ଗ୍ଲୋବାଲ୍‌ ସିଟିଜେନ୍‌ ଫେଷ୍ଟିଭାଲ୍‌ର ହୋଷ୍ଟ କରିବେ ପ୍ରିୟଙ୍କା ଚୋପ୍ରା

Published By : Prameya-News7 Bureau | August 14, 2022 IST

ମୁମ୍ବାଇ ୧୪।୦୮: ଚଳିତ ବର୍ଷ ଗ୍ଲୋବାଲ୍‌ ସିଟିଜେନ୍‌ ଫେଷ୍ଟିଭାଲ୍‌ର ହୋଷ୍ଟ ହେବେ ଗ୍ଲୋବାଲ୍‌ ଆଇକନ୍‌ ପ୍ରିୟଙ୍କା ଚୋପ୍ରା।ସେ ଗ୍ଲୋବାଲ୍‌ ସିଟିଜେନ୍‌ର ଆମ୍ବାସଡର । ଆସନ୍ତା ସେପ୍ଟେମ୍ବର ୨୪ ତାରିଖରେ ଷ୍ଟାର୍‌ମାନଙ୍କ ଗହଣରେ ଏହି ସମାରୋହ ଆୟୋଜିତ ହେବ। ଗତ ବର୍ଷ ୬ଟି ମହାଦେଶ ଯଥାଲାଗୋସ୍‌, ସିଓଲ, ପ୍ୟାରିସ୍‌, ନ୍ୟୁୟର୍କ ସିଟି, ରିଓ ଡି ଜେନିରୋ, ଲସ୍‌ ଆଞ୍ଜେଲସ, ଲଣ୍ଡନ, ମୁମ୍ବାଇ ଓ ସିଡ୍‌ନୀରେ ଏକସଙ୍ଗେ ଏହା ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ନ୍ୟୁୟର୍କ ସିଟିର ସେଣ୍ଟ୍ରାଲ ପାର୍କ ଓନଘାନାର ଆକ୍ରାଠାରେ ଅନୁଷ୍ଠିତ ହେବ। ଗ୍ଲୋବାଲ୍‌ ସିଟିଜେନ୍‌ ଫେଷ୍ଟିଭାଲ୍‌ର ହୋଷ୍ଟ ରୂପେ ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ଅନେକ ଫଟୋ ସେୟାର କରିଛନ୍ତି ଦେଶୀ ଗର୍ଲ ପ୍ରିୟଙ୍କା।

ଫଟୋରେ ସୁନ୍ଦର ଫ୍ଲାରାଲ୍‌ ପୋଷାକରେ ଦର୍ଶକଙ୍କୁ ସମ୍ବୋଧିତ କରୁଥିବା ନଜର ଆସିଛନ୍ତି। ଫଟୋ ସହ ସେ କ୍ୟାପ୍‌ସନ ଲେଖିଛନ୍ତି, ୧୦ ବର୍ଷ ପୂର୍ବେ ନ୍ୟୁୟର୍କର ସେଣ୍ଟ୍ରାଣ ପାର୍କରେ ପ୍ରଥମ ଥର ବିଶ୍ୱକୁ ଏକତ୍ରିତ କରିଥିଲା ଗ୍ଲୋବାଲ୍‌ ସିଟିଜେନ୍‌ ଫେଷ୍ଟିଭାଲ୍‌। ସେବେଠାରୁ କର୍ମକର୍ତ୍ତା ଓ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ସହ ଗ୍ଲୋବାଲ୍‌ ସିଟିଜେନ୍‌ ମଞ୍ଚରେ ଯୋଗ ଦେବାର ସମ୍ମାନ ମୁଁ ପାଇଥିଲି। ୨୦୧୬ ଓ ୨୦୧୭ ମସିହାରେ ନ୍ୟୁୟର୍କରେ ଏବଂ ୨୦୨୧ ମସିହାରେ ପ୍ୟାରିସ୍‌ଠାରେ ଯୋଗ ଦେଇଥିଲି। ଏବେ ପୁଣି ଥରେ ନୁୟର୍କ ସିଟିରେ ଜଣେ ଗ୍ଲୋବାଲ୍‌ ସିଟିଜେନ୍‌ ଆମ୍ବାସଡର ରୂପେ ଫେଷ୍ଟିଭାଲ୍‌ରେ ଯୋଗ ଦେବାକୁ ଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.