ବାଗପତ୨୦।୧୦: ପାରୋଲରେ ଜେଲରୁ ବାହାରକୁ ଆସିଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ ପୁଣି ବିବାଦରେ। ହତ୍ୟା ଓ ଦୁଷ୍କର୍ମ ମାମଲାରେ ଜେଲ ଦଣ୍ଡ ଭୋଗୁଥିବା ରାମ ରହିମ ପାରୋଲରେ ଆସି ସତସଙ୍ଗ କରିଛନ୍ତି, ଯେଉଁଥିରେ ଭକ୍ତଙ୍କ ବେଶ୍ ଭିଡ ଜମିଛି। ଏହି ସତସଙ୍ଗରେ କେତେକ ବିଜେପି ନେତାଙ୍କୁ ମଧ୍ୟ ରାମ ରହିମଙ୍କ ଆଶିର୍ବାଦ ପାଇଁ ପହଞ୍ଚିଥିବା ଦେଖାଯାଇଛି। ରାମରହିମ ଉତ୍ତର ପ୍ରଦେଶ ବାଗପତରେ ଅନଲାଇନ ସତସଙ୍ଗ କରିଥିଲେ। ଏହି ସତସଙ୍ଗରେ ନେତା ଧାଡି ଲଗାଇବା ଯୋଗୁ ଏବେ ରାଜନୈତିକ ବିବାଦ ଦେଖା ଦେଇଛି।
ସତସଙ୍ଗରେ ହରିୟାଣାର କରନାଲ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ପ୍ରାର୍ଥୀ ମଧ୍ୟ ଆଶିର୍ବାଦ ନେଇଛନ୍ତି। ଏହା ଛଡା ସତସଙ୍ଗରେ ବିଜେପିର କିଛି ନେତା ମଧ୍ୟ ସାମିଲ ହୋଇଥିଲେ ଯେଉଁମାନଙ୍କ ମଧ୍ୟରେ ନଗରନିଗମ ମେୟର ରେଣୁବାଳା ଗୁପ୍ତା, ଜିଲ୍ଲା ସଭାପତି ୟୋଗେନ୍ଦ୍ର ରାଣା, ଡେପୁଟି ମେୟର ନବୀନ କୁମାର ଓ ସିନିୟର ଡେପୁଟି ମେୟର ରାଜେଶ ମଧ୍ୟ ଆଶିର୍ବାଦ ନେବାକୁ ପହଞ୍ଚିଥିଲେ। ନେତାମାନେ ଗୁରମିତ ରାମ ରହିମଙ୍କ ସତସଙ୍ଗରେ ଯୋଗ ଦେବା ସହିତ ତାଙ୍କୁ କରନାଲ ଆସିବା ଲାଗି ଆମନ୍ତ୍ରଣ ମଧ୍ୟ କରିଛନ୍ତି।
{"id":698249,"width":838,"height":550,"sizeSlug":"full","linkDestination":"none"}
ହତ୍ୟା ଓ ଯୌନ ଶୋଷଣ ମାମଲାରେ ସଜାପ୍ରାପ୍ତ ରାମ ରହିମଙ୍କ ଆଗରେ ବିଜେପି ନେତାମାନେ ନତମସ୍ତକ ହେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନିର୍ବାଚନରେ ଫାଇଦା ନେବା ଲାଗି ରାମରହିମଙ୍କୁ ପାରୋଲ ଦିଆଯାଇଥିବାର ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତେବେ ବିଜେପି ନେତାମାନେ ରାମ ରହିମଙ୍କ ସହିତ ସେମାନଙ୍କର କୌଣସି କନେକ୍ସନ ନଥିବା ସଫେଇ ଦେଇଛନ୍ତି। ସିନିୟର ଡେପୁଟି ମେୟର ବାବାଜିଙ୍କ ସତସଙ୍ଗ ଥିବା ଓ ତାଙ୍କୁ ସାଧୁ ସଙ୍ଗତ ସତସଙ୍ଗକୁ ଡକାଇଥିବାର କହିଛନ୍ତି। ଯେହେତୁ ୟୁପିରୁ ଅନଲାଇନ ସତସଙ୍ଗ ହେଉଥିଲା ତେହେତୁ ନିମନ୍ତ୍ରଣରେ ପହଞ୍ଚି ସଙ୍ଗତ ସହିତ ମିଳାମିଶା କରିଥିବା କହିଛନ୍ତି।
ସେ କହିଛନ୍ତି ଯେ ତାଙ୍କ ୱାର୍ଡର ଅନେକ ଲୋକ ବାବାଙ୍କ ସହିତ ସମ୍ପୃକ୍ତ। ତାଙ୍କର କାର୍ଯ୍ୟକ୍ରମ ଥିଲା ଓ ସମାଜ ଦୃଷ୍ଟିରୁ କାର୍ଯ୍ୟକ୍ରମକୁ ପହଞ୍ଚିଥିଲି ବୋଲି ସେଫେଇ ଦେଇଛନ୍ତି। ତେବେ ଏଥିରେ ବିଜେପି କି ନିର୍ବାଚନର କୌଣସି ସମ୍ପର୍କ ନଥିବା ସିନିୟର ଡେପୁଟି ମେୟର କହିଛନ୍ତି। ସେହିପରି ଡେପୁଟି ମେୟର ନବୀନ କରନାଲର ଏହା ସବୁଠୁ ବଡ ସତସଙ୍ଗ ଥିଲା। ଯାହାକୁ ଯାହାକୁ ସତସଙ୍ଗର ସୂଚନା ମିଳିଥିଲା ସମସ୍ତେ ପହଞ୍ଚିଥିଲେ। ତେବେ ନିର୍ବାଚନରେ ଜିତିବା ଲାଗି ରାମ ରହିମଙ୍କ ଆଶିର୍ବାଦ ନେବା ସମ୍ପର୍କରେ ପଚରା ଯିବାରୁ ଜନତା ତାଙ୍କୁ ତାଙ୍କ ୱାର୍ଡରୁ ନିର୍ବାଚିତ କରିଥିବା କହିଛନ୍ତି। ଏଣୁ ଜନତାଙ୍କ ଆଶିର୍ବାଦ ରହିବା ଦରକାର ବୋଲି ନବୀନ କହିଛନ୍ତି।
{"id":698252,"width":836,"height":836,"sizeSlug":"full","linkDestination":"none"}
ତେବେ ପାରୋଲର ନିର୍ବାଚନ କନେକ୍ସନ ସମ୍ପର୍କରେ ପଚରା ଯିବାରୁ କେହିବି ନିଜ ଖୁସିରେ ପାରୋଲ ମାଗିପାରେ ବୋଲି ଉପମେୟର କହିଛନ୍ତି। ଆମର ଜେଲ ମନ୍ତ୍ରୀ ଓ ନ୍ୟାୟାଳୟଙ୍କର ପାରୋଲ ଦେବାର ଅଧିକାର ଥିବା ନବୀନ କହିଛନ୍ତି। ତେବେ ମାମଲାରେ ହରିୟାଣା ଜେଲ ମନ୍ତ୍ରୀ ରଣଜିତ ସିଂହଙ୍କୁ ପଚରାଯିବାରେ ପାରୋଲରେ ଯାଇ କିଏ କଣ କଲା ତାହା ଆମେ ଜଗିପାରିବୁନି ବୋଲି କହିଛନ୍ତି।
ତେବେ ଜେଲରେ ଥିବା ବେଳେ ତାଙ୍କ ଉପରେ ନଜର ରଖିବା, ତାଙ୍କ ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦେବା ଓ ତାଙ୍କର ଖାଇବା ପିଇବା ବନ୍ଦୋବସ୍ତ ସହ ଜେଲରେ ସୁରକ୍ଷା ସୁନିଶ୍ଚିତ କରିବା ଆମ କାମ ବୋଲି କହିଛନ୍ତି। ଜେଲ ଚାରିକାନ୍ଥ ବାହାରେ ଆମର କୌଣସି ଡ୍ୟୁଟି ନାହିଁ ବୋଲି ମନ୍ତ୍ରୀ କହିବା ଏବେ ଚର୍ଚ୍ଚାର ବିଷ ପାଲଟିଛି। ମନ୍ତ୍ରୀ କହିଛନ୍ତି ଯେ ପାରୋଲ କମ୍ପିଟାଣ୍ଟ ଅଥରିଟି ଦେଇଥାନ୍ତି ଓ ଅର୍ଡର ସେସନ୍ସ ଜଜ୍ ଦିଅନ୍ତି। ଆମର କାମ କେବଳ ତାଙ୍କର ରଖାଶୁଣା କରିବା। ଯଦି କିଏ ଜେଲ ବାହାରକୁ ଯାଇଛି ଆଗକୁ କାମ ଅଥରିଟିଙ୍କର କହିଛନ୍ତି।