ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ମିଳିଲାନି ଜମା ଟଙ୍କା; ଚିକିତ୍ସା ଅଭାବରୁ ଜମାକାରୀଙ୍କ ମୃତ୍ୟୁ, ମୃତଦେହ ରଖି ପରିବାର ଲୋକଙ୍କ ଧାରଣା

1/06/2022 at 9:28 PM

ବରଗଡ: ସାହାରା କଲା ବେସାହାରା। ଚିକିତ୍ସା ଅଭାବରୁ ଚାଲିଗଲା ଜମାକାରୀଙ୍କ ଜୀବନ। ପ୍ରତିବାଦରେ ବରଗଡ଼ ଟାଉନ ଥାନାରେ ଶବ ରଖି ପରିବାର ଲୋକ ଧାରଣା ଦେଇଛନ୍ତି । ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲାରେ ।

ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଖଳିଆପାଲି କେନାଳପଡାର ସୁନନ୍ଦ ବାଗ ଭବିଷ୍ୟତକୁ ଦୃଷ୍ଟିରେ ରଖି  ଚାରି ବର୍ଷ ହେବ ସାହାରା ଇଣ୍ଡିଆରେ ନିଜର ଜମା ଟଙ୍କା ଫିକ୍ସ ଡିପୋଜିଟ କରିଥିଲେ । ମାତ୍ର ତାଙ୍କର ଡିପୋଜିଟ ଟଙ୍କା ମେଜୋରିଟି ହେବାପରେ ମଧ୍ୟ ଟଙ୍କା ପାଇନଥିଲେ । ଏପଟେ  କିଡନୀ ରୋଗରେ ଆକ୍ରାନ୍ତ ଥିଲେ ମଧ୍ୟ ଟଙ୍କା ଅଭାବରୁ ସେ ଠିକ ହିସାବରେ ତାଙ୍କର ଚିକିତ୍ସା କରିପାରିନଥିଲେ । ଏନେଇ ପରିବାର ଲୋକ ତାଙ୍କୁ ବହୁଥର ସାହାରା କାର୍ଯ୍ୟାଳୟକୁ ନେଇ ଯାଇଥିଲେ ମଧ୍ୟ ଟଙ୍କା ମିଳିନଥିଲା । ପରେ ସେ ପୋଲିସ ପାଖରେ ମଧ୍ୟ ଗୁହାରି କରିଥିଲେ ।

ତେବେ ବରଗଡ଼ ଏସଡିପିଓ ଦୀପଜ ଗୋଚ୍ଛାୟତଙ୍କ ମଧ୍ୟସ୍ଥିରେ ସହାରା ଇଣ୍ଡିଆର ମ୍ୟାନେଜର ତାଙ୍କୁ ଶୀଘ୍ର ଟଙ୍କା ଦିଆଯିବ ବୋଲି କହିଥିଲେ । ତାପରେ ମଧ୍ୟ ତାଙ୍କ ଜମା ଟଙ୍କା ନମିଳିବାରୁ ଆଜି ବରଗଡ଼ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି  । ତାଙ୍କର ମୃତ୍ୟୁ ପରେ ଏବେ ତାଙ୍କ ବିଧବା ସ୍ତ୍ରୀ ଓ ଦୁଇ ଛୋଟ ଛୋଟ ପୁଅ ବେସାହାରା ହୋଇପଡିଛନ୍ତି ।

ତେବେ ଏହି ପରିବାରକୁ ତୁରନ୍ତ ତାଙ୍କର ଜମା ଟଙ୍କା ପ୍ରଦାନ କରିବା ଦାବି ନେଇ ପରିବାର ଓ ଗ୍ରାମବାସୀ ସୁନନ୍ଦଙ୍କ ଶବକୁ ବରଗଡ଼ ଟାଉନ ଥାନାରେ ରଖି ଧାରଣା ଦେଇଛନ୍ତି । ସାହାରା ଇଣ୍ଡିଆ ପକ୍ଷରୁ ପରିବାର ଲୋକଙ୍କୁ ନଗଦ ୫୦ ହଜାର ଦିଆଯିବା ସହ ବାକିଥିବା ୮୦ ହଜାର ଟଙ୍କା ୧୫ ଦିନ ମଧ୍ୟରେ ଦେବାକୁ କହିବା ପରେ ଧାରଣା ଉଠିଥିଲା ।

   Related Posts