Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ମୁମ୍ବାଇରେ ଆତ୍ମହତ୍ୟା କଲେ ଉତ୍ତରପ୍ରଦେଶର ଅଧିକାରୀ, ଦୁଇ ମହଲାରୁ ଡେଇଁ ଜୀବନ ହାରିଲେ ପର୍ଯଟନ ବିଭାଗର ଡେପୁଟି ଡାଇରେକ୍ଟର

21/02/2023 at 7:20 PM

ନୂଆଦିଲ୍ଳୀ, ୨୧/୦୨: ଦୁଇ ମହଲାରୁ ଡେଇଁ ଡେପୁଟି ଡାଇରେକ୍ଟରଙ୍କ ଆତ୍ମହତ୍ୟା। ମଙ୍ଗଳବାର ମୁମ୍ବାଇ ତିଲକ ନଗରସ୍ଥିତ ବିଲ୍ଡିଂର ଦ୍ବିତୀୟ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଉତ୍ତରପ୍ରଦେଶ ପର୍ଯ୍ୟଟନ ବିଭାଗର ଡେପୁଟି ଡାଇରେକ୍ଟର । ତାଙ୍କର ନାମ ବିମଳେଶ କୁମାର ଅଦିଚ୍ୟା। ତେବେ ଅତ୍ୟଧିକ ମାନସିକ ଚାପ କାରଣରୁ ସେ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ପୋଲିସ୍‌ ଘଟଣାର ତଦନ୍ତ ଜାରି ରଖିଛି।

ପୋଲିସ୍‌ର କହିବା ଅନୁଯାୟୀ, ସେ ମୁମ୍ବାଇ ତିଲକ ନଗରର ତାରା ଗଗନ ହାଉସିଂ କମ୍ଲେକ୍ସର ଦ୍ବିତୀୟ ମହଲାରୁ ଡେଇଁ ପଡ଼ିଥିଲେ। ତାଙ୍କୁ ରାଜାଓ୍ବାଡି ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଡାକ୍ତରଙ୍କ କହିବା ଅନୁଯାୟୀ ଏତେ ଉଚ୍ଚତାରୁ ଡେଇଁବା କାରଣରୁ ଗଭୀର ଆଘାତ  ଲାଗିଥିଲା ଫଳରେ ତାଙ୍କର ମୃତ୍ୟୁ ହୋଇଛି।

ବିମଳେଶଙ୍କ ପତ୍ନୀ କହିଛନ୍ତି ଯେ ‘ସେ ଉତ୍ତରପ୍ରଦେଶ ପର୍ଯ୍ୟଟନ ଡିପାର୍ଟମେଣ୍ଟରେ କାମ କରୁଥିଲେ। ଗତ ବର୍ଷ ତାଙ୍କର ଉତ୍ତର ପ୍ରଦେଶ ଟୁରିଜିମ୍‌ ଡିପାର୍ଟମେଣ୍ଟରେ ନିୟୋଜିତ ହୋଇଥିଲେ ଏବଂ ପରେ ତାଙ୍କର ମୁମ୍ବାଇ ଟ୍ରାନ୍ସଫର ହୋଇଥିଲା। ତାଙ୍କର ଅଫିସ୍‌ ମୁମ୍ବାଇର ଓ୍ବାର୍ଲ୍ଡ ଟ୍ରେଡ୍ ସେଣ୍ଟରରେ ରହିଛି।

ପୋଲିସ୍‌ ଆହୁରି କହିଛି ଅଦିଚ୍ୟାଙ୍କ ପତ୍ନୀଙ୍କ କହିବା ଅନୁଯାୟୀ, ଅତ୍ୟଧିକ ଚାପଗ୍ରସ୍ତ କାରଣରୁ ଏବଂ ଘରୁ ଦୂରରେ ରହିବା କାରଣରୁ ସେ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି । ଅଦିଚ୍ୟା ୨ ମାସ ପୂର୍ବରୁ ଚାକିରି ଛାଡ଼ିବା ପାଇଁ ଦରଖାସ୍ତ ଦେଇଥିଲେ। କିନ୍ତୁ ବିଭାଗ ତାଙ୍କୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ କାମ କରିବାକୁ କୁହାଯାଇଥିଲା। ତେବେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

   Related Posts