ଦିନକୁ କରନ୍ତୁ ୩୩ଟଂକା ଜମା , ପାଆନ୍ତୁ ୭୨ ହଜାର ୫୦୫ ଟଂକାର ଫାଇଦା ..ଜାଣନ୍ତୁ କଣ ରହିଛି ଏହି ସ୍କିମ୍

Published By : Prameya-News7 Bureau | March 06, 2019 IST

ଆପଣ ଟଂକା ଜମା କରି ଯଦି ଫାଇଦା ନେବାକୁ ଚାହୁଁଛନ୍ତି, ତାହେଲେ ନିଶ୍ଚୟ ଏହି ସ୍କିମ ବାବଦରେ ପଢ଼ନ୍ତୁ । ଆପଣ ସଂଚୟ କରିବାକୁ ଯଦି ଚାହୁଁଛନ୍ତି ଏହିବାବଦରେ ଜାଣିଲେ ଆପଣଙ୍କ ଟଂକାର ସଦୁପଯୋଗ କରିପାରିବେ ।

ଆପଣ ବ୍ୟାଙ୍କଠାରୁ ଡ଼ାକଘରେ ଆରମ୍ଭ ହୋଇଥିବା ରେକରିଙ୍କ ଡ଼ିପୋଜିଟ ସ୍କିମରେ କରନ୍ତୁ, ପାଇପାରିବେ ଅନେକ ଫାଇଦା । ଯଦି ଦିନକୁ ୩୩ଟଂକା କରି କରୁଛନ୍ତି ଡ଼ିପୋଜିଟ , ତାହେଲେ ମାସକୁ ୧୦୦୦ ଟଂକା ହେବ ଆପଣଙ୍କ ଜମାରାଶି ।

ଯଦି ଏହି ଜମା ୫ବର୍ଷ ପର୍ଯ୍ୟନ୍ତ କରୁଛନ୍ତି, ତାହେଲେ ଆପଣ ବର୍ଷକୁ ୧୨ ହଜାର କରି ୬୦ ହଜାର ଜମା କରୁଛନ୍ତି । ଆପଣ ୭.୩ ସୁଧ ହାରରେ  ୧୨ ହଜାର ଟଂକାର ସୁଧମୂଳ ବର୍ଷକୁ ପାଉଛନ୍ତି ୧୨୪୮୨ ଟଂକା ପାଉଛନ୍ତି । ଏହି ହାରରେ ଯଦି ପାଉଛନ୍ତି , ତାହେଲେ ୫ ବର୍ଷରେ ପାଉଛନ୍ତି ୭୨ହଜାର ୫୦୫ଟଂକା ।

ଆପଣ ଆଉ ଡ଼େରି କରନ୍ତୁ ନାହିଁ , ଯଦି ସଂଚୟ କରିବାର ଅଛି ତାହେଲେ ଡ଼ାକଘରେ ଆରମ୍ଭ ହୋଇଥିବା ରେକରିଙ୍ଗ ଡ଼ିପୋଜିଟରେ ରହିଥିବା ସୁବିଧାର ଉପଯୋଗ କରନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.