିବା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା , ଏବଂ ବେଗୁନିଆ ଥାନା ଅଧିକାରୀଙ୍କ ନେତୃତ୍ୱରେ ଜଙ୍ଗଲରେ ଚଢ଼ାଉ କରିଥିଲା । ପୋଲିସ ଚଢ଼ାଉ ଖବର ପାଇ ମଦ ବ୍ୟବସାୟୀ ମାନେ ଖସି ଯାଇଥିବା ବେଳେ ଘଟଣାସ୍ଥଳରୁ ପୋଲିସ ଦେଢ଼ ହଜାର ଲିଟରରୁ ଅଧିକ ପୋଚ ଜବତ କରି ନଷ୍ଟ କରିବା ସହ ୩୦ ଲିଟର ଦେଶୀ ମଦ ଜବତ କରିଥିବା ଜଣାପଡ଼ିଛି । ସେହିଭଳି କିଛି ଦିନ ତଳେ ବେଗୁନିଆ ପୋଲିସ ପକ୍ଷରୁ  କଣ୍ଟାବାଡ କାଜୁ ଜଙ୍ଗଲରେ ଚଢ଼ାଉ କରି ହଜାରେ ଲିଟର ପୋଚ ନଷ୍ଟ କରି ଜଣକୁ ଗିରଫ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.