ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

୫୨୦ଲିଟରର ଦେଶୀ ମଦ ଜବତ, ୫ ଗିରଫ

14/10/2020 at 12:07 PM

ଭଦ୍ରକ ୧୪।୧୦: ବିପୁଳ ପରିମାଣର ଦେଶୀ ମଦ ଜବତ । ଭଦ୍ରକ ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ଦେଶୀ ମଦ ଜବତ କରାଯାଇଛି ।

ଜିଲ୍ଲାରେ ଦେଶୀ ମଦର କାରବାର ଦିନକୁ ଦିନ ବଢିବାରେ  ଲାଗିଥିଲା । ଏହାକୁ ଦେଖି ଆକ୍ସନ ମୋଡରେ ଆସିଛି ଅବକାରୀ ବିଭାଗ । ଟିମ୍‌ ଗଠନ କରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରିଛି । ଅବକାରୀ ବିଭାଗର ଗୋଟିଏ ଟିମ ମାଜିଷ୍ଟ୍ରେଟଙ୍କ ସହ ତିହିଡି ଥାନା ଅଞ୍ଚଳର ବୁଧୁପୁର, କନ୍ଦପୁର, ବିଦ୍ୟାଧରପୁର ଗାଁ ସହ ପୁରୁଣାବଜାର ଥାନା ଅଞ୍ଚଳର ମିର୍ଜାପୁର ଗାଁର ଚଢ଼ାଉ କରିଥିଲା ।

ଅବକାରୀ ବିଭାଗ ପକ୍ଷରୁ ହୋଇଥିବା ଏହି ଚଢାଉ ପ୍ରାୟ ୫୨୦ଲିଟର ଦେଶୀ ମଦ ଜବତ ହେବା ସହ ୫ଜଣଙ୍କ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ଥିବା ମଧ୍ୟ ଜଣାପଡିଛି । ଦେଶୀ ମଦ କାରବାରରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି । ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଏପରି ଚଢ଼ାଉ ଆଗକୁ ମଧ୍ୟ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

   Related Posts