ଭୁବନେଶ୍ୱର ୨୦।୧୧ : ମଙ୍ଗଳବାରଠୁ ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ । ଏହାପୂର୍ବରୁ ଓଡିଶା ବିଧାନସଭାରେ ହେବ ଉପବାଚସ୍ପତି ନିର୍ବାଚନ । ଉପବାଚସ୍ପତି ରଜନୀକାନ୍ତ ସିଂଙ୍କ ଇସ୍ତଫା ପରେ ଏହି ପଦ ଖାଲିପଡ଼ିଛି।
wp:embed {"url":"https://www.prameyanews7.com/odisha-assembly-winter-session-start-form-tommorrow/","type":"wp-embed","providerNameSlug":"prameya-news-7"}ଖବର ଅନୁଯାୟୀ, ୨୧ ତାରିଖ ସକାଳ ୯ଟା ୩୦ରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ନିର୍ବାଚନ ହେବ । ତା’ ପୂର୍ବରୁ ୨୦ ତାରିଖ ମଧ୍ୟାହ୍ନ ୧୨ଟା ସୁଦ୍ଧା ନାମାଙ୍କନ ଦାଖଲ ହେବ । ଉପବାଚସ୍ପତି ରଜନୀକାନ୍ତ ସିଂଙ୍କ ଇସ୍ତଫା ପରେ ଏହି ପଦ ଖାଲିପଡ଼ିଛି । ତେବେ ଏହି ପଦବୀ ପାଇଁ ବିଜେଡିର ବରିଷ୍ଠ ବିଧାୟକ ଅରବିନ୍ଦ ଢ଼ାଲି, ଶଶୀଭୂଷଣ ବେହେରା, ନିତ୍ୟାନନ୍ଦ ସାହୁ ଓ ପର୍ଶୁରାମ ଧଡ଼ାଙ୍କ ନାମ ନେଇ ଚର୍ଚ୍ଚା ଜୋର ଧରିଛି । ସେହିପରି ଯଦି ଜଣେ ମହିଳାଙ୍କୁ ଉପବାଚସ୍ପତି କରିବା ପାଇଁ ବିଜେଡି ଯୋଜନା କରିବ, ତେବେ ସେ ନେଇ ସୀମାରାଣୀ ନାୟକ ଓ ସୁନନ୍ଦା ଦାସ ଆଗରେ ଥିବା ଜଣାପଡିଛି ।
wp:embed {"url":"https://www.prameyanews7.com/harbhajan-singh-gave-controversial-statement-on-anushka-and-athiya/","type":"wp-embed","providerNameSlug":"prameya-news-7"}