ମିଆଁମାର: ଆଙ୍ଗ ସାନ ସୁ'ଙ୍କୁ ଆହୁରି ୬ ବର୍ଷର ଜେଲ ଦଣ୍ଡ, ବର୍ତ୍ତମାନ ସୁଦ୍ଧା ମିଳିସାରିଛି ୧୭ ବର୍ଷର ଦଣ୍ଡ

Published By : Prameya-News7 Bureau | August 15, 2022 IST

ନୂଆଦିଲ୍ଲୀ: ମିଆଁମାରର ନୋବେଲେ ପୁରସ୍କାର ବିଜେତା ଆଙ୍ଗ ସାନ ସୁଙ୍କୁ ସୋମବାର ୬ ବର୍ଷର ଅତିରିକ୍ତ ଦଣ୍ଡ ଶୁଣାଯାଇଛି । ପୂର୍ବରୁ ତାଙ୍କୁ ୪ ବର୍ଷର ଜେଲ ଦଣ୍ଡ ଦିଆଯାଇଥିଲା । ଏହି ନିର୍ଦ୍ଦେଶ ପରେ ୭୭ ବର୍ଷୀୟ ସୁ ସମର୍ଥିକଙ୍କ ମଧ୍ୟରେ ଅସନ୍ତୋଷ ବଢିପାରେ । ସୂଚନା ଅନୁସାରେ ଜେଲ ପରିସରରେ ଥିବା ଏକ କୋର୍ଟ ଏକ ଦାନ ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।

ମିଆଁମାରରେ ଶାସନ ପରିବର୍ତ୍ତନ ପରଠାରୁ ଚତୁର୍ଥ ଥର ସୁଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଦଣ୍ଡ ଶୁଣାଯାଇଛି । ମେଣ୍ଡଲ ଅଞ୍ଚଳର ହାଇକୋର୍ଟ ଜଜ ମିଣ୍ଟ ମାନ ଏହି ନିଷ୍ପତ୍ତି ଶୁଣାଇ କହିଛନ୍ତି, ସୁଙ୍କ ପାଇଁ ଦେଶକୁ ୧୩ ମିଲିୟନ ଡଲାରର କ୍ଷତି ହୋଇଛି । ଅଭିଯୋଗ ଅନୁସାରେ ଡା.ଖିନ ନାମକ ଏକ ଫାଉଣ୍ଡେସନର ହେଡକ୍ୱାଟର ନିର୍ମାଣ କରିବା ପାଇଁ ସେ ଯେଉଁ ଜମି ଅଧିଗ୍ରହଣ କରିଥିଲେ ତାହା କମ ମୂଲ୍ୟରେ ନେଇଥିଲେ । ଇଣ୍ଟରନାଲ ରେଭେନ୍ୟୁ ଡିପାର୍ଟମେଣ୍ଟ ଏହାର ମୂଲ୍ୟ ଅଧିକ ନିର୍ଦ୍ଧାରଣ କରିଥିଲା।

ଜୁଣ୍ଟାର ଅଭିଯୋଗ ରାଜଧାନୀରେ ନିଜ ଘର ନିର୍ମାଣରେ ଲୁ ଲୋକଙ୍କ ଦାନ ଅର୍ଥକୁ ଅପବ୍ୟବହାର କରିଛନ୍ତି । ସେହିପରି ବ୍ୟବସାୟୀଙ୍କ ଠାରୁ ସେ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଜୁଣ୍ଟାର ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରି ନିର୍ଦ୍ଦୋଷ ଥିବା ଲୁ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.