ଅବପାତର ରୂପ ନେଲା ଲଘୁଚାପ

Published By : Prameya-News7 Bureau | August 08, 2018 IST

ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ମଧ୍ୟରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି। ଯାହାର ପ୍ରଭାବରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ। ବିଶେଷକରି ଝାରସୁଗୁଡ଼ା,ସମ୍ବଲପୁର,ସୁନ୍ଦରଗଡ଼,ନୂଆପଡ଼ା,ନବରଙ୍ଗପୁର,ବଲାଙ୍ଗିର ଏବଂ ବରଗଡ଼ ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ୪୫ରୁ ୫୫କିଲୋମିଟର ବେଗରେ ପବନ ବହିବା ସହିତ ବର୍ଷା ହୋଇପାରେ। ଏଥିପାଇଁ ସବୁ ବନ୍ଦରରେ ୩ନମ୍ବର ବିପଦ ସଂକେତ ଦିଆଯାଇଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବିମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ସେପଟେ ଆସନ୍ତା ୧୩ତାରିଖରେ ଆସୁଛି ଆଉ ଏକ ଲଘୁଚାପ। ଏହି ସମୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.