୩ ଦେଶୀ ବନ୍ଧୁକ ଜବତ, କାରିଗର ଗିରଫ
14/03/2023 at 1:38 PM

ଭଞ୍ଜନଗର ୧୪।୩: ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ପୋଲିସ ଦ୍ୱାରା ଦେଶୀ ବନ୍ଧୁକ ତିଆରି ସାମଗ୍ରୀ ସହ ୩ଟି ଦେଶୀ ବନ୍ଧୁକ ଜବତ ହୋଇଛି । ଏହାସହ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଜଣକ ହେଲେ ଓଡ଼ଗାଁ ଥାନା ଅଞ୍ଚଳ ଡ଼ିମିରିପଲ୍ଲୀ ଗ୍ରାମର ମୋହନ ମଳିକ । ଜଗନ୍ନାଥ ପ୍ରସାଦ ଥାନା ଅଞ୍ଚଳର ଅଭିଯୁକ୍ତଠାରୁ ଜବତ ହୋଇଥିବା ଦେଶୀ ବନ୍ଧୁକର ଛାନଭିନ କରି ପୋଲିସ ବନ୍ଧୁକ ତିଆରି କାରିଗରକୁ ଗିରଫ କରିବାରେ ସଫଳ ହୋଇଛି l

ସୂଚନାଯୋଗ୍ୟ ଯେ, ଗତ ୨୬ତାରିଖରେ ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଖଇରପୁଟି ଗାଁର ଜଣେ ଅଭିଯୁକ୍ତଠାରୁ ଜଗନ୍ନାଥ ପ୍ରସାଦ ପୋଲିସ ବନ୍ଧୁକ ଜବତ କରିଥିଲା । ଅଭିଯୁକ୍ତର କହିବା ଅନୁସାରେ ଜଗନ୍ନାଥ ପ୍ରସାଦ ପୋଲିସ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ଡ଼ିମିରିପଲ୍ଲୀ ଗାଁରୁ ଏହି ଦେଶୀ ବନ୍ଧୁକ କାରିଗରକୁ ଗିରଫ କରିଥିଲା । ଏହାସହ ତା ନିକଟରୁ ତିନୋଟି ଦେଶୀ ବନ୍ଧୁକ ସହ ବନ୍ଧୁକ ତିଆରି ସାମଗ୍ରୀ ଜବତ ହୋଇଛି l