HIV ପଜିଟିଭ ପତ୍ନୀଙ୍କୁ ହତ୍ୟା କଲା ନବୀନ, ଥାନାରେ କଲା ଆତ୍ମସମର୍ପଣ

Published By : Prameya-News7 Bureau | December 01, 2020 IST

ହାଭେରି ୦୧/୧୨ : ମାନସିକ ଚାପର ବଶବର୍ତ୍ତି ହୋଇ ନିଜ ପତ୍ନୀଙ୍କୁ ହତ୍ୟା କଲା ପତି । ବେଙ୍ଗାଲୁରୁରୁ ୩ ଶହ କିମି ରାନୀବେନ୍ନୁରରେ ଘଟିଛି ଏହି ଦୁଃଖଦ ଘଟଣା । ପତ୍ନୀ HIV ଏଡସରେ ଆକ୍ରାନ୍ତ ଜଣାପଡିବା ପରେ ମାନସିକ ଚାପରେ ରହୁଥିଲେ ସ୍ବାମୀ ନବୀନ ହୁଲାଗାମ୍ମାନାଭର । ତେବେ ହତ୍ୟା କରିବା ପରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ସ୍ବାମୀ ।

ସୂଚନା ଅନୁସାରେ ମାନସିକ ଚାପରେ ଥିବା ସ୍ବାମୀ ନବୀନ ଏକ ଟାଙ୍ଗିଆରେ ପତ୍ନୀଙ୍କ ବେକକୁ ହାଣିଥିଲା । ​‌ତେବେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ସୂଚନା ମୁତାବକ ନବୀନ ହେଉଛି ମୃତକଙ୍କ ଦ୍ବିତୀୟ ସ୍ବାମୀ । ଉଭୟ ୯ ବର୍ଷ ତଳେ ବିବାହ କରିଥିଲେ । ସେମାନଙ୍କର ୮ ବର୍ଷର ଏବଂ ୬ ବର୍ଷର ୨ ଜଣ ଝିଅ ମଧ୍ୟ ଅଛନ୍ତି । ତେବେ ନବୀନଙ୍କ ପତ୍ନୀ ୪ ବର୍ଷ ତଳେ HIV ପଜିଟିଭ ଚିହ୍ନଟ ହୋଇଥିଲେ । ତେବେ ସମୟ ଅତିବାହିତ ହେବା ସହିତ ଉଭୟେ ଅଲଗା ଅଲଗା ରୁମରେ ରହିଲେ ଏବଂ ଉଭୟ ମାନସିକ ଚାପରେ ମଧ୍ୟ ରହୁଥିଲେ ।

ତେବେ ଘଟଣା ଦିନ ପତ୍ନୀଙ୍କୁ ହତ୍ୟା କରିବା ପରେ ନବୀନ ନିଜେ ଥାନାକୁ ଯାଇ ହତ୍ୟା କରିଥିବା ସ୍ବୀକାର କରିଥିଲା । HIV ଆକ୍ରାନ୍ତ ଚିହ୍ନଟ ହେବା ପରେ ମାନସିକ ଚାପରେ ଥିବାରୁ ସେ ନିଜ ପତ୍ନୀକୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଥିଲା । ତେବେ ପୋଲିସ ମାମଲାର ସତ୍ୟାସତ୍ୟ ଜାଣିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଲା । ସେଠାରୁ ଶବ ଜବତ କରିବା ସହିତ ଅଭିଯୁକ୍ତ ନବୀନ ବିରୁଦ୍ଧରେ ମାମଲା ରୁଜୁ କରିଛି । ତେବେ ପୋଲିସ ଅଭିଯୁକ୍ତକୁ କୋର୍ଟରେ ହାଜର କରାଇଛି । କୋର୍ଟ ଅଭିଯୁକ୍ତକୁ ୬ ଦିନିଆ ରିମାଣ୍ଡରେ ନେବା ପାଇଁ ପୋଲିସକୁ ଅନୁମତି ଦେଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.