ଅର୍ଥ ଲଗାଣ ସଂସ୍ଥା ଖୋଲି ଟଙ୍କା ହଡ଼ପ, ଜମାକାରୀଙ୍କ ପ୍ରତିବାଦ

Published By : Prameya-News7 Bureau | November 16, 2022 IST

ସାଲେପୁର, ୧୬/୧୧: ଅର୍ଥ ଲଗାଣକାରୀ ସଂସ୍ଥା ନାମରେ ଜମାକାରୀଙ୍କ ଟଙ୍କା ହଡପ ଅଭିଯୋଗ। ପ୍ରଲୋଭନ ଦେଖାଇ କୋଟି କୋଟି ଟଙ୍କା ହଡପ କରି ସଂସ୍ଥା ଏବେ ଉଭାନ। ଏଭଳି ଏକ ସଂସ୍ଥା ନାମରେ ଅଭିଯୋଗ ଆଣିଛନ୍ତି କଟକ ଜିଲ୍ଲା କିଶନ ନଗର ଥାନା ସିର୍ଲ ପଞ୍ଚାୟତ ବ୍ରାହ୍ମଣଖଣ୍ଡ ଗାଁର ଲୋକେ । ଏହି ଗାଁର ପ୍ରାୟ ୧୦୦ ରୁ ଉର୍ଦ୍ଧ୍ୱ ଲୋକ କିଷାନ କ୍ରେଡ଼ିଟ ସୋସାଇଟି ନାମକ ଏକ ଅର୍ଥ ଲଗାଣକାରୀ ସଂସ୍ଥାରେ ଟଙ୍କା ଲଗାଇଥିଲେ । ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ବ୍ୟାଙ୍କ ଗ୍ରାହକମାନଙ୍କ ମ୍ୟାଚୁରିଟି ଟଙ୍କା ନଫେରାଇ ବ୍ୟାଙ୍କରେ ତାଲା ପକାଇ ଫେରାର ହୋଯାଇଥିବା ନେଇ ଜମାକାରୀମାନେ କିଶନନଗର ଥାନାରେ ଅଭିଯୋଗ କରିଛନ୍ତି।

ବାରମ୍ବାର ଥାନାରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ତାଲା ପଡ଼ିଥିବା ସୋସାଇଟି ସମ୍ମୁଖରେ ହାତରେ ଜମା ଖାତା ବଣ୍ଡ ସହ ପ୍ରତିବାଦ କରିଥିଲେ ମଧ୍ୟ କେହି ଶୁଣିବାର ନା ଧରୁନାହାଁନ୍ତି। । ଦୀର୍ଘ ବର୍ଷ ଧରି ଜମା ଟଙ୍କା ଫେରି ପାଇବା ପାଇଁ ଚାତକ ପରି ଚାହିଁ ରହିଥିବା ବେଳେ କିଷାନ କ୍ରେଡ଼ିଟ ସୋସାଇଟିର ବର୍ତ୍ତମାନର ସମ୍ପାଦକ କ୍ୟାମେରା ସମ୍ନାରେ ପ୍ରତିକ୍ରିୟା ଦେବାକୁ ମନାକରି ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.