୨୫ ବସ୍ତା ଦେଶୀ ମଦ ଜବତ; ମଦ ବ୍ୟବସାୟୀ ଗିରଫ
13/01/2023 at 9:11 PM

ଟାଙ୍ଗୀ ୧୩/୦୨: ବିପୁଳ ପରିମାଣର ଦେଶୀ ମଦ ଜବତ। ବେଆଇନ୍ ମଦ ବ୍ୟବସାୟ ଅଭିଯୋଗରେ ଜଣେ ଅଭିଯୁକ୍ତ ଗିରଫ। ଏପରି ଘଟଣା ଖୋର୍ଦ୍ଧା ଜିଲ୍ଲା ନାଚୁଣି ଥାନାରେ ଅଧୀନରେ ଥିବା ଘାସେଡ଼ି ଗାଁରେ ଦେଖିବାକୁ ମିଳିଛି। ଗିରଫ ମଦ ବେପାରୀର ପରିଚୟ ସେକ୍ କୁର୍ବାନ୍। ସେ ଲୁଚା ଛପାରେ ଦେଶୀ ମଦ ବିକ୍ରି କରୁଥିଲେ ବୋଲି ନାଚୁଣି ପୋଲିସ ଜାଣିବାକୁ ପାଇଥିଲା।
ଫଳରେ ଶୁକ୍ରବାର ହଠାତ ପୋଲିସ ଚଢ଼ଉ କରିଥିଲା। ଚଢ଼ଉ ବେଳେ ୨୫ ବସ୍ତା ଦେଶୀ ମଦ ପାଉଚ୍ ଜବତ ହୋଇଛି। ଅଭିଯୁକ୍ତ ଏତେ ଅଧିକ ପରିମାଣର ମଦ କେଉଁଠୁ ଆଣିଲେ ସେନେଇ ପୋଲିସ ତନାଘନା ଆରମ୍ଭ କରିଛି। ଏହି ବେଆଇନ୍ ମଦ ବ୍ୟବସାୟରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ମଧ୍ୟ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ କହିଛନ୍ତି।
Related Posts
ପରିବା ବିକାଳି ଉପରେ ମାଡିଗଲା ଗାଡି, ୨ ମୃତ
30 January 2023
ବିବାଦର ହେଲା ଆପୋଷ ସମାଧାନ, ଏକାଠି ରହିବାକୁ ରାଜି ହେଲେ ହ୍ୟୁମାନ୍
30 January 2023