ଭୁବନେଶ୍ବର ୨୭/୧୧: ଜଙ୍ଗଲି ପଶୁଙ୍କୁ ମାରିବାକୁ କରେଣ୍ଟ ବ୍ୟବହାର କରୁଥିଲେ ସାବଧାନ । ଘରୁ କଟିଯିବ ଲାଇନ । ବିଧାନସଭାରୁ ଏମିତି ଚେତାବନୀ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । କରେଣ୍ଟ ଦ୍ବାରା ହେଉଥିବା ହାତୀ ଓ ବାର୍ହା ମୃତ୍ୟୁ ରୋକିବା ପାଇଁ ସମସ୍ତ ବିଧାୟକଙ୍କ ସହଯୋଗ ଲୋଡିଛନ୍ତି ମନ୍ତ୍ରୀ । ଫସଲ ରକ୍ଷା ହେଉକି ଦାନ୍ତ ପାଇଁ ଜଙ୍ଗଲି ଜନ୍ତୁଙ୍କୁ ମାରିବାକୁ ଅନେକ କରେଣ୍ଟ ବ୍ୟବହାର କରୁଛନ୍ତି ସେଥିରେ ପଶୁଙ୍କ ସମେତ ଲୋକଙ୍କର ମଧ୍ୟ ଅକାଳ ମୃତ୍ୟୁ ହେଉଥିବା ଘଟଣା ଘଟୁଛି । ଏଭଳି ଅଘଟଣ ରୋକିବାକୁ କଠୋର ହୋଇଛନ୍ତି ସରକାର ।
ସମ୍ଭଲ ଯାଉଥିଲେ ରାହୁଲ-ପ୍ରିୟଙ୍କା, ଅଧା ବାଟରେ ଅଟକାଇ...