ପାକିସ୍ତାନୀ ଯୁବକ ସହ ପ୍ରେମ ସମ୍ପର୍କ ପଡିଲା ମହଙ୍ଗା: ପୁଣି ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି ଭାରତୀୟ ଯୁବତୀ, ପଢନ୍ତୁ ପୁରା କାହାଣୀ

Published By : Prameya-News7 Bureau | April 12, 2019 IST

ନୂଆଦିଲ୍ଲୀ ୧୨/୪ : ୨ ବର୍ଷ ପୂର୍ବରୁ ପଡୋଶୀ ଦେଶ ପାକିସ୍ତାନରୁ ନିଜ ଦେଶକୁ ଫେରିଥିଲେ ଯୁବତୀ | ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଯୁବତୀଙ୍କୁ ଦେଶର ଝିଅ ବୋଲି କହି ସମ୍ବୋଧନ କରିଥିଲେ | ସେ ବର୍ତ୍ତମାନ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି | ଉଜମା ଅହମଦଙ୍କ ଜୀବନି ଉପରେ ଏକ ଫିଲ୍ମ ମଧ୍ୟ ତିଆରି ହେବାକୁ ଯାଉଛି | ପ୍ରେମ ଏବଂ ପ୍ରତାରଣା ପରେ ସଫଳତା ଆଡକୁ ଗତି କରୁଛନ୍ତି ଉଜମା | ଉଜମା ଜୀବନ ଏକ ଭୟଙ୍କର ସ୍ବପ୍ନ ଭଳି | ପ୍ରେମ ପାଇଁ ସେ ପାକିସ୍ତାନ ଚାଲି ଯାଇଥିଲେ | କୌଣସି ପ୍ରକାରେ ସେ ସେଠାରୁ ନିଜ ଦେଶକୁ ଫେରି ଆସିଥିଲେ | ସେ ଦିଲ୍ଲୀରେ ଏକ ବ୍ୟୁଟି ପାର୍ଲର କରିଛନ୍ତି | ଉଜମାଙ୍କୁ ରକ୍ଷା କରି ନିଜ ଦେଶକୁ ଫେରାଇ ଆଣିଥିବା ପାଇଁ ସୁଷମା ସ୍ୱରାଜଙ୍କୁ ଧନ୍ୟବାଦ ଜଣାଇଥିଲେ ଉଜମା | ସେ କହିଛନ୍ତି ଯେ, ଭଗବାନ ସୁଷମାଙ୍କୁ ତାଙ୍କ ପାଇଁ ଦୂତ କରି ପଠାଇଥିଲେ |

{"id":102753}


ଜାଣନ୍ତୁ ଉଜମାଙ୍କ କାହାଣୀ :

୨ ବର୍ଷ ପର୍ଯ୍ୟନ୍ତ ନିଜ ଦୁଃଖ ସହ ସଂଘର୍ଷ କରିବା ପରେ ଉଜମା ନିଜ ଜୀବନକୁ ଏକ ନୂଆ ମୋଡ଼ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି | ପ୍ରଥମ ପଦକ୍ଷେପ ଭାବେ ସେ ଦିଲ୍ଲୀର ସୀତମପୁର ଅଂଚଳରେ ଏକ ବ୍ୟୁଟି ପାର୍ଲର ଖୋଲିଛନ୍ତି | ଉଜମା ନିଜ ସାନ ଝିଅ ଫଲକ ନାଁରେ ପାର୍ଲର ଆରମ୍ଭ କରିଛନ୍ତି | ବୁଧବାର ଦିନ ସେ ପାର୍ଲର ଆରମ୍ଭ କରିଥିଲେ | ପ୍ରତାରିତ ମହିଳାଙ୍କୁ ସେ ପାର୍ଲରରେ କାମ ଦେବେ ବୋଲି କହିଛନ୍ତି |

{"id":102759}

ସେ କହିଛନ୍ତି ଯେ, ଏହା ଏକ ଛୋଟ ପଦକ୍ଷେପ ନିଶ୍ଚୟ କିନ୍ତୁ ବହୁତ ମହତ୍ଵପୁର୍ଣ | ପ୍ରତିଦିନ ଡରି ଡରି ବଂଚିବା ଅପେକ୍ଷା ଆଗକୁ ବଢିବା ଶ୍ରେୟସ୍କର ବୋଲି କହିଛନ୍ତି ଉଜମା | ନିଜ ଝିଅମାନଙ୍କ ପାଇଁ ସେ ଏହିଭଳି ଏକ ନିଷ୍ପତ୍ତି ନେଇଛନ୍ତି | ସେ ଆଉ କେବେ ପଛକୁ ଫେରି ଚାହିଁବେନି ବୋଲି କହିଛନ୍ତି |
ମିଡ଼ିଆ ରିପୋର୍ଟ ଅନୁଯାୟୀ, ସେ ବିଜନେସ ଷ୍ଟଡି ପାଇଁ ମାଲେସିଆ ଯାଇଥିଲେ | ସେ ପୂର୍ବରୁ ବିବାହିତା ଥିଲେ |

{"id":102754}

ତାଙ୍କର ୨ ଶିଶୁ ଥିଲେ | ସେ ଯେତେବେଳେ ମାଲେସିଆ ଗଲେ ସେଠାରେ ଜଣେ ପାକିସ୍ତାନୀ ଯୁବକ, ତାହିର ଅଲ୍ଲୀଙ୍କ ସହ ତାଙ୍କୁ ପ୍ରେମ ହୋଇଯାଇଥିଲା | ବଦଳରେ ସେ ମଧ୍ୟ ତାଙ୍କୁ ଭଲ ପାଇବ ବୋଲି କହିଥିଲା | କିନ୍ତୁ ଅଲ୍ଲୀର କଥା ପଛରେ ଏକ ଷଡଯନ୍ତ୍ର ଥିଲା | ତାହିର କହିଥିଲା ଯେ, ତାଙ୍କ ଗାଁ ବହୁତ ସୁନ୍ଦର | ଉଜମା ତାହିର କଥାରେ ବିଶ୍ୱାସ କରି ତାହିର ସହ ତା' ଗାଁକୁ ଚାଲିଗଲେ | ସେଠାରେ ପହଂଚି ଉଜମା ଜାଣିବାକୁ ପାଇଲେ କିଛି ଗଡବଡ ଅଛି |

{"id":102757}

ସେଠାରେ ଅଜବ ଅଜବ ଘର ଥିଲା ଏବଂ ଲୋକମାନେ ମଧ୍ୟ ଅଜବ ପ୍ରକାରର ଥିଲେ | ସେ ଜାଗା ଏମିତି ଭୟଙ୍କର ଥିଲା ଯେ, ପାକିସ୍ତାନୀ ମଧ୍ୟ ସେହି ଜାଗାକୁ ଯିବା ପୂର୍ବରୁ ୪ଥର ଚିନ୍ତା କରିବ | ଗାଁକୁ ଯିବା ପରେ ଉଜମା ଜାଣିବାକୁ ପାଇଲେ ଯେ, ତାହିର ପୂର୍ବରୁ ବିବାହିତ ଏବଂ ତାର ୪ଟି ଶିଶୁ ଥିଲେ | ଏହିସବୁ ଦେଖିବା ପରେ ଉଜମା ସେଠାରୁ ପଳାଇଯିବା ପାଇଁ ଉଦ୍ୟମ କରିଥିଲେ କିନ୍ତୁ ବିଫଳ ହୋଇଥିଲେ | ତାହିର ତାଙ୍କୁ କାବୁ କରି ପକାଇଥିଲା ଏବଂ ନିର୍ଯ୍ୟାତନା ଦେଉଥିଲା |

{"id":102755}

କିଛି ଦିନ ପରେ ଉଜମାଙ୍କୁ ବନ୍ଧୁକ ମୁନରେ ବିବାହ କରିବା ପାଇଁ ତାହିର ବାଧ୍ୟ କରିଥିଲା | ବହୁ ଚେଷ୍ଟା ପରେ କୌଣସି ପ୍ରକାର ଉଦ୍ୟମ କରି ଉଜମା ସେଠାରୁ ଫେରାର ହେବାରେ ସଫଳ ହୋଇ ଭାରତ ଉଚ୍ଚ ଆୟୋଗ ପହଂଚିଥିଲେ |

{"id":102756}


ଏହାପରେ ଆଇନ ଅନୁଯାୟୀ ଉଜମାଙ୍କୁ ଭାରତକୁ ଅଣାଯାଇଥିଲା | ନିଜ ଦେଶକୁ ଫେରି ଆସିଥିବା ପୁରା ଶ୍ରେୟ ସେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଦେଇଛନ୍ତି | ସୁଷମାଙ୍କ ଭାବନାତ୍ମକ ସହାୟତା ପାଇଁ ସେ ଆଜି ନିଜ ଗୋଡରେ ଛିଡା ହୋଇ ପାରିଛନ୍ତି ବୋଲି କହିଛନ୍ତି ଉଜମା | ଉଜମାଙ୍କ ସଂଘର୍ଷମୟ ଜୀବନ ଉପରେ ଏକ ଫିଲ୍ମ ନିର୍ମାଣ କରାଯାଉଛି |

{"id":102758}


ଉଜମା ୧୪ ବର୍ଷ ନିଜ ପରିବାର ଠାରୁ ଦୂରରେ ଥିଲେ | ତାଙ୍କ ବାପା ଜଣେ ଏନଆରଆଇ ଏବଂ ସେ ବିଦେଶରେ ରୁହନ୍ତି | ସେ ସବୁବେଳେ ସବୁ ପ୍ରକାର ସମସ୍ୟାର ସମ୍ମୁଖୀନ ନିଜେ କରିଛନ୍ତି | ଉଜମାଙ୍କ ଝିଅକୁ ଥେଲସିମିୟା ନାମକ ଏକ ରୋଗ ହୋଇଛି | ବ୍ୟୁଟି ପାର୍ଲର କରି ଉଜମା ନିଜ ଝିଅର ଚିକିତ୍ସା ପାଇଁ ଟଙ୍କା ଯୋଗାଡ କରୁଛନ୍ତି |

{"id":102760,"width":581,"height":352}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.