ଭାଙ୍ଗିଲା ୭୮ ବର୍ଷ ତଳର ରେକର୍ଡ, ୧୦ ଏବଂ ୧୧ ନମ୍ବରରେ ବ୍ୟାଟିଂ କରି ମାରିଲେ ଶତକ

Published By : Prameya-News7 Bureau | February 28, 2024 IST

ମୁମ୍ବାଇ ୨୮।୦୨ : ରଣଜୀ ଟ୍ରଫି ୨୦୨୩-୨୪ ସିଜିନ୍‌ । ଭାଙ୍ଗିଛି ୭୮ ବର୍ଷ ତଳର ରଣଜୀ ରେକର୍ଡ । ଇତିହାସ ରଚିଛନ୍ତି ୧୦ ଏବଂ ୧୧ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଯୁବ ବ୍ୟାଟର । ଉଭୟ ବ୍ୟାଟର ଶେଷ କ୍ରମରେ ବ୍ୟାଟିଂ କରିବାକୁ ଆସି ହାସଲ କରିଛନ୍ତି ଶତକ । ଆଉ ଟିମ୍‌ ପାଇଁ ବିଶାଳ ସ୍କୋର ଛିଡ଼ା କରିବାରେ ହୋଇଛନ୍ତି ସହାୟକ ।

ଖବର ଅନୁଯାୟୀ, ଆଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ୱରେ ରଣଜୀ ମୁକାବିଲାରେ ମୁମ୍ବାଇ ପ୍ରଥମ ପାରିରେ ୩୮୪ ରନ୍‌ କରିଥିଲା । ଏହାପରେ ବରୋଦାର ପ୍ରଥମ ପାରି  ୩୪୮ରେ ଶେଷ ହୋଇଯାଇଥିଲା । ମୁମ୍ବାଇରେ ୨ୟ ଖେଳିବାକୁ ପଡିଆକୁ ଓହ୍ଲାଇଥିଲା । ମୋଟ ୫୬୯ ରନ୍‌ ଅଲ୍‌ଆଉଟ୍‌ ହୋଇଥିଲା ଟିମ୍‌ । ଏଥିରେ ୧୦ ନମ୍ବରରେ ତନୁସା ଏବଂ ୧୧ ନମ୍ବରରେ ତୁଷାର ବ୍ୟାଟିଂ କରିବାକୁ ଆସିଥିଲେ । ଉଭୟ ଜବରଦସ୍ତ ବ୍ୟାଟିଂ କରିଥିଲେ । ତନୁଷ କୋଟିୟାନ୍‌ ୧୨୯ ବଲ୍‌ରେ ଅପରାଜିତ ୧୨୦ ରନ୍‌ କରିଥିଲେ । ଏଥିରେ ୧୦ଟି ଚୌକା ଏବଂ ୪ଟି ଛକ୍କା ସାମିଲ ରହିଥିଲା । ସେପଟେ ତୁଷାର ଦେଶପାଣ୍ଡେ ୧୨୯ ବଲ୍‌ରେ ୧୨୩ ରନ୍‌ କରି  ଆଉଟ୍‌ ହୋଇଥିଲେ । ଏଥିରେ ୧୦ ଚୌକା ଏବଂ ୮ ଛକ୍କା ସାମିଲ ରହିଛି । ଶେଷ ଓ୍ୱିକେଟ୍ ପାଇଁ ଉଭୟଙ୍କ ମଧ୍ୟରେ ୨୩୨ ରନ୍‌ରେ ପାର୍ଟନରସିପ ମଧ୍ୟ ହୋଇଥିଲା ।

wp:embed {"url":"https://www.prameyanews7.com/shreyas-iyers-utern-declared-himself-fit-will-play-semi-final-for-mumbai/","type":"wp-embed","providerNameSlug":"prameya-news-7"}
https://www.prameyanews7.com/shreyas-iyers-utern-declared-himself-fit-will-play-semi-final-for-mumbai/
/wp:embed

ତେବେ ଉଭୟଙ୍କ ଏହି ବ୍ୟାଟିଂ ୭୮ ବର୍ଷ ତଳର ପୁରୁଣ ରେକର୍ଡ ଭାଙ୍ଗିଛି । ୧୯୪୬ରେ ଚନ୍ଦୁ ସରବର୍ଟେ ଏବଂ ଶୁତେ ବ୍ୟାନାର୍ଜି ୧୦ ନମ୍ବର ଏବଂ ୧୧ ନମ୍ବରରେ ବ୍ୟାଟିଂ କରିବାକୁ ଆସି ଶତକ ହାସଲ କରିଥିଲେ । କିନ୍ତୁ ଏବେ ଏହି ରେକର୍ଡ ଭାଙ୍ଗିଛନ୍ତି ତନୁଷ କୋଟିୟାନ୍‌ ଏବଂ ତୁଷାର ଦେଶପାଣ୍ଡେ ।

ସୂଚନାଯୋଗ୍ୟ ଯେ, ମୁମ୍ବାଇ ଏବଂ ବରୋଦା ମଧ୍ୟରେ କ୍ୱାଟର ଫାଇନାଲ ମୁକାବିଲା ଖେଳାଯାଉଥିଲା । ମୁମ୍ବାଇ ପ୍ରଥମ ପାରିରେ ୩୮୪ ରନ୍‌ କରିଥିଲା । ଏଥିରେ ମୁସିର ଖାନ୍‌ ସର୍ବାଧିକ ୩୫୭ ବଲ୍‌ର ସାମ୍ନା କରି ୨୦୩ ରନ୍‌ କରିଥିଲା । ଏଥିରେ ୧୮ ଚୌକା ସାମିଲ ଥିଲା । ଜବାବରେ ବରୋଦାର ପ୍ରଥମ ପାରିରେ ୩୪୮ ରନ୍‌ କରିଥିଲା । ତେବେ ୨ୟ ଇନିଂସରେ ମୁମ୍ବାଇ ବ୍ୟାଟିଂ କରି ୫୬୯ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା । ଜବାବରେ ବରୋଦା ଟିମ୍‌ ୩ ଓ୍ୱିକେଟ୍‌ ହରାଇ ୧୨୧ ରନ୍‌ କରିଥିଲା । ଆଉ ମ୍ୟାଚ୍‌ର ପରିଣାମ ଡ୍ର ହୋଇଥିଲା ।

wp:embed {"url":"https://www.prameyanews7.com/punjabi-music-composer-bunty-bains-shot-by-unknown-criminals/","type":"wp-embed","providerNameSlug":"prameya-news-7"}
https://www.prameyanews7.com/punjabi-music-composer-bunty-bains-shot-by-unknown-criminals/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.