ଅବକାରୀ ବିଭାଗର ଚଢାଉ : ୧୩ ଶହ ଲିଟର ଦେଶୀ ମଦ ଜବତ, ୬ ଗିରଫ
19/03/2023 at 2:51 PM

ଭଦ୍ରକ ୧୯।୦୩ : ଚୋରା ମଦ ଚାଲାଣ ବେଳେ ଅବକାରୀ ବିଭାଗର ଚଢ଼ାଉ। ବୋଲେରୋ ଓ ବାଇକ ସହ ୧୩ ଶହ ଲିଟର ଦେଶୀ ମଦ ଜବତ। ଘଟଣାରେ ୬ ଜଣ ଗିରଫ।

ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ଅବକାରୀ ବିଭାଗର ମୋବାଇଲ ଟିମ କୌଣସି ସୂତ୍ରରୁ ଖବର ପାଇ ଏକ ବୋଲେରୋ ଗାଡିକୁ ପିଛା କରିଥିଲା। ଗ୍ରାମାଞ୍ଚଳ ଥାନା ପଖିଆଗୁଡି ଛକ ନିକଟରେ ଗାଡ଼ିକୁ ଅଟକାଇ ଯାଞ୍ଚ ବେଳେ ଏହି ଦେଶୀ ମଦ ଜବତ ହୋଇଛି।

ବନ୍ତ ଛକ ନିକଟରୁ ଏକ ବାଇକରେ ଚୋରା ମଦ ଚାଲାଣ ବେଳେ ୧୦୦ ଲିଟର ମଦ ଜବତ ହୋଇଛି। ଏହି ଚଢାଉରେ ମୋଟ ୬ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗୋଟିଏ ବୋଲେରୋ ଏବଂ ବାଇକ୍ ଜବତ ହୋଇଛି ।
Related Posts
ଜଳ ଭଣ୍ଡାରରୁ ମହିଳା ପୋଷ୍ଟମାଷ୍ଟରଙ୍କ ମୃତଦେହ ଉଦ୍ଧାର
28 March 2023