୨୧ରେ ହେବ ଉପବାଚସ୍ପତି ନିର୍ବାଚନ, ସବୁ ବିଧାୟକଙ୍କୁ ଚିଠି ଲେଖିଲେ ବିଧାନସଭା ସଚିବ

Published By : Prameya-News7 Bureau | November 14, 2023 IST

ଭୁବନେଶ୍ୱର ୧୪।୧୧ : ୨୧ରେ ହେବ ଉପବାଚସ୍ପତି ନିର୍ବାଚନ । ଏନେଇ ସମସ୍ତ ସଦସ୍ୟଙ୍କୁ ଚିଠି ଲେଖିଛନ୍ତି ବିଧାନସଭା ସଚିବ । ରଜନୀକାନ୍ତଙ୍କ ଇସ୍ତଫା ପରେ ଖାଲି ପଡିଛି ପଦବୀ ।

{"id":869520,"sizeSlug":"large","linkDestination":"none"}

ଖବର ଅନୁଯାୟୀ, ଗତ କିଛି ଦିନ ତଳେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ରଜନୀକାନ୍ତ ସିଂହ । ବାରସ୍ପତି ପ୍ରମିଳା ମଲ୍ଲିକଙ୍କୁ ପଠାଇଥିଲେ ନିଜର ଇସ୍ତଫା ପତ୍ର । ଲଗାତାର ୪ ଥର ବିଧାୟକ ଥିଲେ ରଜନୀକାନ୍ତ । ଅନୁଗୁଳ ବିଧାନସଭା ଆସନରୁ ୪ ଥର ବିଧାୟକ ହୋଇଥିବା ଶ୍ରୀ ସିଂହ ୨୦୧୯ ଜୁନ୍‌ ମାସରୁ ଉପବାଚସ୍ପତି ରହିଥିଲେ । ପୂର୍ବରୁ ବାଚସ୍ପତି ପଦରୁ ବିକ୍ରମ ଆରୁଖ ଇସ୍ତଫା ଦେଇ ପୁଣି ମନ୍ତ୍ରିମଣ୍ଡଳରେ ସାମିଲ ହେବା ସହ ଜିଲ୍ଲାରେ ଦଳର ସଂଗଠନକୁ ମଜଭୁତ କରିବା ପାଇଁ କାର୍ଯ୍ୟ କରୁଛନ୍ତି ।

wp:embed {"url":"https://www.prameyanews7.com/rajneekanth-resigns-from-the-post-of-vice-president/","type":"wp-embed","providerNameSlug":"prameya-news-7"}
https://www.prameyanews7.com/rajneekanth-resigns-from-the-post-of-vice-president/
/wp:embed

ତେବେ ରଜନୀକାନ୍ତଙ୍କ ଇସ୍ତଫା ପରେ ଉପବାଚସ୍ପତି କିଏ ହେବ ? ସେନେଇ ଚର୍ଚ୍ଚା ଜୋରସୋରରେ ଚାଲିଛି । ଏସବୁ ଭିତରେ ବିଧାନସଭା ସଚିବଙ୍କ ପକ୍ଷରୁ ସମସ୍ତ ସଦସ୍ୟଙ୍କୁ ଚିଠି ଲେଖାଯାଇଛି । ଏହି ଚିଠିରେ ଆସନ୍ତା ୨୧ ତାରିଖରେ ଉପବାଚସ୍ପତି ନିର୍ବାଚନ ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି । ଆଉ ଏଥି ପାଇଁ ନଭେମ୍ବର ୨୦ ତାରିଖରେ ନାମାଙ୍କନ ଦାଖଲ କରାଯିବ ।

wp:embed {"url":"https://www.prameyanews7.com/thomas-muller-supporting-team-india/","type":"wp-embed","providerNameSlug":"prameya-news-7"}
https://www.prameyanews7.com/thomas-muller-supporting-team-india/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.