scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଖାଇବାକୁ ମିଳୁଛି ଦେଶୀ ଘିଅରେ ପ୍ରସ୍ତୁତ ଚିକେନ୍ ଓ ମଟନ; ଜେଲରେ ଇମ୍ରାନ ଖାନଙ୍କ ବିଳାସପୂର୍ଣ୍ଣ ଜୀବନ

29/08/2023 at 1:04 PM

ଇସଲାମାବାଦ ୨୮/୮: ବନ୍ଦ କୋଠରୀରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ । ତୋଷାଖାନ ମାମଲାରେ ଇମ୍ରାନ ଖାନ୍ କାରାବାସ କାଟୁଛନ୍ତି । ପାକିସ୍ତାନ ସୁପ୍ରିମକୋର୍ଟଙ୍କ ରାୟ ଅଧାରରେ ତାଙ୍କୁ ୩ ବର୍ଷ ଜେଲ ଦାଣ୍ଡଦେଶ ହୋଇଛି । ତେବେ ଇମ୍ରାନ ଖାନ ଅଟକ ଜେଲ୍ ବିଳାସପୂର୍ଣ୍ଣ ଜୀବନ ବିତାଉଥିବା ଜଣାପଡ଼ିଛି । ରାଜକୀୟ ଜୀବନଯାପନ କରୁଛନ୍ତି ପିଟିଆଇ ମୁଖ୍ୟ । ତାଙ୍କୁ ସମସ୍ତା ବ୍ୟବସ୍ଥା ହୋଇଛି । ଖାଦ୍ୟରେ ଦେଶୀର ଘିଅରେ ପ୍ରସ୍ତୁତ ଚିକେନ ମଟନ ଖାଇବାକୁ ଦିଆଯାଉଛି ।

ଅଟକ ଜେଲ୍‌ର ମୁଖ୍ୟ ଗତ ସୋମବାର ସୁପ୍ରିମକୋର୍ଟଙ୍କୁ ଏକ ତାଲିକା ପ୍ରଦାନ  କରିଛନ୍ତି । ଏଥିରେ ଉଲ୍ଲେଖ  ହୋଇଛି, ଇମ୍ରାନଙ୍କୁ  ଜେଲରେ ଦେଶୀ ଘିଅରେ ପ୍ରସ୍ତୁତ ଚିକେନ୍‌ ଓ ମଟନ, ମହୁ  ଖାଇବାକୁ ଦିଆଯାଉଛି ।  ସେତିକି ନୁହେଁ, ଶୋଇବା ପାଇଁ ବେଡ୍ , ଏୟାର କୁଲର ମଧ୍ୟ ବ୍ୟବସ୍ଥା ହୋଇଛି । ନମାଜ ପଢ଼ିବା ପାଇଁ ଚଟାଇ ମଧ୍ୟ ଜେଲ୍ ପକ୍ଷରୁ ଦିଆଯାଇଛି । ଇମ୍ରାନ ରହୁଥିବା ସେଲକୁ ନୂତନ ରଙ୍ଗ କରାଯାଇଛି । ସେହିପରି  ୯କୁ ୧୧ ଫୁଟ ସେଲରେ ରଖାଯାଇଛି ।

ଗତ  ସପ୍ତାହ ଇମରାନଙ୍କ ପତ୍ନୀ ବୁଶରା ବିବି ଜେଲରେ ତାଙ୍କୁ  ଭେଟିଥିଲେ । ତା’ପରେ ସୁପ୍ରିମକୋର୍ଟରେ ଏକ ଆବେଦନ  ପତ୍ର ଦାଖଲ କରିଥିଲେ । ଏଥିରେ ଇମ୍ରାନଙ୍କ ଦଣ୍ଡ କ୍ଷମା  କରିବାକୁ ଅପିଲ କରିଥିଲେ । ସ୍ୱାମୀଙ୍କ ଜୀବନ ଉପରେ  ବିପଦ ଅଛି । ସେ ଜେଲରେ ବହୁତ ଦୁର୍ବଳ ହୋଇଗଲେଣି  ବୋଲି କହିଥିଲେ । ବୁଶରାଙ୍କ ପିଟିସନ୍‌ ଉପରେ ସୁପ୍ରିମ  କୋର୍ଟରେ ଗତ ସୋମବାର ଶୁଣାଣି ହୋଇଥିଲା । ଏଥିରେ  ଅଟକ ଜେଲର ମୁଖ୍ୟଙ୍କୁ ଜବାବ ତଲବ ହୋଇଥିଲା ।  ଜେଲରେ ଇମ୍ରାନଙ୍କ ସ୍ଥିତି ବିଷୟରେ ସୁପ୍ରିମ କୋର୍ଟ  ପଚାରିଥିଲେ ।

   Related Posts