ସୁପ୍ରିମକୋର୍ଟରେ କରୋନା ମାମଲା : ସର୍ବୋଚ୍ଚ ଅଦାଲତ କହିଲେ ଭାଇରସ ଅପେକ୍ଷା ଆତଙ୍କ ସୃଷ୍ଟି ଅତି ଭୟଙ୍କର , ୨୪ଘଣ୍ଟିଆ ପୋର୍ଟାଲରେ କରୋନା ତଥ୍ୟ ଦେବାକୁ ନିର୍ଦ୍ଦେଶ

Published By : Prameya-News7 Bureau | March 31, 2020 IST

ନୂଆଦିଲ୍ଲୀ ୩୧।୦୩:  ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ସୁଦ୍ଧା ୧୨ ଶହ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା ।   ମୋଟ ୩୩ଜଣ ପ୍ରାଣ ହରାଇଛନ୍ତି । ଦେଶରେ କରୋନା ଭାଇରସ୍ ସ୍ଥିତି ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । କରୋନା ଏବଂ ଶ୍ରମିକମାନଙ୍କ ସଂକଟ ଜନକ ସ୍ଥିତି ସଂପର୍କରେ କୋର୍ଟରେ ଶୁଣାଣି ହୋଇଥିଲା।

{"id":247171,"sizeSlug":"large"}

ଯେଉଁଭଳି ଡଙ୍ଗରେ ଲକ୍ଷ ଲକ୍ଷ ଲୋକ ଦିଲ୍ଲୀ ଛାଡ଼ିଲେ। ରାସ୍ତାରେ ଚାଲିଚାଲି ୟୁପି ବିହାର ଅଭିମୁଖେ ବାହାରିଲେ। ବସ୍ ଷ୍ଟପ, ଜାତୀୟ ରାଜପଥରେ ଭିଡ଼ଦେଖିବାକୁ ମିଳିଲା। ଏବେ ଏସବୁକୁ ନେଇ ଉଦ୍ବେଗ। ୧୦ ଜଣଙ୍କ ମଧ୍ୟରୁ ୩ ଜଣ କରୋନା ବାହକ ହୋଇପାରନ୍ତି।  ସୁପ୍ରିମକୋର୍ଟରେ ଏମିତି କିଛି କହିଛନ୍ତି କେନ୍ଦ୍ରସରକାର। 

{"id":247175,"sizeSlug":"large"}

ଦେଶରେ କରୋନା ଭାଇରସ୍ ସ୍ଥିତି ନେଇ ସୁପ୍ରିମକୋର୍ଟରେ ଆଜି ଶୁଣାଣି ହୋଇଥିଲା । ସୁପ୍ରିମକୋର୍ଟ ଚିଫ୍ ଜଷ୍ଟିସ୍ ଏସ୍. ବୋବଡେ ଓ ଜଷ୍ଟିସ୍ ଏଲ୍ .ନାଗେଶ୍ବର ରାଓଙ୍କ ବେଞ୍ଚରେ କରୋନା ସଂପର୍କିତ ଦୁଇଟି ପିଆଇଏଲର ଶୁଣାଣି ହୋଇଛି । ଭିଡିଓ କନଫରେସିଂ ମାଧ୍ୟମରେ ଏହି ମାମଲା ଗୁଡିକର  ଶୁଣାଣି ହୋଇଥିଲା । 

{"id":247174,"sizeSlug":"large"}

କରୋନା ସଂପର୍କିତ ଫେକ୍ ନ୍ୟୁଜ୍ ପ୍ରସାରଣ ଉପରେ ରୋକ ଲକାଇବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ । ଭାଇରସ ଠାରୁ ଲୋକଙ୍କୁ  ପାନିକ୍ କରିବା ଅଧିକ ଭୟଙ୍କର ବୋଲି ସୁପ୍ରିମକୋର୍ଟ ଉଦେବଗ ପ୍ରକାଶ କରିଛନ୍ତି ।  ଏହାସହ କରୋନା ସଂପର୍କିତ ୨୪ ଘଣ୍ଟିଆ ତଥ୍ୟ ଦେବାପାଇଁ ଏକ ପୋର୍ଟାଲ ଗଠନ କରି ଦେଶରେ ସ୍ଥିତି ସଂପର୍କରେ ତଥ୍ୟ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ବିଭିନ୍ନ ଆଶ୍ରୟ ସ୍ଥଳରେ ଥିବା ଦେଶର ଶ୍ରମିକମାନଙ୍କୁ ଆତଙ୍କିତ ନକରିବାକୁ ପ୍ରଶିକ୍ଷିତ କାଉନସେଲ ଓ କମ୍ୟୁନିଟି ଲିଡର ମାନଙ୍କୁ ଦାୟିତ୍ବ ଦେବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

{"id":247176,"sizeSlug":"large"}

ଦେଶରେ ୨୧ଦିନିଆ ଲକ୍ ଡାଉନ୍ ଆଉ ବୃଦ୍ଧି ହେବାର ପ୍ରସ୍ତାବ ନଥିବା କେନ୍ଦ୍ର ମନ୍ତ୍ରୀ ସ୍ତରୀୟ ବୈଠକରେ କୁହାଯାଇଛି  । ଦେଶର ବିଭିନ୍ନ ପ୍ରାନ୍ତରେ ଅଧିକରୁ ଅଧିକ କୋଭିଡ- ୧୯ ହସ୍ପିଟାଲ ଖୋଲିବାକୁ ଆଜି କେନ୍ଦ୍ର ମନ୍ତ୍ରୀ ସ୍ଥରୀୟ ବୈଠକରେ ଗୁରୁତ୍ବ ଦିଆଯାଇଛି । ଦେଶରେ ୨୨ ଲକ୍ଷ ୮୮ ହଜାର ଶ୍ରମିକ ସେମାନଙ୍କ ନିଜ ନିଜ ଗାଁକୁ ଫେରିବା ସହ ସେମାନଙ୍କୁ ଖାଦ୍ୟ ଓ ଆଶ୍ରୟ ଦିଆଯାଇଥିବା କେନ୍ଦ୍ର ପକ୍ଷରୁ କୁହାଯାଇଛି ।

{"id":247177,"sizeSlug":"large"}

ଏହାସହ ବର୍ତ୍ତମାନ ସମୟରେ କେହି ଘର ଫେରନ୍ତା ଶ୍ରମିକ ଆଉ ରାସ୍ତାରେ ନାହାନ୍ତି ବୋଲି  କେନ୍ଦ୍ର ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ସ୍ପଷ୍ଟ କରାଯାଇଛି। ସେପଟେ ଆଜି କେନ୍ଦ୍ର ସରକାର ସ୍ଥିତିର ମଧ୍ୟ ସମୀକ୍ଷା କରିଛନ୍ତି। ସାରା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।  ଏହା ଭିତରେ ୧୦୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।  ନିଜାମୁଦ୍ଦିନ ଘଟଣା ସାମ୍ନାକୁ ଆସିବା ପରେ ଏବେ କରୋନା ପଜିଟିଭ୍‌ ସଂଖ୍ୟା ବଢ଼ିବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.