ବିଦୀୟକାଳୀନ ସମ୍ବର୍ଦ୍ଧନାରେ ଉପରାଷ୍ଟ୍ରପତିଙ୍କୁ ଆକ୍ଷେପ କଲେ ଡେରିକ୍ ଓ’ ବ୍ରାୟନ, ଜାଣନ୍ତୁ କହିଲେ କ’ଣ?

Published By : Prameya-News7 Bureau | August 08, 2022 IST

ନୂଆଦିଲ୍ଲୀ ୮।୮:  ଉପରାଷ୍ଟ୍ରପତି ଭାବେ ଏମ.ଭେଙ୍କୟା ନାୟଡୁଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଛି। ଏଥିଲାଗି ସୋମବାର ସଂସଦର ଉଚ୍ଚସଦନରେ ତାଙ୍କ ଲାଗି ବିଦାୟକାଳୀନ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ତୃଣମୂଳ କଂଗ୍ରେସ ସାଂସଦ ଡେରିକ୍ ଓ’ବ୍ରାୟନ ଉପରାଷ୍ଟ୍ରପତି ତଥା ଉଚ୍ଚ ସଦନ ଅଧ୍ୟକ୍ଷଙ୍କୁ ଅପମାନିତ କରିବାରେ ସାମାନ୍ୟତମ ତ୍ରୁଟି କରି ନାହାନ୍ତି। ଓ’ବ୍ରାୟନ ନିଜ ଭାଷଣରେ ଭେଙ୍କୟାନାୟଡୁଙ୍କ ରାଜନୈତିକ କାର୍ଯ୍ୟକାଳର ଉଲ୍ଲେଖ କରି ତାଙ୍କ ଦୋଷ ଓ ତ୍ରୁଟିକୁ ସେ ହୁଏତ ତାଙ୍କ  ଆତ୍ମଜୀବନୀରେ ପ୍ରକାଶ କରିପାରନ୍ତି ବୋଲି ଆଶାବ୍ୟକ୍ତ କରିଛନ୍ତି।

ଓ’ବ୍ରାୟନ କହିଛନ୍ତି ଯେ ଉଚ୍ଚସଭା ଅଧ୍ୟକ୍ଷ ଭାବେ ତାଙ୍କ କାର୍ଯ୍ୟକାଳରେ ସେ ତାଙ୍କ କର୍ତ୍ତବ୍ୟରୁ ପଳୟାନ କରୁଥିବାର ପ୍ରତ୍ୟେକବାର ଦେଖା ଯାଇଛି। ଭେଙ୍କୟା ତାଙ୍କ କାର୍ଯ୍ୟକାଳରେ ପ୍ରଧାମନ୍ତ୍ରୀ ଅନୁନ୍ୟ ଗୋଟିଏ ପ୍ରଶ୍ନର ଉତ୍ତର ରଖନ୍ତୁ ବୋଲି ଅନେକ ପ୍ରଯତ୍ନ କରିଛନ୍ତି ହେଲେ ଏହା କେବେବି ସମ୍ଭବ ହୋଇନଥିବା ଓ’ବ୍ରାୟନ କହିଛନ୍ତି। ୨୦ସେପ୍ଟେମ୍ବର ୨୦୨୦ରେ ଯେତେବେଳେ ୩ କୃଷି ଆଇନ ରାଜ୍ୟସଭାରେ ଗୃହୀତ ହେଉଥିଲା ଭେଙ୍କୟା ରାଜ୍ୟସଭାରେ ନଥିଲେ। ଏହାର କାରଣ ସେ ଜାଣନ୍ତି ନାହିଁ ବୋଲି ଓ’ବ୍ରାୟନ କହିଛନ୍ତି।

ତୃଣମୂଳ ସାଂସଦ ଗୃହରେ ଭେଙ୍କୟାଙ୍କ ୨ ସେପ୍ଟେମ୍ବର ୨୦୧୩ର ଏକ ଭାଷଣର ଉଲ୍ଲେଖ କରିଥିଲେ। ଏଥିରେ ଭେଙ୍କୟା ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ଉପରେ ଏକ ସାରଗର୍ଭକ ଭାଷଣ ଦେଇଥିଲେ । ଏହି ଭାଷଣରେ ସେ ତତ୍କାଳୀନ ୟୁପିଏ ସରକାର ଉପରେ ବେଶ ଚାପ ପକାଇଥିଲେ। କାରଣ ସେତେବେଳେ ସେ ବିରୋଧୀ ଦଳରେ ଥିଲେ। ତେବେ ପରିବର୍ତ୍ତିତ ପରିସ୍ଥିତିକୁ ସେ ଯିବେନି ବୋଲି ଓ’ବ୍ରାୟନ କହିଥିବା ବେଳେ ତାଙ୍କ ଆତ୍ମ ଜୀବନୀରେ ସେ ଏହାକୁ ପଢିବାକୁ ଅପେକ୍ଷା କରିବେ ବୋଲି କହିଛନ୍ତି।

{"id":668114,"sizeSlug":"full","linkDestination":"none"}

ତେବେ କେବଳ ପେଟ୍ରୋଲ ଡିଜେଲ ନୁହେଁ ଫୋନ ଟ୍ୟାପିଙ୍ଗକୁ ନେଇ ବିରୋଧୀ ଦଳରେ ଥିବା ଭେଙ୍କୟା ସଂସଦରେ ବେଶ ତୁମ୍ବିତୋଫାନ କରିଥିଲେ। ହେଲେ ଯେତେବେଳେ ସଂସଦରେ ପେଗାସସ କଥା ଉଠିଲା ସେତେବେଳେ ତାଙ୍କୁ ଚୁପାଚାପ ବସିଥିବା ଦେଖିବାକୁ ମିଳିଥିଲା ବୋଲି ଓ’ବ୍ରାୟନ କହିଛନ୍ତି। ପେଗାସସକୁ ନେଇ ସଂସଦରେ ଚର୍ଚ୍ଚା ହେଉ ବୋଲି ଆମେ ଖୁବ୍ ଉଦ୍ୟମ କରୁଥିଲୁ ହେଲେ ସବୁ ଉଦ୍ୟମ ବିଫଳ ହୋଇଥିଲା କାରଣ ସଦନର ଅଧ୍ୟକ୍ଷ ନୀରବତା ଅବଲମ୍ବନ କରିଥିଲେ।

ତେବେ ସୋମବା ରାଜ୍ୟସଭାରେ ଅନୁଷ୍ଠିତ ଫାରୱେଲ ସ୍ପିଚ୍‌ରେ ପ୍ରଧାନମନ୍ତ୍ରୀଙ୍କୁ ବେଶ୍ ଭାବୁକ୍ ଦେଖାଯାଇଛି। ରାଜ୍ୟସଭାର ସଭାପତି ତଥା ଉପରାଷ୍ଟ୍ରପତି ଏମ.ଭେଙ୍କୟା ନାୟଡୁଙ୍କୁ ତାଙ୍କ କାର୍ଯ୍ୟକାଳ ସମାପନରେ ତାଙ୍କୁ ଧନ୍ୟବାଦ ଜଣାଇବାକୁ ଆମେସବୁ ଏଠାରେ ଏକାଠୀ ହୋଇଛେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ। ଯାହା ସଦନ ପାଇଁ ଅତ୍ୟନ୍ତ ଭାବୁକ କ୍ଷଣ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ, କାରଣ ରାଜ୍ୟସଭାର ଅନେକ ଐତିହାସିକ କ୍ଷଣ ଆପଣଙ୍କ ଗାରିମାମୟ ଉପସ୍ଥିତି ସହ ଜଡିତ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.